I Love You-2କୁ ନେଇ ଏମିତି କହିଲେ ସୁପରଷ୍ଟାର ଅନୁଭବ ମହାନ୍ତି
Advertisement
Article Detail0/zeeodisha/odisha2306785

I Love You-2କୁ ନେଇ ଏମିତି କହିଲେ ସୁପରଷ୍ଟାର ଅନୁଭବ ମହାନ୍ତି

Ollywood News: ରେକର୍ଡ ସୃଷ୍ଟିକାରି ସିନେମା 'ଆଇ ଲଭ୍ ୟୁ' ସହିତ ରହିଛି କି ନୂଆ ସିନେମା 'ଆଇ ଲଭ୍ ୟୁ 2'ର ସମ୍ପର୍କ ?

I Love You-2କୁ ନେଇ ଏମିତି କହିଲେ ସୁପରଷ୍ଟାର ଅନୁଭବ ମହାନ୍ତି

Ollywood News: ୨୦୦୪ ମସିହାରେ ନାୟକ ଭାବେ 'ଆଇ ଲଭ୍ ୟୁ' ସିନେମା ମାଧ୍ୟମରେ ଓଲିଉଡରେ ପାଦ ଥାପିଥିଲେ ଅଭିନେତା ଅନୁଭବ ମହାନ୍ତି । ପ୍ରଥମ ସିନେମାରେ ଦର୍ଶକଙ୍କ ପ୍ରଚୁର ଭଲ ପାଇବା ଅନୁଭବଙ୍କୁ ରାତାରାତି ବନେଇଦେଇଥିଲା ସୁପରଷ୍ଟାର । ସିନେମା 'ଆଇ ଲଭ୍ ୟୁ' ବକ୍ସ ଅଫିସରେ ଏକ ରେକର୍ଡ ସୃଷ୍ଟି କରିଥିଲା । ଏହା ପରେ ଅନୁଭବଙ୍କ ନିକଟକୁ ସିନେମାର ସୁଅ ଛୁଟିବାରେ ଲାଗିଥିଲା ।

'ଆଇ ଲଭ୍ ୟୁ' ସିନେମାର ନିର୍ଦ୍ଦେଶକ ଥିଲେ ପ୍ରଖ୍ୟାତ ଅଭିନେତା ସ୍ୱର୍ଗତ ହର ପଟ୍ଟନାୟକ । ଅନୁଭବଙ୍କ ସହିତ ଏହି ସିନେମାରେ ନମ୍ରତା ଥାପାଙ୍କୁ ଦେଖିବାକୁ ମିଳିଥିଲା । ଏହି ରୋମାଣ୍ଟିକ ଆକ୍ସନ ସିନେମାଟିର ଉଭୟ କାହାଣୀ ଏବଂ ଗୀତ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ସିନେମାରେ ଅନ୍ୟ କଳାକାରଙ୍କ ମଧ୍ୟରେ ସ୍ୱର୍ଗତ ବିଜୟ ମହାନ୍ତି, ତନ୍ଦ୍ରା ରଏ, ଅନିତା ଦାସ, ହର ପଟ୍ଟନାୟକ, ଶୋଭନ ଦିବ୍ୟଦର୍ଶନଙ୍କୁ ଦେଖିବାକୁ ମିଳିଥିଲା । ବ୍ରଜରାଜ ମୁଭିସ୍ ଦ୍ୱାରା ଏହି ସିନେମାଟି ୧୨ ଫେବୃଆରୀ ୨୦୦୪ରେ ରିଲିଜ୍ ହୋଇଥିଲା ।

ତେବେ ବର୍ତ୍ତମାନ ଓଲିଉଡରେ ଆଉ ଏକ ନୂଆ ସିନେମା 'ଆଇ ଲଭ୍ ୟୁ 2' ଆସିବାକୁ ଯାଉଛି । ପ୍ରଶଂସକମାନଙ୍କ ମଧ୍ୟରେ ଏହା ଆଶା ରହିଛି ଯେ, ବୋଧ ହୁଏ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ପୁଣିଥରେ 'ଆଇ ଲଭ୍ ୟୁ 2' ସିନେମାରେ ଦେଖିବାକୁ ମିଳିବ । କିନ୍ତୁ ଅନୁଭବ ମହାନ୍ତି ଏ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ, ଓଡ଼ିଆ ଚଳଚ୍ଚିତ୍ର, I Love You - 2ର ଅଂଶ ନୁହେଁ । ମୋର ପ୍ରିୟର ପ୍ରଶଂସକମାନେ କାହା ଦ୍ୱାରା ବିଭ୍ରାନ୍ତ ହୁଅନ୍ତୁ ବୋଲି ମୁଁ ଚାହେଁ ନାହିଁ । ଯଦି ଚଳଚ୍ଚିତ୍ର ନିର୍ମାତା ଏହି ସରଳ ସ୍ୱଚ୍ଛତା ଦେଇଥାନ୍ତେ, ତେବେ ଭଲ ହୋଇଥାନ୍ତା । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।

Also Read- Lucky Zodiac Sign: ୨୫ ଜୁନରେ ଲକ୍ଷ୍ମୀନାରାୟଣ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ପିଲାଦିନର ସ୍ମୁତି ମନେପକାଇ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ