Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା
Advertisement
Article Detail0/zeeodisha/odisha2014050

Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା

Allu Arjun: ଅଲ୍ଲୁଙ୍କ ଅଭିନିତ ଏକ ନୂଆ ଫିଲ୍ମରେ ତମାଖୁ ପ୍ରସ୍ତୁତକାରୀ କମ୍ପାନି ନିଜର ଲୋଗ ଦର୍ଶକଙ୍କୁ ଦେଖାଇବାକୁ କହିଥିଲା । ସେଥିପାଇଁ ଅଲ୍ଲୁଙ୍କୁ ପାରିଶ୍ରମିକ ବାବଦକୁ ୧୦ କୋଟି ଟଙ୍କା ମିଳିବା ନେଇ ଅଫର ଥିଲା । କିନ୍ତୁ ଅଲ୍ଲୁ ଅର୍ଜୁନ ଲୋଭର ବଶବର୍ତ୍ତୀ ନହୋଇ ଏହା ନକରିବାକୁ ସିଧା ସିଧା ମନା କରିଦେଇଥିଲେ ।

Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା

Allu Arjun: ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ପୁରସ୍କାର ହାସଲ କରି ଲୋକଙ୍କ ହୃଦୟ ଜିତିଥିଲେ ତେଲଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କ ଅଭିନୟ ଯେମିତି ଦମଦାର ଠିକ୍ ସେମିତି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ଖାସ୍ । ଅନେକ ଅଭିନେତା ପାରିଶ୍ରମିକ ବାବଦରେ କୋଟି କୋଟି ଟଙ୍କା ନେଇ ବିଭିନ୍ନ ବିଜ୍ଞାପନରେ ନିଜକୁ ସାମିଲ କରିଥାନ୍ତି । ବିଶେଷ କରି ପାନ ମସଲା ଏବଂ ମଦ ବିଜ୍ଞାପନରେ ଅଧିକ ଅର୍ଥ ମିଳୁଥିବାରୁ ଅନେକ ସୁପରଷ୍ଟାର ସେ ବିଜ୍ଞାପନରେ ମଧ୍ୟ ନିଜକୁ ସାମିଲ କରିଛନ୍ତି । କିନ୍ତୁ ଖୁସିର କଥା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏପରି ବିଜ୍ଞାପନକୁ ମନା କରିଛନ୍ତି ।

ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିବା ପରେ ବ୍ୟକ୍ତିଗତ ପସନ୍ଦରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇପାରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଗକୁ ଅଲ୍ଲୁଙ୍କ ଅଭିନିତ 'ପୁଷ୍ପା ୨' ଆସିବାକୁ ଯାଉଛି । ସିନେମାଟିକୁ ଉତ୍କଣ୍ଠାର ସହିତ ଦର୍ଶକମାନେ ଅପେକ୍ଷା କରିଥିବା ସମୟରେ ଅଲ୍ଲୁଙ୍କ ଏକ ବୟାନ ଦର୍ଶକଙ୍କୁ ସିନେମା ଦେଖିବାଠାରୁ ଅଧିକ ଖୁସି ଦେଇଛି । ମଦ ଏବଂ ତମାଖୁ ବିଜ୍ଞାପନ ପାଇଁ ଅଲ୍ଲୁଙ୍କୁ ୧୦ କୋଟି ଟଙ୍କା ଅଫର ମିଳୁଥିଲେ ମଧ୍ୟ ସେ ସେଥିରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି ।

Also Read- ଜନସମ୍ପର୍କ ଯାତ୍ରାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା 'ଶ୍ରୀମୟୀ ମିଶ୍ର ଯିବେ ଲୋକସଭା'

ସୂଚନା ଅନୁଯାୟୀ, ଅଲ୍ଲୁଙ୍କ ଅଭିନିତ ଏକ ନୂଆ ଫିଲ୍ମରେ ତମାଖୁ ପ୍ରସ୍ତୁତକାରୀ କମ୍ପାନି ନିଜର ଲୋଗ ଦର୍ଶକଙ୍କୁ ଦେଖାଇବାକୁ କହିଥିଲା । ସେଥିପାଇଁ ଅଲ୍ଲୁଙ୍କୁ ପାରିଶ୍ରମିକ ବାବଦକୁ ୧୦ କୋଟି ଟଙ୍କା ମିଳିବା ନେଇ ଅଫର ଥିଲା । କିନ୍ତୁ ଅଲ୍ଲୁ ଅର୍ଜୁନ ଲୋଭର ବଶବର୍ତ୍ତୀ ନହୋଇ ଏହା ନକରିବାକୁ ସିଧା ସିଧା ମନା କରିଦେଇଥିଲେ । ଏହି ଖବର ପ୍ରଚାରିତ ହେବାପରେ ଅଲ୍ଲୁଙ୍କ ପ୍ରତି ଦର୍ଶକଙ୍କ ଭଲପାଇବା ଆହୁରି ବଢିଯାଇଛି । ଅଲୁ କେବଳ ପରଦାରେ ନୁହେଁ ସତସତିକା ହିରୋ ବୋଲି ପ୍ରଶଂସକ କହିଛନ୍ତି । 

Also Read- ଯାଜପୁରରେ ବୁଲୁଥିଲା କଶ୍ମୀର ସନ୍ଦିଗ୍ଧ ଆତଙ୍କୀ, ମାଡି ବସିଲା STF

Also Read- RRB Group D Eligibility: ୩୮ ବର୍ଷ ବୟସରେ ପାଇପାରିବେ ରେଲୱେ ଚାକିରି, ଜାଣନ୍ତୁ ଏହି ବିବରଣୀ