HBD Sunny Deol: ଲିଣ୍ଡା କିଏ, ତାଙ୍କୁ କାହିଁକି ଗୁପ୍ତରେ ବିବାହ କରିଥିଲେ ସନି?
Advertisement

HBD Sunny Deol: ଲିଣ୍ଡା କିଏ, ତାଙ୍କୁ କାହିଁକି ଗୁପ୍ତରେ ବିବାହ କରିଥିଲେ ସନି?

Sunny Deol Birthday: ବଲିଉଡ଼ (bollywood) ଅଭିନେତା ସନି ଦେଓଲ (Sunny Deol)। ନିକଟରେ ସନି ଦେଓଲଙ୍କ (Sunny Deol) ଅଭିନୀତ ଫିଲ୍ମ 'ଗଦ୍ଦର-୨' (Gadar 2) ରିଲିଜ୍ ହୋଇଥିଲା। ଯାହାକୁ ନେଇ ଅଭିନେତା ଲାଇମ୍ ଲାଇଟରେ ଥିଲେ। ଆଜି ଅଭିନେତାଙ୍କ ଜନ୍ମଦିନ(Sunny Deol Birthday)। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା...

ସୌଜନ୍ୟ- ସୋସିଆଲ ମିଡି଼ଆ

Sunny Deol Birthday: ବଲିଉଡ଼ (bollywood) ଅଭିନେତା ସନି ଦେଓଲ (Sunny Deol)। ନିକଟରେ ସନି ଦେଓଲଙ୍କ (Sunny Deol) ଅଭିନୀତ ଫିଲ୍ମ 'ଗଦ୍ଦର-୨' (Gadar 2) ରିଲିଜ୍ ହୋଇଥିଲା। ଯାହାକୁ ନେଇ ଅଭିନେତା ଲାଇମ୍ ଲାଇଟରେ ଥିଲେ। ଆଜି ଅଭିନେତାଙ୍କ ଜନ୍ମଦିନ(Sunny Deol Birthday)। ସେ  ୧୯୫୬ ମସିହାରେ ଆଜିକା ଦିନରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ। ଅଭିନେତା ଆଜି ନିଜର ୬୭ ଜନ୍ମଦିନ ପାଳନ କରୁଛନ୍ତି । ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା...

 

ଲିଣ୍ତା କିଏ? ? ଯାହାକୁ ଗୁପ୍ତରେ ବିବାହ କରିଥିଲେ ସନି:

ଅଭିନେତା ସନି ଦେଓଲ, ୧୯୮୪ ମସିହାରେ କାହାକୁ କିଛି ନ ଜଣାଇ ପୂଜାଙ୍କୁ ଲୁଚିକରି ବିବାହ କରିଥିଲେ। ପୂଜାଙ୍କୁ ବିବାହ ନ କରିବା ପାଇଁ ସନିଙ୍କୁ ପରିବାର ଲୋକେ ମନା କରୁଥିଲେ। କାହିଁକିନା ସନିଙ୍କ ପତ୍ନୀ ପୂଜା ହିନ୍ଦୁ ନୁହଁନ୍ତି। ଏହି କାରଣରୁ ସନିଙ୍କ ପରିବାର ଲୋକେ ପୂଜାକୁ ବିବାହ କରିବା ପାଇଁ ମନା କରିଦେଇଥିଲେ। କିନ୍ତୁ ନିଜ ଭଲ ପାଇବାକୁ ଛାଡିବାକୁ ନାରାଜ୍ ଥିଲେ ସନି। ବିଦେଶ ଯାଇ ପୂଜାଙ୍କୁ (NRI girl Pooja) ବିବାହ କରି ଘରକୁ ଆଣିଥିଲେ। ତେବେ ପୂଜାଙ୍କ ପ୍ରକୃତ ନାଁ ହେଉଛି ଲିଣ୍ତା। କିନ୍ତୁ ବିବାହ ପରେ ଲିଣ୍ତାରୁ ସେ ନିଜର ନାଁ ପୂଜା ଦେଓଲକୁ ପରିବର୍ତ୍ତନ କରିଥିଲେ।  ପୂଜା ଲଣ୍ତନର ବାସିନ୍ଦା ଅଟନ୍ତି। ତାଙ୍କ ମାଆ ବ୍ରିଟିସର ହୋଇଥିଲା ବେଳେ ବାପା ଭାରତୀୟ ଥିଲେ।  

ଖବର ଅନୁଯାୟୀ, ପୂଜା ଦେଓଲ ରୟାଲ ବ୍ରିଟିଶ ପରିବାରର ସଦସ୍ୟ ଅଟନ୍ତି। ତାଙ୍କ ମା ଜୁନ୍ ସାରା ବ୍ରିଟିଶ ରାଜ ପରିବାରର ସଦସ୍ୟ ଥିଲେ। କୁହାଯାଏ ଯେ, ସନି ଦେଓଲ ଏବଂ ପୂଜା ଦେଓଲ ପିଲାଦିନର ଭଲ ବନ୍ଧୁ ଥିଲେ। ୧୯୮୨ ମସିହାରେ ସନି ଅମ୍ରିତା ସିଂଙ୍କ ସହ ଫିଲ୍ମ 'ବେତାବ୍'  (film Betaab)ରେ ଡେବ୍ୟୁ କରିଥିଲେ। ଏହାପରେ ବଲିଉଡ଼କୁ ଦେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ।  ଏହା ପରେ ସେ 'ଦାମିନୀ', 'ୟାମଲା ପାଗଲା 'ଦିଓ୍ବାନା', 'ଘାୟଲ', 'ଗଦ୍ଦର' ଭଳି ଅନେକ ହିଟ୍ ଫିଲ୍ମରେ ନଜର ଆସିଛନ୍ତି। ସନି ଏକ ଶହରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। କେବଳ ଅଭିନୟରେ ନୁହଁନ୍ତି ଫିଲ୍ମ ନିର୍ମାତା ଭାବରେ ମଧ୍ୟ ସେ ନାଁ କମାଇଛନ୍ତି।