Sidhu Moose Wala Murder: ଗିରଫ ହେଲା ମାଷ୍ଟର ମାଇଣ୍ତ ,ଜାଣନ୍ତୁ ସେ କିଏ ? ଆଉ କାହା ସହ ରହିଛି ତା' ଲିଙ୍କ୍
Advertisement

Sidhu Moose Wala Murder: ଗିରଫ ହେଲା ମାଷ୍ଟର ମାଇଣ୍ତ ,ଜାଣନ୍ତୁ ସେ କିଏ ? ଆଉ କାହା ସହ ରହିଛି ତା' ଲିଙ୍କ୍

Sidhu Moose Wala Murder: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲା । ଏହି ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ହତ୍ୟାକାଣ୍ତର ମାଷ୍ଟର ମାଇଣ୍ତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ କାଲିଫର୍ଣ୍ଣିଆରୁ ଗିରଫ କରିଛି ଗୁଇନ୍ଦା ବିଭାଗ।

Sidhu Moose Wala Murder: ଗିରଫ ହେଲା ମାଷ୍ଟର ମାଇଣ୍ତ ,ଜାଣନ୍ତୁ ସେ କିଏ ? ଆଉ କାହା ସହ ରହିଛି ତା' ଲିଙ୍କ୍

Sidhu Moose Wala Murder: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲା । ଏହି ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ହତ୍ୟାକାଣ୍ତର ମାଷ୍ଟର ମାଇଣ୍ତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ କାଲିଫର୍ଣ୍ଣିଆରୁ  ଗିରଫ କରିଛି ଗୁଇନ୍ଦା ବିଭାଗ। ହେଲେ ଏବେ ପର୍ଯ୍ୟନ୍ତ କାଲିଫର୍ନିଆ ପକ୍ଷରୁ ଭାରତ ସରକାରଙ୍କୁ କୌଣସି  ସୂଚନା ଦିଆଯାଇନାହିଁ । ୨୮ ବର୍ଷୀୟ ଗୋଲ୍ଡିଙ୍କର ପ୍ରକୃତ ନାମ ହେଉଛି ସତୀନ୍ଦରଜିତ ସିଂ । ବରାର ପଞ୍ଜାବର ଶ୍ରୀମୁଖସର ସାହିବରେ ଜନ୍ମଗ୍ରହଣ କରିଥିଲେ।  ୨୦୧୭ ରେ, ସେ ପାଠପଢା ପାଇଁ ସେ କାନାଡାରେ ପହଞ୍ଚିଥିଲେ । ଗୋଲଡିଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ରହିଛି। ହତ୍ୟା, ଅପରାଧିକ ଷଡଯନ୍ତ୍ର, ଭାରତରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଏବଂ ପରିବହନ ଭଳି ଗୁରୁତର ଅଭିଯୋଗ ରହିଛି। ମୁସୱାଲା ହତ୍ୟା ମାମଲା ସହ ଜଡିତ ତଥ୍ୟ ସାମ୍ନାକୁ ଆସିଛି, ଯାହା ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରା ମୁଖ୍ୟ ସୁଟରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ଉଭୟଙ୍କ କଲ୍ ରେକର୍ଡିଂ ଅନୁସନ୍ଧାନ କରାଯାଇଛି । 

ସତିନ୍ଦରଜିତ୍ ସିଂହ ଓରଫ୍ ଗୋଲ୍ଡି ବରାର ଗାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ । ଗତ ବର୍ଷ ଯୁବା କଂଗ୍ରେସ ନେତା ଗୁରଲାଲ ସିଂହଙ୍କ ହତ୍ୟା ଘଟଣାରେ ପଞ୍ଜାବ ଫରିଦକୋଟ୍ ଜିଲ୍ଲା ଅଦାଲତ ଗୋଲ୍ଡି ବରାର ବିରୋଧରେ ଜାମିନ୍ ବିହୀନ ଗିରଫଦାରୀ ୱାରେଣ୍ଟ ଜାରି କରିଥିଲେ । ଏହାସହ ତା ବିରୋଧରେ ୧୬ରୁ ଅଧିକ ଅପରାଧିକ ମାମଲା ରହିଥିବ ଜଣାପଡିଛି । ନେତାଙ୍କ ହତ୍ୟା ପରେ ଗୋଲ୍ଡି କାନାଡା ଖସି ପଳାଇଥିଲା । ପଞ୍ଜାବ ସରକାର ନିଜର ତଥା ଅନ୍ୟ ୪୦୦ ରୁ ଅଧିକ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଡାଉନଗ୍ରେଡ କରିବାର ଗୋଟିଏ ଦିନ ପରେ ମେ ୨୯ ରେ ସନସା ଠାରେ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୋଲ୍ଡି ଓ ଲରେନ୍ସ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସହାଯ୍ୟରେ ସିଦ୍ଧୁ ନିଜ ଜିପରେ ଯାଉଥିବାବେଳେ ତାଙ୍କୁ ଆଖିବୁଜ ଗୁଳିଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ଜଣଙ୍କୁ ଗିରଫ କରିଥିଲା ।

 

ଯାହାକୁ ଭିଆଇପି ସଂସ୍କୃତି (VIP culture) ବିରୁଦ୍ଧରେ ପଦକ୍ଷେପ ବୋଲି କୁହାଯାଇଥିଲା ।  ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା, ଯେଉଁଥିରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଯାହାକି ରାଜ୍ୟକୁ ହଲଚଲ କରିଦେଇଥିଲା । ଏହି ଘଟଣାକୁ ନେଇ ଭଗବନ୍ତ ମାନଙ୍କ ଅଧୀନରେ ନୂତନ ଭାବେ ଗଠିତ ହୋଇଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ଏହି ହତ୍ୟାକାଣ୍ଡର ତଦନ୍ତବେଳେ ବିଷ୍ଣୋଇର ନାଁ ସାମ୍ନାକୁ ଆସିଥିଲା । ଅଭିଯୋଗ ହୋଇଛି ଯେ,ଜଣେ ସହଯୋଗୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ଦିଲ୍ଲୀର ତିହାର ଜେଲ ଭିତରୁ ଏହି ଅପରାଧର ଷଡଯନ୍ତ୍ର କରିଥିଲା ଅଭିଯୁକ୍ତ । ମୁସେୱାଲା ଏହି ଗ୍ୟାଙ୍ଗଷ୍ଟରର ସହାୟକଙ୍କ ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି ।