Sidharath And Kiara Wedding : ବଦଳିଲା ଓ୍ବେଡିଂ ଭେନ୍ୟୁ,ଗୋଆ କି ଚଣ୍ତିଗଡ ନୁହେଁ ଏହି ସହରରେ ହେବ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ
Advertisement

Sidharath And Kiara Wedding : ବଦଳିଲା ଓ୍ବେଡିଂ ଭେନ୍ୟୁ,ଗୋଆ କି ଚଣ୍ତିଗଡ ନୁହେଁ ଏହି ସହରରେ ହେବ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ

Sidharath Malhotra And Kiara Advani Wedding : ବଲିଉଡରେ ଏବେ ଚାଲିଛି ଦୁଇଟି ସିଜିନ । ଗୋଟିଏ ହେଉଛି ବାହାଘର ଏବଂ ଅନ୍ୟଟି ହେଉଛି ବହୁ ସେଲିବ୍ରେଟିମାନେ ମାଆ ହେଉଛନ୍ତି । ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଖବରଟି ହେଉଛି,ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଆସନ୍ତାବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

Sidharath Malhotra And Kiara Advani Wedding : ବଲିଉଡରେ ଏବେ ଚାଲିଛି ଦୁଇଟି ସିଜିନ । ଗୋଟିଏ ହେଉଛି ବାହାଘର ଏବଂ ଅନ୍ୟଟି ହେଉଛି ବହୁ ସେଲିବ୍ରେଟିମାନେ ମାଆ ହେଉଛନ୍ତି । ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଖବରଟି ହେଉଛି,ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଆସନ୍ତାବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ, ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ସେ ଯୋଡି କିଏ ? ତେବେ,ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ସେ ହେଉଛନ୍ତି ବଲିଉଡର ବହୁ ଚର୍ଚ୍ଚିତ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ।  ଏଭଳି ପରିସ୍ଥିତିରେ ଦୁହିଁଙ୍କ ବିବାହ ତାରିଖ ବର୍ତ୍ତମାନ ସାମ୍ନାକୁ ସାମ୍ନାକୁ ଆସିଛି।

ଫେବୃଆରୀରେ ବିବାହ :
ମିଡିଆ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ଏବଂ କିଆରା ଆଡଭାନୀଙ୍କ ବିବାହ ଆସନ୍ତାବର୍ଷ ଅର୍ଥାତ ୨୦୨୩  ଫେବୃଆରୀ ୬ରେ ହେବ ବୋଲି ସ୍ଥିର ହୋଇଛି ।  ସେହିପରି ବିବାହ ପୂର୍ବରୁ ଅର୍ଥାତ ୩,୪ ଏବଂ ୫ ତାରିଖରେ ହଲଦୀ, ସଙ୍ଗୀତ ଓ ମେହେନ୍ଦି ରଶମ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଛି । ଯେଉଁଥିରେ କେବଳ ଦୁଇ ପରିବାର ସଦସ୍ୟ ,ସମ୍ପର୍କୀୟ ଓ ବନ୍ଧୁମାନେ ଉପସ୍ଥିତ ରହିବେ। 

ଜୈସେଲମେରରେ ହେବ ବିବାହ :
ସିଦ୍ଧାର୍ଥ ଏବଂ କିଆରା ଆଡଭାନୀଙ୍କ ବିବାହର ଭେନ୍ୟୁ ମଧ୍ୟ ବଦଳିଛି। ପୂର୍ବରୁ ଗୋଆ ପରେ ଚଣ୍ଡିଗଡ଼ର ଓବରୋଇ ସୁଖଭିଲାସ୍ ସ୍ପା ଏବଂ ରିସର୍ଟ (Oberoi Sukhvilas Spa and Resort)ରେ ଏହି ଲବବାର୍ଡଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିଲା  । ବିବାହ ତାରିଖ ବଦଳିବା ସହ ଓ୍ବେଡିଂ ସ୍ଥାନ ମଧ୍ୟ ବଦଳିଛି । ତେବେ,ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଏହି ଲବବାର୍ଡଙ୍କ ବିବାହ ରାଜସ୍ଥାନର ଜୈସେଲମେର (Rajasthans jaisalmer palace) ପ୍ରାସାଦରେ ରାଜକୀୟ ପରମ୍ପରାରେ କରାଯିବ । ପ୍ରିଓ୍ବେଡିଂର ସମସ୍ତ ଇଭେଣ୍ଟ ଗୁଡିକ ମଧ୍ୟ ଏଠାରେ କରାଯିବ ବୋଲି ସ୍ଥିର ହୋଇଛି । ବିବାହକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯିବ।

ଏହାବି ପଢନ୍ତୁ : Tunisha Sharma Suicide Case: ଆସିଲା ବଡ଼ ଟ୍ୱିଷ୍ଟ, ତୁନିଶା ଜାଣିଯାଇଥିଲେ ସିଜାନଙ୍କ ଅଫେୟାର କଥା

ଏହାବି ପଢନ୍ତୁ : Elina Samantray: ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିବା ଏଲିନା କାହିଁକି ଅଭିନୟ ଦୁନିଆରେ ଥାପିଥିଲେ ପାଦ...

କିଆରା ଏବଂ ସିଦ୍ଧାର୍ଥଙ୍କ ଲଭଷ୍ଟୋରୀ 'ଶେରଶାହା' (Shershaah) ସେଟରୁ ଆରମ୍ଭ ହୋଇଥିଲା । କିନ୍ତୁ ଉଭୟ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଥିଲେ। କଫି ଓ୍ବିଥ୍ କରନ୍ ସିଜିନ୍ ୭(Koffee With Karan)ରେ ସେମାନଙ୍କର ବିବାହ ଏବଂ ସମ୍ପର୍କ ବିଷୟରେ ସେହି ଶୋ'ରୁ ହିଁ ଖୁଲାସା ହୋଇଥିଲା । ଏଭଳି ପରିସ୍ଥିତିରେ ଉଭୟ ମନୀଷ ମଲହୋତ୍ରାଙ୍କ ସହ ଅନେକ ଥର ନଜର ଆସିଛନ୍ତି। ତେବେ, ନିକଟରେ ଖବର ଆସିଥିଲା ଯେ, କିଆରା ଓ ସିଦ୍ଧାର୍ଥଙ୍କ ବିବାହ ଭାଙ୍ଗି ଯାଇଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଦେଇଥିଲା।