Siddhant Vir Suryavanshi Last Post: ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ କ'ଣ ଥିଲା ଶେଷ ପୋଷ୍ଟ ? ଯାହା ଏବେ ହେଉଛି ଭାଇରାଲ୍
Advertisement

Siddhant Vir Suryavanshi Last Post: ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ କ'ଣ ଥିଲା ଶେଷ ପୋଷ୍ଟ ? ଯାହା ଏବେ ହେଉଛି ଭାଇରାଲ୍

Siddhant Vir Suryavanshi Last Post: ଟିଭି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୪୬ ବର୍ଷ ବୟସରେ ତାଙ୍କ ମୃତ୍ୟୁ, ସମସ୍ତଙ୍କୁ ଚକିତ କରିଛି।

Siddhant Vir Suryavanshi Last Post: ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ କ'ଣ ଥିଲା ଶେଷ ପୋଷ୍ଟ ? ଯାହା ଏବେ ହେଉଛି ଭାଇରାଲ୍

Siddhant Vir Suryavanshi Last Post: ଟିଭି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୪୬ ବର୍ଷ ବୟସରେ ତାଙ୍କ ମୃତ୍ୟୁ, ସମସ୍ତଙ୍କୁ ଚକିତ କରିଛି। ଯିଏ ଅଭିନେତାଙ୍କୁ ଜାଣନ୍ତି ସେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁତ ସଚେତନ ବୋଲି କୁହନ୍ତି । ମୃତ୍ୟୁ ପରେ ,ସୋସିଆଲ ମିଡିଆରେ ତାଙ୍କର ଶେଷ ପୋଷ୍ଟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ ଶେଷ ପୋଷ୍ଟ:

ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ ବିୟୋଗରେ ତାଙ୍କ ପରିବାର ସମତେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।ଅଭିନେତା ତାଙ୍କ ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଇନଷ୍ଟାଗ୍ରାମରେ ତାଙ୍କର ଏକ ବ୍ଲାକଆଣ୍ତ ଓ୍ବାଇଟ ଫଟୋ ସେୟାର କରି ସିଦ୍ଧାନ୍ତ ଲେଖିଛନ୍ତି - 'ମୋର ୩ ପ୍ରିୟ ଜରୁରୀ ଜିନିଷ । ମୁଁ ଯେଉଁଠାରେ ଥାଏ ନା କାହିଁକି ପ୍ରତିଦିନ ,କାମରେ କିମ୍ବା ଘରେ' । ଅଭିନେତାଙ୍କର ଏହି ପୋଷ୍ଟ ଏକ ପ୍ରମୋସନାଲ୍ ପୋଷ୍ଟ, କିନ୍ତୁ ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ,ତାଙ୍କ ଫିଟନେସକୁ ନେଇ ସେ ବେଶ ଯତ୍ନବାନ ।

ଏହାବି ପଢନ୍ତୁ : Batman Animated Series: ଆଉ ନାହାଁନ୍ତି 'ବ୍ୟାଟମ୍ୟାନ'ର ଏହି କଳାକାର, କର୍କଟ ରୋଗରେ ଥିଲେ ପୀଡିତ

ଏହାବି ପଢନ୍ତୁ : Amjad Khan Birth Anniversary: ବିନା ସ୍କ୍ରିପ୍ଟରେ 'ଶୋଲେ'ରେ କେମିତି ଡାଇଲଗ୍ କହିଲେ 'ଗବର' ? ଏହି ବ୍ୟକ୍ତିତ୍ବଙ୍କ ଠାରୁ ପାଇଥିଲେ ପ୍ରେରଣା

 

ଏହି ସିରିଏଲରୁ ମିଳିଥିଲା ଅଧିକ ଲୋକପ୍ରିୟତା :

ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବନ୍ସି ଅନେକ ହିଟ୍ ସିରିଏଲରେ କାମ କରିଛନ୍ତି। ସିଦ୍ଧାନ୍ତ 'କସୋଟି ଜିନ୍ଦଗି କି'ରୁ ଅଧିକ ସଫଳତା ପାଇଥିଲେ। 'କସୋଟି ଜିନ୍ଦଗି କି ପରେ ସେ ଟିଭି ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବନ୍ସି ,ଜଣେ ମଡେଲ୍ ଏବଂ ଅଭିନେତା ଥିଲେ । ସିଦ୍ଧାନ୍ତ 'କୁସୁମ୍' ସିରିୟଲ ସହିତ ଟିଭିରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ଅନେକ ଟିଭି ଶୋ’ରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ଏହା ସିଦ୍ଧାନ୍ତ ନୁହେଁ, ଏହା ପ୍ରକୃତ ନାମ ଥିଲା :

ଟିଭି ଇଣ୍ତଷ୍ଟ୍ରିରେ ଏଣ୍ଟ୍ରି କରିବା ପରେ, ସିଦ୍ଧାନ୍ତ ତାଙ୍କ ନାଁ ବଦଳାଇ ଥିଲେ। ତାଙ୍କ ପ୍ରକୃତ ନାମ ଆନନ୍ଦ ସୂର୍ଯ୍ୟବନ୍ସି କିନ୍ତୁ ସେ ତାଙ୍କ ନାମ ସିଦ୍ଧାର୍ଥ ସୂର୍ଯ୍ୟବନ୍ସିରେ ପରିବର୍ତ୍ତନ କରିଥିଲେ। ତାଙ୍କର ବୃତ୍ତିଗତ ଅଭିବୃଦ୍ଧି ପାଇଁ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ ବୋଲି କୁହାଯାଏ । 

ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସିଦ୍ଧାନ୍ତଙ୍କ ପରିବାରରେ ତାଙ୍କର ଦୁଇଟି ସନ୍ତାନ ଓ ପତ୍ନୀ ଆଲିଶା ରାଉତ ଅଛନ୍ତି । ତାଙ୍କର ପ୍ରଥମ ପତ୍ନୀ ଛାଡପତ୍ର ପରେ ସିଦ୍ଧାନ୍ତ ସୁପର ମଡେଲ ଆଲିଶାଙ୍କୁ ବିବାହ କରିଥିଲେ।