Siddhant Chaturvedi : ‘କିନ୍ନା ସୋନା’ରେ ଠୁମକା ଲଗାଇଲେ ସିଦ୍ଧାନ୍ତ ,ଦେଖନ୍ତୁ ଭିଡିଓ
Advertisement

Siddhant Chaturvedi : ‘କିନ୍ନା ସୋନା’ରେ ଠୁମକା ଲଗାଇଲେ ସିଦ୍ଧାନ୍ତ ,ଦେଖନ୍ତୁ ଭିଡିଓ

Siddhant Chaturvedi : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ସିଦ୍ଧାନ୍ତ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟରଙ୍କ ଅଭିନୀତ ଫିଲ୍ମ 'ଫୋନ୍ ଭୂତ'(Phone Bhoot) । ଏହି ଫିଲ୍ମଟି ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ହରର କମେଡି ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ।

ସୌଜନ୍ୟ : ସୋସିଆଲ ମିଡିଆ

Siddhant Chaturvedi : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ସିଦ୍ଧାନ୍ତ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟରଙ୍କ ଅଭିନୀତ ଫିଲ୍ମ 'ଫୋନ୍ ଭୂତ'(Phone Bhoot) । ଏହି ଫିଲ୍ମଟି ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ହରର କମେଡି ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ । ଗତ କିଛି ଦିନ ତଳେ ଫିଲ୍ମର ପ୍ରଥମ ଗୀତ ‘କିନ୍ନା ସୋନା’(Kinna Sona) ରିଲିଜ୍ ହୋଇଛି । ଏଥିରେ କ୍ୟାଟ୍ରିନାଙ୍କ ସହ ସିଦ୍ଧାନ୍ତ ଏବଂ ଇଶାନଙ୍କ ଝଲକ ଦେଖିବାକୁ ମିଳିଛି। ଏଗି ଗୀତଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଆଉ ଏହି ଗୀତରେ ବର୍ତ୍ତମାନ ଠୁମକା ଲଗାଇଛନ୍ତି ସିଦ୍ଧାନ୍ତ ଚତୁବେର୍ଦ୍ଦି । ସିଦ୍ଧାର୍ଥଙ୍କ ସହ ତାଙ୍କ ଟିମ୍ ମଧ୍ୟ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ମଜାଦାର ଭିଡିଓକୁ  ଅଭିନେତା ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟସ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ,ଡ୍ୟାନସ ପରେ ଜଣେ ଟିମ୍ ସଦସ୍ୟଙ୍କୁ ସେ ସୁଇମିଙ୍ଗ ପୁଲକୁ ଠେଲି ଦେଉଛନ୍ତି । 

ଗୀତଟି ଜାରାହା ଏସ୍ ଖାନ୍ ଓ ତନିସ୍କ ବାଗଚୀ ଗୀତଟିକୁ ଗାଇଛନ୍ତି । ଗୀତଟିକୁ ସେ ମଧ୍ୟ ଲେଖିଛନ୍ତି । ଏହି ଗୀତଟିକୁ ଫୋନଭୂତର ଷ୍ଟାରମାନେ ମଧ୍ୟ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଚଳିତ ବର୍ଷ ଭୁଲଭୁଲେୟା ୨ ପରେ ଏହା ଦ୍ବିତୀୟ ହରର ମୁଭି । ଯାହାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମଟ ପୁରା ଟିମ୍ । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ । ଗୁରୁମିତ ସିଂଙ୍କ  ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମଟିକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ ଲେଖିଛନ୍ତି । 

ଏହାବି ପଢନ୍ତୁ : Bhediya Poster Out : 'ଭେଡିୟା' ଫିଲ୍ମକୁ ନେଇ ଏମିତି କିଛି କହିଲେ ବରୁଣ

 

ଯଦି ଆମେ ସିଦ୍ଧାନ୍ତ ଚତୁବେର୍ଦ୍ଦିଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ସେ ଫୋନଭୂତ ସହିତ ୟୁଦ୍ଧାର (Yudhra)ରେ ମଧ୍ୟ ନଜର ଆସିବେ।  ଏହି ଫିଲ୍ମରେ ତାଙ୍କ କୋଷ୍ଟାର ରହିଛନ୍ତି ମାଲବିକା ମୋହନାନ, ରାଘବ ଜୁଆର , ରାଜ ଅର୍ଜୁନ ଓ ସମି ଜୋନସ ହେନରୀ ରହିଛନ୍ତି । ସେହିପରି ଯଦି କ୍ୟାଟ୍ରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, କ୍ୟାଟ୍ରିନାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ।  ଯେଉଁଥିରେ ସେ ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି । ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ ।