ଇଦରେ ଭାଇଜାନ ଓ ଶେହନାଜଙ୍କ ଇସ୍କ
Advertisement
Article Detail0/zeeodisha/odisha1173871

ଇଦରେ ଭାଇଜାନ ଓ ଶେହନାଜଙ୍କ ଇସ୍କ

ଇଦ୍ ପାର୍ଟିରେ ସେଣ୍ଟର ଅଫ ଆଟ୍ରାକସନ ପାଲଟିଥିଲେ ଶେହନାଜ । ଶେହନାଜ ବ୍ଲାକ କଲର ସୁଟ୍ ରେ ବହୁତ ସୁନ୍ଦର ଦିଶୁଥିଲେ । ଉଭୟଙ୍କ କ୍ୟୁଟ୍ ମୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ଇଦରେ ଭାଇଜାନ ଓ ଶେହନାଜଙ୍କ ଇସ୍କ

ନୂଆଦିଲ୍ଲୀ: ଶେହନାଜ ଗିଲ (Shehnaz Gill)ଙ୍କୁ କିଏ ବା ନଜାଣେ  । ବିଗ୍ ବସ୍- ସିଜିନ-୧୩ରେ ଶେହନାଜ ବହୁତ ଫେମସ ହୋଇଥିଲେ । ଗତକାଲି ହୋଇଥିବା ଇଦ୍ ପାର୍ଟିରେ ଶେହନାଜଙ୍କୁ ଦେଖିବାକୁ ମିଳିଥିଲା । ଇଦ୍ ପାର୍ଟିରେ ସେଣ୍ଟର ଅଫ ଆଟ୍ରାକସନ ପାଲଟିଥିଲେ ଶେହନାଜ । ଗତକାଲି ସଲମାନ ଖାନ (Salman Khan)ଙ୍କ ଭଉଣୀ ଅର୍ପିତା (Arpita) ଏବଂ  ତାଙ୍କ ସ୍ୱାମୀ ଆୟୁଷ ଶର୍ମା (Ayush Sharma) ସେମାନଙ୍କ ଘରେ ଏକ ଇଦ୍ ପାର୍ଟି ରଖିଥିଲେ  । ଏହି ପାର୍ଟିରେ ବହୁ  ବଲିଉଡ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳଥିଲା । ପାର୍ଟିରେ ଚୁଲବୁଲି  ଶେହନାଜ ମଧ୍ୟ ସାମିଲ୍  ହୋଇଥିଲେ ।

ଶେହନାଜ ସେଠାରେ ପହଞ୍ଚିବା ପରେ ମାହୋଲ ଜମି ଉଠିଥିଲା । କାହିଁକି ନା ସଲମାନ ଆଉ ସେହନାଜ ପରସ୍ପରକୁ ଗ୍ରୀଟ୍ କରୁଥିବାର ନଜର ଆସିଥିଲେ । ଯାହାର ଫଟୋ ଆଉ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ କିଛି ସମୟ ପାଇଁ ମିଡିଆ ସାମ୍ନାରେ କଥା ହୋଇଥିଲେ । ଶେହନାଜ ବ୍ଲାକ କଲର ସୁଟ୍ ରେ ବହୁତ ସୁନ୍ଦର ଦିଶୁଥିଲେ ।   ଏହି ସମୟରେ ଶେହନାଜ୍  ସଲମାନଙ୍କୁ  ହଗ୍ ମଧ୍ୟ କରିଥିଲେ । ଉଭୟଙ୍କ ଏହି ଆଡରେବଲ କ୍ୟୁଟ୍ ମୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ପାର୍ଟିରେ ବାକି ସେଲିବ୍ରିଟି ବି ସାମିଲ ହୋଇଥିଲେ , ହେଲେ ସେଣ୍ଟର ଅଫ୍ ଆଟ୍ରାକସନ ପାଲଟିଥିଲେ ଶେହନାଜ ଗିଲ୍ । କରିସ୍ମା କପୁର (Karisma Kapoor), ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ (Jacqueline Fernandez) ମଧ୍ୟ ଇଦ୍ ପାର୍ଟିରେ ସାମିଲ ହୋଇଥିଲେ ।ଶେହେନାଜ ନିଜ କ୍ୟାରିୟର ଉପରେ ଫୋକସ କରିଛନ୍ତି ,ତାଙ୍କ ପାଖରେ ଏବେ ଭଲ ଭଲ ପ୍ରୋଜେକ୍ଟ ଅଛି ।

Also Read: ଅଡୁଆରେ ରାଞ୍ଝଣା; ସମନ ଜାରି କଲେ କୋର୍ଟ

ଖୁବ ଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।  ମ୍ୟୁଜିକ ଭିଡିଓରେ  ନଜର ଆସିଥିଲେ ଶେହନାଜ ଗିଲ୍  । ସିଦ୍ଧାର୍ଥ ଶୁକ୍ଲା (Sidharth Shukla )ଙ୍କ ପରଲୋକ ପରେ ଶେହନାଜ ପୁରା ଭାଙ୍ଗିପଡ଼ିଥିଲେ । କିଛି ସମୟ ପାଇଁ ସେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ । ଏପରିକି କୌଣସି ଇଭେଣ୍ଟ କିମ୍ବା ଶୋରେ ସାମିଲ ହେଉନଥିଲେ ଶେହନାଜ ।ଦୀର୍ଘ ଦିନର ବ୍ରେକ ପରେ ଏବେ ଧିରେ ଧିରେ ନିଜ ଜୀବନରେ ଆଗକୁ ବଢୁଛନ୍ତି ଶେହନାଜ । ତାଙ୍କ ହାତରେ ଲାଗିଛି ବଡ଼ ଅଫର , ଏହି ଅଫର ତାଙ୍କୁ ଖୋଦ ବଲିଉଡ ସୁପରଷ୍ଟାର ସଲମାନ ଖାନ(Salman Khan) ଦେଇଛନ୍ତି । ଶେହନାଜ ଗିଲ  ନିଜ ଡେବ୍ୟୁ ଫିଲ୍ମରେ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବେ। ପୂର୍ବ ପରି ସେ ନିଜ କ୍ୟାରିୟରକୁ ଫୋକସ ଦେବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ଅଛନ୍ତି ସେହନାଜ ।

Also Read: ଡିସେମ୍ବରରେ ଆଥିଆ ଓ ରାହୁଲଙ୍କ ପଡ଼ିବ ହାତଗଣ୍ଠି , ସୁନୀଲ ସେଟ୍ଟୀ ଆରମ୍ଭ କଲେଣି ପ୍ରସ୍ତୁତି

ନିଜ ଡେଲି ଅପଡେଟ୍ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।  ସଲମାନ ଖାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲି (Kabhi Eid Kabhi Diwali) ରେ ଅଭିନୟ କରିବେ ଶେହନାଜ । ଏହି ଫିଲ୍ମରେ  ଆୟୁଶ ଶର୍ମା (Ayush Sharma)ଙ୍କ  ବିପକ୍ଷରେ ସନାଙ୍କୁ ଦେଖିବାକୁ ମିଳିବ ।  ବିଗ୍ ବସ୍ ୧୩ରେ ନିଜ ଚୁଲବୁଲି ଅନ୍ଦାଜ  ପାଇଁ  ଶେହନାଜ ଦର୍ଶକଙ୍କ  ଫେଭରେଟ ବନିଥିଲେ ।