Taarak Mehta Ka Ooltah Chashmah; ଶୋ' ଛାଡ଼ିବେ ଆଉ ଜଣେ ମୁଖ୍ୟ କଳାକାର !
Advertisement
Article Detail0/zeeodisha/odisha1187513

Taarak Mehta Ka Ooltah Chashmah; ଶୋ' ଛାଡ଼ିବେ ଆଉ ଜଣେ ମୁଖ୍ୟ କଳାକାର !

ଗତ ୧୪ ବର୍ଷ ଧରି ପପୁଲାର କମେଡି ଶୋ 'ତାରକ ମେହତା କା ଉଲଟା ଚଷମା' ଲୋକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଆସୁଛି । ଏହି ଶୋର ପ୍ରତ୍ୟେକ  କଳାକାର ଘରେଘରେ ପରିଚିତ । ଶୋ'ର ଫ୍ୟାନ୍ ଫଲୋଇଂ ମଧ୍ୟ ବେଶ ଅଧିକ । ଏହି ଶୋ'ର ଦର୍ଶକଙ୍କୁ ନିରାଶ କଲା ଭଳି ଖବର ସାମ୍ନାକୁ ଆସିଛି । 

Taarak Mehta Ka Ooltah Chashmah; ଶୋ' ଛାଡ଼ିବେ ଆଉ ଜଣେ ମୁଖ୍ୟ କଳାକାର !

ନୂଆଦିଲ୍ଲୀ: ଟିଭିର ସବୁଠୁ ପପୁଲାର କମେଡି ଶୋ ତାରକ ମେହତା କା ଉଲଟା ଚଷମା (Taarak Mehta Ka Ooltah Chashmah)  ପିଲାରୁ ବୁଢା ସମସ୍ତଙ୍କୁ ପସନ୍ଦ । ଗତ ୧୪ ବର୍ଷ ଧରି ଏହି ଶୋ' ନନଷ୍ଟପ୍ ଦର୍ଶକଙ୍କ ମନୋରଞ୍ଜନ କରୁଛି ।ଏହି ଶୋର ସବୁ କଳାକାର ଘରେଘରେ ପରିଚିତ । ନିଜ ଅଭିନୟ ବଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାରକ ମେହତା କା ଉଲଟା ଚଷମା (Taarak Mehta Ka Ooltah Chashmah)ର ପ୍ରତ୍ୟେକ କଳାକାର । ଏପରିକି କଳାକାର ରିଅଲ ନେମ୍ ଅପେକ୍ଷା ରିଲ୍ ନେମ୍ କୁ ନେଇ ବେଶ ଜଣାଶୁଣା ।

ଶୋ'ର ପ୍ରତ୍ୟେକ କଳାକାରଙ୍କୁ ମିଳିଛି ଖାସ୍ ପରିଚୟ 

ଯେବେଠୁ ଶୋ' ଟେଲିକାଷ୍ଟ ହେଲାଣି ସେବେଠୁ ବହୁ ଷ୍ଟାର ଏହି ଶୋ'ରେ ସାମିଲ ହୋଇଛନ୍ତି । କିଛି କଳାକାର ଏହି ଶୋ ମଧ୍ୟ ଛାଡ଼ି ସାରିଲେଣି । ଏଥିରେ ଦୟା ଭାବି , ଅଞ୍ଜଳି , ଆତ୍ମାରାମ ଭିଡେ ଏବଂ ପୋପଟଲାଲଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାର ମଧ୍ୟ ସାମିଲ । ଏବେ ଏହି ଲିଷ୍ଟରେ ଆଉ ଏକ ନାମ ସାମିଲ ହୋଇଛି । 'ତାରକ ମେହତା କା ଉଲଟା ଚଷମା' (Taarak Mehta Ka Ooltah Chashmah)ର ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି ।

Also Read: ମାତା ପିତାଙ୍କୁ ନଜଣାଇ ଅଭିନେତ୍ରୀ କରୁଥିଲେ ଏମିତି କାମ, କଅଁଳ ବୟସରେ ଚାଲିଗଲା ଜୀବନ

ଅଭିନେତା ଶୈଲେଶ ଲୋଢ଼ା ନେଲେ ବଡ଼ ନିଷ୍ପତ୍ତି 
ମିଡିଆ ରିପୋର୍ଟ ଅନୁସାରେ , ଶୋର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଶୈଲେଶ ଲୋଢ଼ା (Shailesh Lodha) ଖୁବ ଶୀଘ୍ର ଏହି ଶୋ'ରୁ ବିଦାୟ ନେବାକୁ ଯାଉଛନ୍ତି । ଗତ କିଛି ମାସ ହେବ ଶୈଲେଶ ସୁଟିଂକୁ ଆସୁନଥିବା ଜଣାପଡ଼ିଛି । ଆଗକୁ ମଧ୍ୟ ସେ ଆଉ ସୁଟିଂ ସେଟକୁ ଫେରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ରିପୋର୍ଟ ମୁତାବାକ ଶୈଲେଶ ନିଜ କଣ୍ଟ୍ରାକ୍ଟରେ ଖୁସି ନାହାନ୍ତି । ସେ ଦେଇଥିବା ସମୟକୁ ଏହି ଶୋରେ ଉଚିତ ବ୍ୟବହାର କରାଯାଇନାହିଁ । ପ୍ରଡକସନ ହାଉସ ପକ୍ଷରୁ  ଅଭିନେତାଙ୍କୁ ମନାଇବା ପାଇଁ ଚେଷ୍ଟା ଜାରି ରହିଛି । ହେଲେ ଲାଗୁଛି ଯେ ଶୈଲେଶ ଲୋଢ଼ା (Shailesh Lodha) ନେଇଥିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିବେ ନାହିଁ ।

Also Read: ନିଶ-ଦାଢିକୁ ନେଇ କମେଡି କରିବା ପଡ଼ିଲା ମହଙ୍ଗା , ଭାରତୀଙ୍କ ନାଁରେ ରୁଜୁ ହେଲା ଦୁଇଟି ମାମଲା

ଏହି ଶୋରେ ଶୈଲେଶ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ସେ ଜେଠାଲାଲଙ୍କ ସାଙ୍ଗ ଭୂମିକାରେ ଶୋ'ରେ ଅଭିନୟ କରିଛନ୍ତି । ଶୈଲଶଙ୍କ ପୂର୍ବରୁ ନେହା ମେହତା , ଗୁରୁଚରଣ ସିଂହ ଏବଂ ଦିଶା ବକାନୀ ମଧ୍ୟ ଶୋ' ଛାଡି ଦେଇଛନ୍ତି । ଏହି ପ୍ରସଙ୍ଗରେ ଶୈଲୈଶ କିମ୍ବା ଶୋ ମେକର୍ସ ଏନେଇ କୌଣସି ଅଫିସିଆଲ କନଫର୍ମେସନ କରିନାହାନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ତାରକ ମେହତା କା ଉଲଟା ଚଷମା (Taarak Mehta Ka Ooltah Chashmah)ର ଫ୍ୟାନ୍ସ ଏହି ଖବର ଶୁଣି ନିରାଶ ହୋଇଛନ୍ତି । 'ତାରକ ମେହତା କା ଉଲଟା ଚଷମା'ରେ ଦିଲ୍ଲୀପ ଯୋଶୀ (Dilip Joshi ), ଅମିତ ଭଟ୍ଟ (Amit Bhatt ), ମନ୍ଦାର ଚନ୍ଦୱଡକର (Mandar Chandwadkar) ,  ସୋନାଲିକା ଯୋଶୀ (Sonalika Joshi ),  ମୁନମୁନ ଦତ୍ତା (MunMun Dutta) ଭଳି କଳାକାର ସାମିଲ ଅଛନ୍ତି ।