ଏହି ବିଦେଶୀ ସୁନ୍ଦରୀଙ୍କୁ ଡେଟ୍ କରୁଛନ୍ତି କି ଶାହରୁଖ ଖାନଙ୍କ ପୁଅ ?
Advertisement

ଏହି ବିଦେଶୀ ସୁନ୍ଦରୀଙ୍କୁ ଡେଟ୍ କରୁଛନ୍ତି କି ଶାହରୁଖ ଖାନଙ୍କ ପୁଅ ?

Shah rukh khan son aryan khan dating news: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଡେଟିଂ ଖବର ଏବେ ଚର୍ଚ୍ଚାରେ ରହିଛି । ସେ ଜଣେ ବିଦେଶୀ ସୁନ୍ଦରୀଙ୍କୁ ଡେଟ କରୁଥିବା କୁହାଯାଉଛି ।

ଏହି ବିଦେଶୀ ସୁନ୍ଦରୀଙ୍କୁ ଡେଟ୍ କରୁଛନ୍ତି କି ଶାହରୁଖ ଖାନଙ୍କ ପୁଅ ?

Bollywood News: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଅନ୍ୟ ଷ୍ଟାର କିଡ୍ସଙ୍କ ପରି  ଆର୍ଯ୍ୟନ୍ ମଧ୍ଯ ହେଡଲାଇନରେ ରହିଥାନ୍ତି । ଆଉ ସୋସିଆଲ ମିଡିଆରେ ତାଙ୍କର ବହୁତ୍ ଫ୍ୟାନ୍ ଫଲୋର୍ସ ମଧ୍ୟ ଅଛନ୍ତି । ଏହାସହିତ, ଏବେ ସେ ପିତା ଶାହାରୁଖ ଖାନ ଏବଂ ଭଉଣୀ ସୁହାନା ଖାନଙ୍କ ସହ ନିଜର ଏକ ବ୍ରାଣ୍ଡକୁ ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ, ଏସବୁ ମଧ୍ୟରେ ସେ ବର୍ତ୍ତମାନ ନିଜ କାର୍ଯ୍ୟ ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ହେଡଲାଇନରେ ଅଛନ୍ତି । ବାସ୍ତବରେ, କିଛି ଦିନ ହେବ ଆର୍ଯ୍ୟାନଙ୍କ ଡେଟିଂ ଖବର ବହୁତ ଚର୍ଚ୍ଚାରେ ରହିଛି । ତେବେ ଆସନ୍ତୁ ଜାଣିବା ଆର୍ଯ୍ୟାନ୍ ଖାନ୍ କାହା ସହିତ ଡେଟ୍ କରୁଛନ୍ତି ।

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟାନ୍ ଖାନଙ୍କ ପାଇଁ ଲକ୍ଷ ଲକ୍ଷ ଝିଅ ପାଗଳ । ତେବେ ଆର୍ଯ୍ୟାନଙ୍କ ବିଷୟରେ ଖବର ରହିଛି ଯେ,  ସେ ବ୍ରାଜିଲର ଅଭିନେତ୍ରୀ ଲାରିସା ବୋନସିଙ୍କୁ ଡେଟ୍ କରୁଛନ୍ତି । ବାସ୍ତବରେ, ଆର୍ଯ୍ୟାନ୍ ଖାନଙ୍କ ଫ୍ୟାନ୍ସମାନେ ତାଙ୍କ ନାମ ସହ ଲାରିସା ବୋନସିଙ୍କୁ କ୍ରମାଗତ ଭାବରେ ଯୋଡ଼ି ଆସୁଥିବା ଦେଖାଯାଇଛି ।

ଫ୍ୟାନ୍ସମାନେ ଏହି ଅଭିନେତ୍ରୀଙ୍କ ସହ ଆର୍ଯ୍ୟାନଙ୍କ ନାମକୁ ଯୋଡୁଛନ୍ତି 

ରିପୋର୍ଟ ଅନୁଯାୟୀ, ଆର୍ଯ୍ୟାନ୍ ଖାନଙ୍କ ଏକ ଭିଡିଓ ରେଡ୍ଡିଟରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ଲାରିସା ବୋନସିଙ୍କ ସହ ଦେଖିବାକୁ ମିଳିଥିଲା । ଯାହାପରେ ଉପଭୋକ୍ତାମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଥିବାର ଦେଖାଗଲା । ଜଣେ ଉପଭୋକ୍ତା ସୋସିଆଲ ମିଡିଆରେ ଲେଖିଛନ୍ତି, କିଛି ଦିନ ପୂର୍ବରୁ ସେ ରେଡ୍ଡିଟରେ କିଛି ଲୋକଙ୍କ କମେଣ୍ଟ ଦେଖିଥିଲେ, ଯେଉଁଥିରେ ଆର୍ଯ୍ୟାନ୍ ଖାନ୍ ଏବଂ ଲାରିସା ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଲେଖା ହୋଇଥଲା । ଉକ୍ତ ୟୁଜର୍ସ ଜଣକ ପୁଣି କହିଛନ୍ତି , ଏହା ପରେ ଯେତେବେଳେ ମୁଁ ସୂଚନା ବାହାର କଲି, ସେତେବେଳେ ଜାଣିଲି ଯେ ଲାରିସା ଆର୍ଯ୍ୟାନ୍ ଖାନଙ୍କ ପୁରା ପରିବାରକୁ ଫଲୋ କରିଛନ୍ତି । ତେବେ ଏହି ଡେଟିଂ ଗୁଜବ ସମ୍ପର୍କରେ ଆର୍ଯ୍ୟାନ୍ ଖାନ୍ ଏବଂ ଲାରିସା ବୋନସି କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି ।

ଲାରିସା ବୋନସି କିଏ ?

ଲାରିସା ବୋନସି ବ୍ରାଜିଲର ଜଣେ ମଡେଲ, ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ । ସେ ପୂର୍ବରୁ ଅନେକ ବଲିଉଡ ଗୀତରେ ଅଭିନୟ କରିଛନ୍ତି। ତାଙ୍କୁ ଅକ୍ଷୟ କୁମାର ଏବଂ ଜନ୍ ଅବ୍ରାହମଙ୍କ ସହ ସୁବାହା ହୋନେ ନା ଦେ ଗୀତରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ତାଙ୍କୁ ଟାଇଗର ଶ୍ରଫ ଏବଂ ସ୍ଵରାଜ ପଞ୍ଚୋଲିଙ୍କ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମଧ୍ଯ ମିଳିଛି। ତାଙ୍କୁ ଗୁରୁ ରନ୍ଧୱାଙ୍କ ମ୍ୟୁଜିକ୍ ସଙ୍ଗ ସୁରମା ସୁରମାରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଅକ୍ଷୟ କୁମାରଙ୍କ ଫିଲ୍ମ 'ଦେଶୀ ବଏଜ୍'ରେ ମଧ୍ୟ ଏକ ଛୋଟ ଭୂମିକାରେ ଅଭିନୟ କରିଛନ୍ତି।

Also Read- Mangal Gochar: ମୀନ ରାଶିରେ ମଙ୍ଗଳ ଚଳନ, କର୍କଟ ସମେତ ଏହି ରାଶିକୁ ବଡ଼ ଫାଇଦା

Also Read- ପଞ୍ଚଭୂତରେ ଲୀନ ହେଲେ ଭଜନ ଗାୟିକା ଶାନ୍ତିଲତା ବାରିକ