Sara Khan Breakup: ସାରାଙ୍କ ଜୀବନରୁ ପ୍ରେମିକଙ୍କ ବିଦାୟ, ହୋଇଥାନ୍ତା ବାହାଘର...
Advertisement

Sara Khan Breakup: ସାରାଙ୍କ ଜୀବନରୁ ପ୍ରେମିକଙ୍କ ବିଦାୟ, ହୋଇଥାନ୍ତା ବାହାଘର...

Sara Khan Breakup: ଦୀର୍ଘ ଦିନର ଡେଟିଂ ପରେ ସାରାଙ୍କ ଜୀବନରୁ ଆଉଟ୍ ହୋଇଛନ୍ତି ପ୍ରେମିକ ଶାନ୍ତନୁ ରାଜେ । ଏ ବିଷୟରେ ସାରା ନିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି ।

Sara Khan Breakup: ସାରାଙ୍କ ଜୀବନରୁ ପ୍ରେମିକଙ୍କ ବିଦାୟ, ହୋଇଥାନ୍ତା ବାହାଘର...

Sara Khan Breakup: ଟିଭି ସିରିଏଲ ମାଧ୍ୟମରେ ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ବେଶ୍ ପରିଚିତ ହୋଇଥିଲେ ଅଭିନେତ୍ରୀ ସାରା ଖାନ । ପରେ ସାରା ନିଜ ବ୍ୟକ୍ତିଗତ କଥାକୁ ନେଇ ପ୍ରଶଂସକଙ୍କ ଗହଣରେ ଚର୍ଚ୍ଚାର ପାତ୍ର ହୋଇଥିଲେ । ବର୍ତ୍ତମାନ ଆଉ ଏକ ଘଟଣାକୁ ନେଇ ସାରା ଖୁବ୍ ଚର୍ଚ୍ଚାରେ । ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶିତ ହୋଇଛି । ତାହା ହେଉଛି ଦୀର୍ଘ ଦିନର ଡେଟିଂ ପରେ ସାରାଙ୍କ ଜୀବନରୁ ଆଉଟ୍ ହୋଇଛନ୍ତି ପ୍ରେମିକ ଶାନ୍ତନୁ ରାଜେ (shantanu raje) । ଏ ବିଷୟରେ ସାରା ନିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି ।

ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସାରା ଖାନ୍ ବର୍ତ୍ତମାନ ଟେଲିଭିଜନ କିମ୍ୱା ସିନେମାରେ ଆକ୍ଟିଭ୍ ନାହାନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥିବା ଦେଖିବାକୁ ମିଳୁଛି । ଅନେକ ରିଲ୍ସ ସେୟାର କରି ନିଜ ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି ସାରା । ୨୦୦୭ ମସିହାରେ ଟିଭି ସିରିଏଲରେ କ୍ୟାରିଅର ଆରମ୍ଭ କରିଥିବା ସାରାଙ୍କ ଅପକମିଂ ପ୍ରୋଜେକ୍ଟ କଣ ଆସୁଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ।

ଜାତୀୟ ଟିଭି ଚ୍ୟାନେଲରେ ବିବାହ କରିବା ପରେ ସାରା ଅଲି ଖାନ ଅଧିକ ଲୋକଲୋଚନକୁ ଆସିଥିଲେ। କିନ୍ତୁ ବିଡମ୍ୱନାର ବିଷୟ ସେ ସମ୍ପର୍କ ବେଶି ଦିନ ତିଷ୍ଠିଲା ନାହିଁ । ତେବେ ବର୍ତ୍ତମାନ ପୁଣିଥରେ ସାରା ନିଜ ଲଭ୍ ଲାଇଫ୍ (Love life) ପାଇଁ ଚର୍ଚ୍ଚାରେ ଅଛନ୍ତି । କାରଣ ତିନି ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସାରା ଶାନ୍ତନୁଙ୍କ ସହିତ ବ୍ରେକଅପ୍ ହେବାର କାରଣ ବିଷୟରେ ଜଣାଇଛନ୍ତି ।

ସାରା ଖାନ ନିଜ ଇନଷ୍ଟାଗ୍ରାମ ପେଜରେ ଶାନ୍ତନୁ ରାଜେଙ୍କ ସହ ଅନେକ ଫଟୋ ଏବଂ ରିଲ୍ସ ସେୟାର କରିଛନ୍ତି। ଉକ୍ତ ରିଲ୍ସ ଓ ଫଟୋ ଗୁଡିକରେ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଯଦି ସୁତ୍ରକୁ ବିଶ୍ୱାସ କରାଯାଏ ତେବେ ଏହି ଯୋଡି ୩ ବର୍ଷ ଡେଟ୍ କରିବା ପରେ ୨୦୨୩ ଅର୍ଥାତ ଚଳିତ ବର୍ଷ ବିବାହ କରିବାକୁ ପ୍ଲାନିଂ କରିଥିଲେ ।

ବର୍ତ୍ତମାନ ସାରା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଉଭୟଙ୍କ ସମ୍ମତି ଏବଂ ବୁଝାବଣା ସହିତ ଆମେ ଅଲଗା ହୋଇ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛୁ । ଆମେ ଦୁହେଁ ପରସ୍ପରକୁ ଖୁବ ସମ୍ମାନ କରୁ ।

ଆପଣଙ୍କୁ କହିରଖୁଛୁ ଯେ, ସାରା ୨୦୧୦ ମସିହାରେ ବିଗ୍ ବସ୍ ସିଜନ ୪ରେ ଡିଜେ ଅଲି ମର୍ଚାଣ୍ଟଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଉଭୟେ କିଛି ମାସ ମିଳାମିଶା କରିବା ପରେ ୨୦୧୧ ମସିହାରେ କୌଣସି କାରଣରୁ ଅଲଗା ହୋଇଯାଇଥିଲେ । 

Also Read- ଜନ୍ମଦିନରେ ଅସୁସ୍ଥ ହେଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଘରୋଇ ହସପିଟାଲରେ ଭର୍ତ୍ତି

Also Read- ଯାଜପୁର ପିହୁ ନିଖୋଜ ମାମଲା, ଆମରଣ ଅନଶନରେ ମା'