ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ
Advertisement
Article Detail0/zeeodisha/odisha1180129

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ

ପ୍ରସିଦ୍ଧ ଭାରତୀୟ ସନ୍ତୁର ବାଦକ ତଥା  ସଙ୍ଗୀତକାର ପଣ୍ଡିତ ଶିବକୁମାର ଶର୍ମା ଙ୍କ ପରଲୋକ ହୋଇଯାଇଛି । ୮୪ ବର୍ଷ ବୟସରେ ତାଙ୍କର  ପରଲୋକ ହୋଇଛି ।   କିଡନୀ ଜନିତ ସମସ୍ୟା ଯୋଗୁ ସେ  ୬ ମାସ ଧରି ଅସୁସ୍ଥ ଥିଲେ  । ତାଙ୍କର ନିୟମିତ ଡାଏଲିସିସ୍  ମଧ୍ୟ ଚାଲିଥିଲା ।  ଡାକ୍ତରଙ୍କ ନିରନ୍ତର ଚେଷ୍ଟା ସତ୍ତ୍ୱେ ଆଜି ତାଙ୍କର ମୁମ୍ବାଇସ୍ଥିତ ହସ୍ପିଟାଲରେ ଦେହାନ୍ତ ହୋଇଛି । 

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଭାରତୀୟ ସନ୍ତୁର ବାଦକ ତଥା  ସଙ୍ଗୀତକାର ପଣ୍ଡିତ ଶିବକୁମାର ଶର୍ମା (Pandit Shivkumar Sharma)ଙ୍କ ପରଲୋକ ହୋଇଯାଇଛି । ୮୪ ବର୍ଷ ବୟସରେ ତାଙ୍କର  ପରଲୋକ ହୋଇଛି ।   କିଡନୀ ଜନିତ ସମସ୍ୟା ଯୋଗୁ ସେ  ୬ ମାସ ଧରି ଅସୁସ୍ଥ ଥିଲେ  । ତାଙ୍କର ନିୟମିତ ଡାଏଲିସିସ୍  ମଧ୍ୟ ଚାଲିଥିଲା ।  ଡାକ୍ତରଙ୍କ ନିରନ୍ତର ଚେଷ୍ଟା ସତ୍ତ୍ୱେ ଆଜି ତାଙ୍କର ମୁମ୍ବାଇସ୍ଥିତ ହସ୍ପିଟାଲରେ ଦେହାନ୍ତ ହୋଇଛି । ପଣ୍ଡିତ ଶିବ କୁମାରଙ୍କ ପରିବାରରେ ପତ୍ନୀ ମନୋରମା ଏବଂ ତାଙ୍କ ଦୁଇ ପୁଅ ଅଛନ୍ତି । ତାଙ୍କ ପୁଅ ରାହୁଲ ଶର୍ମା ମଧ୍ୟ ଜଣେ ସନ୍ତୁର ବାଦକ । ଏବେ ସୋସିଆଲ ମିଡିଆରେ ମଧ୍ୟ ପଣ୍ଡିତ ଶିବ କୁମାର ଶର୍ମାଙ୍କୁ ଅନେକ  ଲୋକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାଧାରଣ ଲୋକଙ୍କ ବ୍ୟତୀତ ଅନେକ ବିଶିଷ୍ଠ ବ୍ୟକ୍ତି ବିଶେଷ ମଧ୍ୟ ତାଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି । ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  (PM Narendra Modi) ମଧ୍ୟ ପଣ୍ଡିତ ଶିବକୁମାର ଶର୍ମା (Pandit Shivkumar Sharma)ଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି , ' ପଣ୍ଡିତ ଶିବକୁମାରଙ୍କ ନିଧନରେ ଆମ ସାଂସ୍କୃତିକ ଦୁନିଆରେ ଗଭୀର ପ୍ରଭାବ ପଡ଼ିବ । ସେ ସନ୍ତୁରଙ୍କୁ ବିଶ୍ୱ ଦରବାରରେ ଲୋକପ୍ରିୟ ବନାଇଛନ୍ତି । ତାଙ୍କ ସଙ୍ଗୀତ ଆଗାମୀ ପିଢିକୁ ମନ୍ତ୍ରମୁଗ୍ଧ କରିବ । ତାଙ୍କ ସହ ହୋଇଥିବା କଥାବାର୍ତ୍ତା ମୋର ମନେ ଅଛି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି । '  

 ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ପଣ୍ଡିତ ଶିବ କୁମାର ଶର୍ମାଙ୍କର  ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି   ।  ଶିବ କୁମାର ଶର୍ମା ସନ୍ତୁରକୁ ଏକ ଶାସ୍ତ୍ରୀୟ ମାନ୍ୟତା ଦେଇଥିଲେ । ପଣ୍ଡିତ ଶିବ କୁମାର ଶର୍ମା ୧୯୩୮ ଜାନୁୟାରୀ ୧୩ରେ ଜମ୍ମୁରେ ଜନ୍ମଗ୍ରହଣ କରିଥିଲେ । ଜମ୍ମୁରେ ଜନ୍ମିଥିବା ସଙ୍ଗୀତକାର ଶିବକୁମାର ଜମ୍ମୁ ଓ କଶ୍ମୀରର ଏକ ଅଜ୍ଞାତ ବାଦ୍ୟଯନ୍ତ୍ର  ସନ୍ତୁରକୁ ବିଶ୍ୱସ୍ତରରେ ପହଞ୍ଚାଇଥିଲେ । ସେ ସିଲସିଲା (Silsila)  , ଲମହେ (lamhe) , ଚାନ୍ଦନୀ (Chandni) ଏବଂ ଡର୍ (Darr)ଭଳି ଫିଲ୍ମ ପାଇଁ ସେ ବେଶ ଜଣାଶୁଣା ଥିଲେ । ଏହି ଫିଲ୍ମରେ ସେ ସଙ୍ଗୀତ ରଚନା କରିଥିଲେ । ପ୍ରସିଦ୍ଧ  ବଂଶୀ ବାଦକ ପଣ୍ଡିତ ହରିପ୍ରସାଦ ଚୌରାସିୟା (Hariprasad Chaurasia)ଙ୍କ ସହ ତାଙ୍କ ଯୋଡ଼ି ସବୁବେଳେ ହିଟ୍ ସାବ୍ୟସ୍ତ ହୋଇଛି । ସଙ୍ଗୀତ ଦୁନିଆର ଏହି ଶିବ-ହରି ଯୋଡ଼ି ମିଳିତ ଭାବେ ଅନେକ ଫିଲ୍ମ ପାଇଁ  ସଙ୍ଗୀତ ରଚନା କରିଥିଲେ ।

Also Read: ସୋନାକ୍ଷୀଙ୍କ ସିକ୍ରେଟ ଏନଗେଜମେଣ୍ଟ

ପଣ୍ଡିତ ଶିବ କୁମାର ଶର୍ମା ୧୯୬୦ ମସିହାରେ ତାଙ୍କର ପ୍ରଥମ ସୋଲୋ ଗୀତ ରେକର୍ଡ କରିଥିଲେ । ତାଙ୍କୁ ୧୯୮୬ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୧୯୯୧ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୧ମସିହାରେ ପଣ୍ଡିତ ଶିବକୁମାର ଶର୍ମା (Pandit Shivkumar Sharma)  ପଦ୍ମଭୂଷଣ ସହିତ ସମ୍ମାନୀତ କରାଯାଇଥିଲା।