Yashoda: 'ୟଶୋଦା'କୁ ମିଳିଲା U / A ସାର୍ଟିପିକେଟ୍
Advertisement
Article Detail0/zeeodisha/odisha1423967

Yashoda: 'ୟଶୋଦା'କୁ ମିଳିଲା U / A ସାର୍ଟିପିକେଟ୍

Yashoda: ସାମନ୍ଥାଙ୍କ ଅଭିନୀତ ଫିଲ୍ମ 'ୟଶୋଦା'। ଫିଲ୍ମଟି ଖୁବଶିଘ୍ର ପରଦାକୁ ଆସୁଛି । ଫିଲ୍ମଟି ଚଳିତ ମାସ ୧୧ ନଭେମ୍ବରରେ ରିଲିଜ୍ ହେବ। ୟଶୋଦାକୁ ଉତ୍ସାହ ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ ।

ସୌଜନ୍ୟ : ସୋସିଆଲ ମିଡିଆ

Yashoda: ସାମନ୍ଥାଙ୍କ ଅଭିନୀତ ଫିଲ୍ମ 'ୟଶୋଦା'। ଫିଲ୍ମଟି ଖୁବଶିଘ୍ର ପରଦାକୁ ଆସୁଛି । ଫିଲ୍ମଟି ଚଳିତ ମାସ ୧୧ ନଭେମ୍ବରରେ ରିଲିଜ୍ ହେବ। ୟଶୋଦାକୁ ଉତ୍ସାହ ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ । ଫିଲ୍ମର ଜୋରଦାର ପ୍ରମୋସନ୍ ହେବା ହେବା ସହିତ ଏହାକୁ ବର୍ତ୍ତମାନ U / A ସାର୍ଟିଫିକେଟ୍ ସହିତ ସେନ୍ସର କରାଯାଇଛି । 
ଫିଲ୍ମଟି ତେଲୁଗୁ, ହିନ୍ଦି, ତାମିଲ ଓ କନ୍ନଡ ଭାଷାରେ ଫିଲ୍ମଟି ରିଲିଜ୍ ହେବ । ଏହି ଆକ୍ସନ ଥ୍ରୀଲର ମୁଭିକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମର ଫୁରାଷ୍ଟାର କାଷ୍ଟ । 

 

ଏହାବି ପଢନ୍ତୁ : Akshay Kumar: ମରାଠି ଫିଲ୍ମରେ ଡେବ୍ୟୁ କରିବେ ଖିଲାଡି କୁମାର, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍

ଏହାବି ପଢନ୍ତୁ : Akshara Singh: ଅକ୍ସରା ହେଲେ ଆକ୍ରୋଶର ଶିକାର, ଜାଣନ୍ତୁ କ'ଣ ଥିଲା ପୁରା ଘଟଣା

ଏହାବି ପଢନ୍ତୁ : Himesh Reshammiya: ଏହି ଫିଲ୍ମ ପାଇଁ ଟ୍ରୋଲ ହେଲେ ହିମେଶ ରେଶମିଆ ,ଫ୍ୟାନ୍ସ କହିଲେ କିଛି ଏମିତି

ଫିଲ୍ମର ନିର୍ଦ୍ଦେଶକ ଓ ସ୍କ୍ରିପ୍ଟିଂ ଦାୟିତ୍ବ ହରିହରିଶ ନେଇଥିବା ବେଳେ ପ୍ରଯୋଜନା ଦାୟିତ୍ବ ଶିବାଲେଖା କ୍ରିଷ୍ଣାପ୍ରସାଦ ନେଇଛନ୍ତି । ଫିଲ୍ମର ଲିଡ ରୋଲରେ ନଜର ଆସିବେ ସାମନ୍ଥା । ଫିଲ୍ମଟିରେ ସେ ଜଣେ ଗର୍ଭବତୀ ନର୍ସର ଭୂମିକାରେ ନଜର ଆସିବେ। ସାମନ୍ଥାଙ୍କ ବ୍ୟତିତ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଭାରାଲକ୍ଷ୍ମୀ ସରଥକୁମାର (Varalaxmi Sarathkumar) ଓ ଉନ୍ନି ମୁକୁନ୍ଦନ  ( Unni Mukundan) । ୟଶୋଧା ହେଉଛି ଏକ ଆକ୍ସନ୍-ଥ୍ରୀଲର୍ ମୁଭି ।  ଯେଉଁଥିରେ ସାମନ୍ଥାଙ୍କ ଅତୀତ ସହିତ ଗର୍ଭବତୀ ନର୍ସ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ଟିଜର ସେପ୍ଟେମ୍ବର ୯ରେ ରିଲିଜ ହୋଇଥିଲା  । ୧.୧୪ ସେକେଣ୍ତର ଏହି ଟିଜରକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । ଟିଜରରେ କିଛି ନୂଆ ଲୁକରେ  ସାମନ୍ଥାଙ୍କୁ ଦେଖିବାକୁ ମିଳିଛି । ଟିଜରଟି ଦମଦାର ହୋଇଛି । ଯାହାକୁ ଫ୍ୟାନ୍ସ କାଫି ପଜେଟିଭ ରେସପନ୍ସ ମିଳିଛି । ଫିଲ୍ମର ସଙ୍ଗୀତକୁ ମଣି ଶର୍ମା (Mani Sharma) ରଚନା କରିଛନ୍ତି।ଏମ ସୁକୁମାର (M Sukumar) ଏବଂ ମାର୍ଥାଣ୍ଡ କେ ଭେଙ୍କଟେଶ (K Venkatesh ) ଯଥାକ୍ରମେ ସିନେମାଟୋଗ୍ରାଫର ତଥା ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି । 

ଏହାବି ପଢନ୍ତୁ : Navya Naveli Nanda: ଅମିତାଭଙ୍କ ନାତୁଣୀଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତା, କହିଲେ ମନର କଥା

ଯଦି ଆମେ ସାମନ୍ଥାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ,ତେବେ ସାମନ୍ଥାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ୟଶୋଦା ବ୍ୟତୀତ ସେ ସକୁନ୍ତଳମ୍, ଚିତାଡେଲ, ଆରେଜମେଣ୍ଟସ ଅଫ ଲଭ୍ ଓ ଖୁସିରେ ନଜର ଆସିବେ । ସକୁନ୍ତଳମ୍ ଫିଲ୍ମଟି ଏକ ପୌରାଣିକ ଚଳଚ୍ଚିତ୍ର। ଯେଉଁଥିରେ ଲିଡ୍ ରୋଲରେ ନଜର ଆସିବେ ସାମନ୍ଥା । ଏହି ଚଳଚ୍ଚିତ୍ରଟି ଗୁନାସେଖରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରାଚୀନ ଭାରତୀୟ କବି କାଳିଦାସଙ୍କ ଦ୍ୱାରା ଲିଖିତ ଶକୁନ୍ତଳାଙ୍କ ଲୋକପ୍ରିୟ କାହାଣୀ ଉପରେ ଆଧାରିତ।