Samantha Prabhu Net Worth: ସମ୍ପତ୍ତିରେ ପଛରେ ପଡିଯିବେ ବଲିଉଡ଼ର ମେଗାଷ୍ଟାର, ଏତିକି କୋଟିର ମାଲିକାଣୀ ଅଟନ୍ତି ସାମନ୍ଥା?
Advertisement

Samantha Prabhu Net Worth: ସମ୍ପତ୍ତିରେ ପଛରେ ପଡିଯିବେ ବଲିଉଡ଼ର ମେଗାଷ୍ଟାର, ଏତିକି କୋଟିର ମାଲିକାଣୀ ଅଟନ୍ତି ସାମନ୍ଥା?

Samantha Ruth Prabhu Earnings Net Worth: ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ(Samantha Ruth Prabhu) । ଦମଦାର ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । 'ଦି ଫ୍ୟାମିଲି ମ୍ୟାନ୍' (The Family Man) ଓ 'ପୁଷ୍ପା ' ଫିଲ୍ମର ଓ ଆଣ୍ଟାବା (Oo Antava) ଗୀତରେ ଦର୍ଶକଙ୍କ ହୃଦୟ ଛୁଇଁଥିଲେ ସେ । ଅଭିନେତା ନାଗାର୍ଜୁନଙ୍କ (Nagarjuna) ବୋହୂ ସାମନ୍ଥା ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Samantha Ruth Prabhu Earnings Net Worth: ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ(Samantha Ruth Prabhu) ।   ଦମଦାର ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । 'ଦି ଫ୍ୟାମିଲି ମ୍ୟାନ୍' (The Family Man) ଓ 'ପୁଷ୍ପା ' ଫିଲ୍ମର ଓ ଆଣ୍ଟାବା  (Oo Antava) ଗୀତରେ ଦର୍ଶକଙ୍କ ହୃଦୟ ଛୁଇଁଥିଲେ ସେ । ଅଭିନେତା ନାଗାର୍ଜୁନଙ୍କ (Nagarjuna) ବୋହୂ ସାମନ୍ଥା ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି । ନାଗା ଚୈତନ୍ୟଙ୍କ (Naga Chaitanya)ଠାରୁ ଛାଡପତ୍ର ପରଠୁ ସାମନ୍ଥା ତାଙ୍କ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି। ସାଉଥ ସମେତେ ବଲିଉଡରେ ମଧ୍ୟ ସାମନ୍ଥାଙ୍କ (Samantha Ruth Prabhu) କ୍ରେଜ୍ ରହିଛି। ଯଦି ଆମେ ସାମନ୍ଥାଙ୍କ ସମ୍ପତ୍ତି ବିଷୟରେ(Samantha Prabhu Net Worth) କହିବା । ତେବେ, ସେ କୋଟି କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ ଓ ଗୋଟିଏ ଫିଲ୍ମ ପାଇଁ କେତେ ଟାର୍ଜ କରନ୍ତି । ଆସନ୍ତୁ ଜାଣିବା।

ସାମନ୍ଥା ରୁଥ ପ୍ରଭୁଙ୍କ ମୋଟ ସମ୍ପତ୍ତିର(Samantha Prabhu Net Worth) ମୂଲ୍ୟ ୧୦୦ କୋଟିରୁ ଅଧିକ: ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ସାମନ୍ଥା ସାମନ୍ଥା ରୁଥ ପ୍ରଭୁଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦୧ କୋଟି ଟଙ୍କା।  ଏହା ସହିତ ଦେଶର ବିଭିନ୍ନ ସ୍ଥାନରେ ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ରହିଛି । ଏହା ସହ ତାଙ୍କ ପାଖରେ ଏକାଧିକ ଲକଜୁରୀ କାର୍ ମଧ୍ୟ ରହିଛି । 

Also Read: Mo Bus: ମୋ’ ବସ୍ ଦୁର୍ଘଟଣାଗ୍ରସ୍ତ, ଏକାଧିକ ଯାତ୍ରୀ ଆହତ

Also Read: Odisha News: ଓଡ଼ିଶା ପାଇଁ ଗର୍ବ, ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଗୋଟିଏ ଫିଲ୍ମ ପାଇଁ ଏତିକି କୋଟି ଚାର୍ଜ କରନ୍ତି ଅଭିନେତ୍ରୀ: ତେବେ, ସାମନ୍ଥା (Samantha Prabhu)ଗୋଟିଏ ଫିଲ୍ମ ପାଇଁ ତିନିରୁ ଚାରି କୋଟି ଟଙ୍କା ଚାର୍ଜ କରନ୍ତି । ଏବଂ 'ପୁଷ୍ପା' ଚଳଚ୍ଚିତ୍ରର 'ଓ ଆଣ୍ଟାଭା' ଗୀତ ପାଇଁ ଏହି ଅଭିନେତ୍ରୀ ପାଞ୍ଚ କୋଟି ଟଙ୍କା ନେଇଥିଲେ। ହାଇଦ୍ରାବାଦର 'ଜୁବୁଲି ହିଲ୍ସ'ରେ ସାମନ୍ଥାଙ୍କର ଏକ ବିରାଟ ବଙ୍ଗଳା ଅଛି, ତେବେ ଏହି ବଙ୍ଗଳାର ମୂଲ୍ୟ ୧୦୦ କୋଟି ବୋଲି କୁହାଯାଉଛି । ଏହା ସହ ଅଭିନେତ୍ରୀଙ୍କ ପାଖରେ ୨.୨୬ କୋଟି ଟଙ୍କା ମୂଲ୍ୟର(Land Rover Range Rover) ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭରର ଏକ କାର୍ ଏବଂ ୧.୪୬ କୋଟି ଟଙ୍କା ମୂଲ୍ୟର (Porsche Cayman)ପୋର୍ସେ କେମାନ ଜିଟିଏସର ଗାଡି ରହିଛି । ଆପଣ ହୁଏତ ଜାଣି ନଥିବେ, ସାମନ୍ଥାଙ୍କର ମଧ୍ୟ 'ସାକି'(fashion label named 'Saki) ନାମକ ଏକ ଫ୍ୟାଶନ୍ ଲେବଲ୍ କମ୍ପାନୀ ରହିଛି। ଏବଂ ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଭିନେତ୍ରୀ ଏହି ଫ୍ୟାସନ୍ ଲେବଲ ପାଇଁ ମୁମ୍ବାଇରେ ପ୍ରାୟ ୧୫ କୋଟି ଟଙ୍କା ନିବେଶ କରିଛନ୍ତି ।

Also Read: Ludhiana Gas Leak : ଗ୍ୟାସ୍ ଲିକ୍ ଯୋଗୁଁ ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ, ଏକାଧିକ ଗୁରୁତର

Also Read: Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି

Also Read: Silver Health Benefits: ରୂପା ବାସନରେ ଖାଇଲେ ଶରୀରକୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା!