Web Series: ବନ୍ଦ ହେଲା ସ୍କେର୍ଡ୍ ଗେମ୍ସ, ସିରିଜ୍, ଜାଣନ୍ତୁ କେବେ ରିଲିଜ୍ ହେବ ମିର୍ଜାପୁର-୩ ଓ ଫ୍ୟାମିଲି ମ୍ୟାନ- ୩
Advertisement

Web Series: ବନ୍ଦ ହେଲା ସ୍କେର୍ଡ୍ ଗେମ୍ସ, ସିରିଜ୍, ଜାଣନ୍ତୁ କେବେ ରିଲିଜ୍ ହେବ ମିର୍ଜାପୁର-୩ ଓ ଫ୍ୟାମିଲି ମ୍ୟାନ- ୩

New Web Series: ଅନ୍ୟତମ ଲୋକପ୍ରିୟ ତଥା ଅଗ୍ରଣୀ ୱେବ୍ ସିରିଜ୍ ସ୍କେର୍ଡ୍ ଗେମ୍ସ - ୩କୁ ସ୍ଥାୟୀ ରୂପେ ବନ୍ଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏହାର କୋ-ଡାଇରେକ୍ଟର ଅନୁରାଗ କଶ୍ୟପ। ବିକ୍ରମାଦିତ୍ୟ ମୋଟୱାଣେ ଓ ନୀରଜ ଘାୟୱାନଙ୍କ ସହ ଅନୁରାଗ କଶ୍ୟପ, ସାକ୍ରେଡ ଗେମ୍ସର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ସୌ(ସୋସିଆଲ ମିଡିଆ)

New Web Series: ମାଶେବଲ ଇଣ୍ଡିଆର ଏକ ୟୁଟ୍ୟୁବ ସିରିଜ “ଦ ବମ୍ବେ ଜର୍ଣ୍ଣି"ର ଏକ ସାକ୍ଷାତକାରରେ ଯୋଗଦେଇ ସ୍କେର୍ଡ୍ ଗେମ୍ସର(Sacred Game-Season 3) ସିଜନ-୩ ବନ୍ଦ ହେବା ସମ୍ପର୍କରେ କଶ୍ୟପ ସୂଚନା ଦେଇଥିଲେ । ସାକ୍ଷାତକାର ସମୟରେ ସ୍କେର୍ଡ୍ ଗେମ୍ସର ସିଜନ-୩କୁ ନେଇ ଅନୁରାଗ କଶ୍ୟପଙ୍କୁ ପ୍ରଶ୍ନ ପଚାରା ଯାଇଥିଲା । ଏହାର ଉତ୍ତର ଦେଇ ସେ କହିଥିଲେ, “ ଏହାକୁ ନେଟଫ୍ଲିକ୍ସ(Netflix) ବନ୍ଦ କରି ଦେଇଛି । ବିକ୍ରମାଦିତ୍ୟ ମୋଟୱାଣେ ଏହାର ପରିଚାଳନା ଦାୟିତ୍ୱରେ ଥିଲେ । ଦଶ ଦିନ ପୂର୍ବରୁ ମୁକ୍କାବାଜର ସୁଟିଂ ପାଇଁ ମୋତେ ଯିବାର ଥିଲା କିନ୍ତୁ ସେ ମୋତେ ଡକାଇଥିଲେ । ମୋର ମହିଳା ଦର୍ଶକ ନଥିବା ନେଇ କିଛି ସ୍ଥାନୀୟ ଲୋକ ସେମାନଙ୍କୁ କହିଥିଲେ । ସେଥିପାଇଁ ମୋ ସହ କାମ କରିବାରେ ସେମାନଙ୍କର ସମସ୍ୟା ଥିଲା । ସ୍କେର୍ଡ୍ ଗେମ୍ସର ତୃତୀୟ ସିଜନ ଆସିବା ପୂର୍ବରୁ ସେମାନେ ଏହାକୁ ବନ୍ଦ କରି ଦେଇଥିଲେ । ଏହାର କାରଣ ନେଟଫ୍ଲିକ୍ସ ଜାଣିଥିବ ।”

ଏହା ସହ ଅନୁରାଗ କଶ୍ୟପ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଏବେ ଡିଜିଟାଲ ପ୍ଲାଟଫର୍ମ(Digital Platfrom) ପାଇଁ କାମ କରୁନାହାନ୍ତି । ଏହାର କାରଣ ସେ, ଅଲି ଆବାସ ଜାଫରଙ୍କର ବିବାଦୀୟ ସିରିଜ ତାଣ୍ଡବ ବୋଲି କହିଛନ୍ତି । ଏହି ସିରିଜ ପାଇଁ ସମସ୍ତେ ଭୟଭୀତ ଥିବା ସୂଚନା ଦେଇଛନ୍ତି ।

Also Read- Actor Pintu Nanda: ଜାଣନ୍ତୁ କେତେ ଭୟଙ୍କର ଏହି ଲିଭର ସିରୋଓସିସ୍‌ ରୋଗ, ଏହି ୫ ଟି ଭୁଲ ଆଣିଥାଏ ବଡ଼ ବିପଦ

 

ଅପର ପକ୍ଷେ ମିର୍ଜାପୁର-୩ ଓ ଫ୍ୟାମିଲି ମ୍ୟାନ-୩ କୁ ଲୋକେ ଚାତକ ପରି ଅନେଇ ବସିଛନ୍ତି । ମିର୍ଜାପୁର ଭାରତୀୟ ୱେବ ସିରିଜ ଜଗତରେ ଅନେକ ପ୍ରଶଂସା ସାଉଁଟି ପାରିଛି । ତୃତୀୟ ସିଜନର ସୁଟିଂ ଶୋ', ହୋଇ ସାରିଥିବା ବେଳେ ଏହାକୁ ଆମାଜନ ପ୍ରାଇମରେ ଖୁବ ଶୀଘ୍ର ରିଲିଜ କରିବା ନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ସୂଚନା ମିଳିଛି । ମୁଖ୍ୟ ଭୂମିକା ଗୁଡୁ ନାମରେ ଅଭିନୟ କରୁଥିବା ଅଲି ଫଜଲ ଏହାର ସୁଟିଂ ଶେଷ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି । ତେବେ ପୋଷ୍ଟ ପ୍ରଡକ୍ସନ କାମ ସରିବା ପରେ ଏହା ଖୁବ ଶିଘ୍ର OTT ପ୍ଲାଟଫର୍ମରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ମନୋଜ ବାଜପେୀଙ୍କ ଅଭିନୀତ ୱେବ ସିରିଜ ଫ୍ୟାମିଲି ମ୍ୟାନର କ୍ରେଜ ମଧ୍ୟ କୌଣସି କୋଣରୁ କମ ନୁହେଁ । ପ୍ରଥମ ଦୁଇଟି ସିଜନ ସୁପର ଡୁପର ହିଟ୍ ହେବା ପରେ ଏହାର ତୃତୀୟ ସିଜନର ପ୍ରି ପ୍ରଡକ୍ସନ କାର୍ଯ୍ୟ ବହୁତ ଜୋରସୋରରେ ଚାଲିଥିବା ନେଇ ସ୍ପଷ୍ଟ କରିଛନ୍ତି ଏହାର ନିର୍ମାତା, ରାଜ ଓ ଡିକେ। । ବର୍ତ୍ତମାନ ଏହାର ସ୍କ୍ରିପ୍ଟ କାର୍ଯ୍ୟ ଚାଲିଥିବା ବେଳେ ଏହା ଶେଷ ହେବା ପରେ ଲିଡ଼ ଆକ୍ଟରଙ୍କୁ ନେଇ ଖୁବ ଶୀଘ୍ର ସୁଟିଂ ଆରମ୍ଭ ହେବା ନେଇ ସୂଚନା ରହିଛି ।