ସୁସ୍ମିତା ସେନ-ଲଲିତ ମୋଦିଙ୍କ ସମ୍ପର୍କ ମଧ୍ୟରେ ପୂର୍ବତନ ପ୍ରେମିକ ରୋହମାନଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1267056

ସୁସ୍ମିତା ସେନ-ଲଲିତ ମୋଦିଙ୍କ ସମ୍ପର୍କ ମଧ୍ୟରେ ପୂର୍ବତନ ପ୍ରେମିକ ରୋହମାନଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

 Sushmita Sen: ସୁସ୍ମିତା ମଧ୍ୟ ସମସ୍ତଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ । ବର୍ତ୍ତମାନ ଏହି ସମୟରେ ରୋହମାନ ଏକ ଭିଡିଓ ସେୟାର କରିଛନ୍ତି ଓ ପ୍ରେମ କରୁଥିବା ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ସୁସ୍ମିତା ସେନ-ଲଲିତ ମୋଦିଙ୍କ ସମ୍ପର୍କ ମଧ୍ୟରେ ପୂର୍ବତନ ପ୍ରେମିକ ରୋହମାନଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ମୁମ୍ୱାଇ: Sushmita Sen: ସୁସ୍ମିତା ସେନ (Sushmita Sen) ଓ ରୋହମାନ ଶାଲ (Rohman Shawl) ଦୀର୍ଘ ବର୍ଷ ଧରି ରିଲେଶନଶିପରେ ରହିଥିଲେ । ରୋହମାନ ସୁସ୍ମିତାଙ୍କଠାରୁ ସାନ ଥିଲେ ମଧ୍ୟ ପ୍ରଶଂସକମାନେ ସେମାନଙ୍କ ଯୋଡିକୁ ଭଲ ପାଉଥିଲେ । କେବଳ ଏତିକି ନୁହେଁ, ପ୍ରଶଂସକମାନେ ଉଭୟଙ୍କୁ ପରଫେକ୍ଟ ଯୋଡ଼ି ବୋଲି କହୁଥିଲେ । ତେବେ କିଛି ସମୟ ପୂର୍ବରୁ ଦୁହେଁଙ୍କ ବ୍ରେକଅପ୍ ହୋଇଥିଲାନ । ସୁସ୍ମିତା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହା ବିଷୟରେ କହିଥିଲେ । ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ବହୁତ ଖରାପ ଅନୁଭବ କରିଥିଲେ, କିନ୍ତୁ ଉଭୟ ଯେଉଁଭଳି ଭାବେ ବ୍ରେକଅପକୁ ହ୍ୟାଣ୍ଡେଲ କରିଥିଲେ ତାହାକୁ ନେଇ ସମସ୍ତେ ପ୍ରଶଂସା କରିଥିଲେ । କେବଳ ଏତିକି ନୁହେଁ, ବ୍ରେକଅପ୍ ପରେ ମଧ୍ୟ ରୋହମାନ ଓ ସୁସ୍ମିତା ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି । ବିଗତ ଦିନରେ ଆଇପିଏଲର ସଂସ୍ଥାପକ ଲଲିତ ମୋଦି (Lalit Modi) ଘୋଷଣା କରିଥିଲେ ଯେ ସୁସ୍ମିତା ସେନାଙ୍କ ସହ ସେ ରିଲେଶନଶିପରେ ଅଛନ୍ତି । ଏହା ପରେ ଅନେକ ଲୋକ ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିଲେ ।

 
 
 
 

 
 
 
 
 
 
 
 
 
 
 

A post shared by rohman shawl (@rohmanshawl)

ସୁସ୍ମିତା ମଧ୍ୟ ସମସ୍ତଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ । ବର୍ତ୍ତମାନ ଏହି ସମୟରେ ରୋହମାନ ଏକ ଭିଡିଓ ସେୟାର କରିଛନ୍ତି ଓ ପ୍ରେମ କରୁଥିବା ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଭିଡିଓରେ ରୋହମାନ କହୁଛନ୍ତି, "ବନ୍ଧୁ ସମସ୍ତେ କାହିଁକି ପ୍ରେମରେ ଏତେ ଦୁଃଖିତ? ଆପଣ ଆପଣଙ୍କର ସାଥୀଙ୍କଠାରୁ ବହୁତ କିଛି ଆଶା କରୁଛନ୍ତି । ଆପଣଙ୍କ ପାର୍ଟନରଙ୍କୁ ପୂର୍ବରୁ ଅନେକ ଜିନିଷ କରିବାର ଅଛି । ଆପଣ କାହିଁକି ଏହା ଆଶା କରୁଛନ୍ତି କି ସେ ଆପଣଙ୍କୁ ସଂପୂର୍ଣ୍ଣ କରିବ । ଆପଣ କାହିଁକି ନିଜକୁ ସଂପୂର୍ଣ୍ଣ କରୁନାହାଁନ୍ତି । କାହିଁକି କାହାଠାରୁ ଆଶା କରିବା, ନିଜେ ଖୁସି ରୁହନ୍ତୁ  ଏବଂ ଆପଣଙ୍କୁ ନିଜେ ବ୍ୟତୀତ ଅନ୍ୟ କେହି ଖୁସି କରିପାରିବେ ନାହିଁ । ଏପରି କରନ୍ତୁ ନାହିଁ ଓ ଅନ୍ୟ କାହାକୁ ବିରକ୍ତ କରନ୍ତୁ ନାହିଁ, କେହିଁ ଠେକା ନେଇ ନାହାଁନ୍ତି ଆପଣଙ୍କୁ ଖୁସି କରିବାର । ତେଣୁ ଖୁସି ରୁହନ୍ତୁ ।"

ଏହା ବି ପଢ଼ନ୍ତୁ:-ସତ ହେବାରେ ଲାଗିଛି ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ତେବେ କ'ଣ ଖୁବ୍ ଶୀଘ୍ର ଧ୍ୱଂସ ହୋଇଯିବ ଦୁନିଆ?

ଏହା ବି ପଢ଼ନ୍ତୁ:-ଆଉ ଏହିପରି ଭାବରେ ପିଏମ ମୋଦି ପୂରଣ କଲେ 'ଦିଦି'ଙ୍କ ଦାବି

ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା

ଭିଡିଓ ସେୟାର କରି ରୋହମାନ ଲେଖିଛନ୍ତି, କେହିଁ ଆପଣଙ୍କୁ ସଂପୂର୍ଣ୍ଣ କରିପାରିବେ ନାହିଁ, କେବଳ ଆପଣଙ୍କ ବ୍ୟତୀତ । ପ୍ରଶଂସକମାନେ ରୋହମାନଙ୍କ କଥାକୁ ବହୁତ ପସନ୍ଦ କରିଛନ୍ତି । ସମସ୍ତେ ତାଙ୍କର ଶାନ୍ତ ଓ ଏପରି ସମ୍ବେଦନଶୀଳ ଆଚରଣକୁ ପ୍ରଶଂସା କରୁଛନ୍ତି । ଏଥି ସହିତ କିଛି ପ୍ରଶଂସକ ମନ୍ତବ୍ୟ ଦେଉଛନ୍ତି ଯେ ସେ ସୁସ୍ମିତାଙ୍କ ପାଇଁ ଉପଯୁକ୍ତ ଥିଲେ ।