Rashmika Mandanna: Goodbye ପ୍ରମୋସନର ବେଳେ ଘଟିଲା କିଛି ଏମିତି,ଫ୍ୟାନ୍ସ କଲେ ତାରିଫ୍
Advertisement

Rashmika Mandanna: Goodbye ପ୍ରମୋସନର ବେଳେ ଘଟିଲା କିଛି ଏମିତି,ଫ୍ୟାନ୍ସ କଲେ ତାରିଫ୍

Rashmika Mandanna : ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା । ତାଙ୍କ ସ୍ମାଇଲ ଓ ଗୁଡ ଲୁକିଂ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରଶ୍ମିକାଙ୍କ ଆଗାମୀ ଫିଲ୍ମ ଗୁଡ୍ ବାଏ (Goodbye) ଖୁବଶିଘ୍ର ପରଦାକୁ ଆସୁଛି।

ସୌଜନ୍ୟ : ସୋସିଆଲ ମିଡିଆ

Rashmika Mandanna : ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା । ତାଙ୍କ ସ୍ମାଇଲ ଓ ଗୁଡ ଲୁକିଂ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରଶ୍ମିକାଙ୍କ ଆଗାମୀ ଫିଲ୍ମ ଗୁଡ୍ ବାଏ (Goodbye) ଖୁବଶିଘ୍ର ପରଦାକୁ ଆସୁଛି। ଫିଲ୍ମଟି ଆସନ୍ତା ମାସରେ ରିଲିଜ୍ ହେବାକୁ ସ୍ଥିର ହୋଇଥିବା ବେଳେ ଫିଲ୍ମର ଗୀତ ଗୁଡିକ ମଧ୍ୟ ଦମଦାର ହୋଇଛି। 

ଶୁକ୍ରବାର(ଗତକାଲି) ଦିନ ଫିଲ୍ମର ଏକ ଗୀତ ରିଲିଜ ହୋଇଛି। ଶୁକ୍ରବାର ଫିଲ୍ମର ପ୍ରମୋସନ ପାଇଁ ରଶ୍ମିକା ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେବାକୁ ଆସିଥିଲେ। ସେଠାରେ ସେ ପହଞ୍ଚିବା ପରେ ରଶ୍ମିକାଙ୍କୁ ଭେଟିବା ପାଇଁ ବହୁ ଫ୍ୟାନ୍ସ ଜମା ହୋଇଥିଲେ । ରଶ୍ମିକା ଏକ ବ୍ଲାକ୍ ଆଣ୍ତ ହ୍ବାଇଟ କର୍ଲରର କ୍ରପ୍ ଟପ ପିନ୍ଧିଥିବା ବେଳେ ଏକ ଡେନିମ୍ ଜ୍ୟାକେଟ ମଧ୍ୟ ପିନ୍ଧିଥିଲେ । ଏହାସହ ଏକ ପିଙ୍କ ପ୍ୟାଣ୍ଟ ମଧ୍ୟ ପିନ୍ଧି ଥିବା ଦେଖିବାକୁ ମିଳିଥିଲା । ଏନେଇ ଏକ ଭିଡିଓ ଇନଷ୍ଟାରେ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରଶ୍ମିକା ଷ୍ଟେଜକୁ ଯିବା ପୂର୍ବରୁ ଷ୍ଟଜକୁ ଛୁଇଁ ମୁଣ୍ତିଆ ମାରିଥିଲେ । ରଶ୍ମିକାଙ୍କ ଏ ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । 

 

ଏ ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଆସିଛି । ରଶ୍ମିକାଙ୍କ ଏଭଳି ସଂସ୍କାର ଦେଖି ଫ୍ୟାନ୍ସ ତାଙ୍କୁ କାଫି ପ୍ରଂଶାସ କରିଛନ୍ତି ।  ଜଣେ ଫ୍ୟାନ୍ସ ନିଜ କମେଣ୍ଟରେ ଲେଖିଛନ୍ତି ଯେ, ମଞ୍ଚକୁ ଯିବା ପୂର୍ବରୁ ରଶ୍ମିକା ମଞ୍ଚକୁ ପ୍ରଣାମ କରିଛନ୍ତି  ।  ଏ ହେଉଛି ମହାନ ସଂସ୍କାର ଓ ଶିକ୍ଷାର ପରିଚୟ । ତେବେ ଆଉ ଜଣେ ଫ୍ୟାନ୍ ମଧ୍ୟ ନିଜ କମେଣ୍ଟରେ ଲେଖିଛନ୍ତି ଯ, ତାଙ୍କର ଶିଷ୍ଟାଚାର ହିଁ ତାଙ୍କର ପରିଚୟ ।  ଏଭଳି ଏକାଧିକ ଫ୍ୟାନ୍ସଙ୍କ କମେଣ୍ଟ ଆସିଥିବା ବେଳେ ଭିଡିଓରେ ମିଲିୟନ ଲାଇକ୍ ମଧ୍ୟ ଆସିଛି। ଶୁକ୍ରବାର ଦିନ ଗୁଡବାଏ ମୁଭିର ଅନ୍ୟ ଏକ ରିଲିଜ ହୋଇଛି । ଯାହାକୁ ରଶ୍ମିକା ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଆଉ ସେ ଏ ଭିଡିଓ ଇନଷ୍ଟାରେ ସେୟାର କରିବା ସହ କ୍ୟାପସନ ମଧ୍ୟ ଲେଖିଛନ୍ତି । " ମୁଁ ପ୍ରଥମ ଥର ପାଇଁ ଯେବେ ଏ ଗୀତ ଶୁଣିଲି ସେହି ଦିନ ଠାରୁ ହିଁ ଆଜି ପର୍ଯ୍ୟନ୍ତ ଏହାକୁ ଶୁଣିବା ବନ୍ଦ କରି ନାହିଁ , ଆଶା କରୁଛି ଆପଣମାନେ ହିଁ ଏ ଗୀତକୁ ସେତିକି ଭଲ ପାଇବା ଦେବେ , ଯେତିକି ମୁଁ ଦେଉଛି। ଏ ଗୀତଟିକୁ ଅମିତ ତ୍ରିବେଦୀ  (Amit Trivedi) କମ୍ପୋଜ କରିଥିବା ବେଳେ ସାରବୀ ୟାଦବ (sung by Sharvi Yadav)କଣ୍ଠଦାନ କରିଛନ୍ତି । ଗୁଡବାଏ ଫିଲ୍ମର ଲିଡ ରୋଲରେ ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ,ରଶ୍ମିକା ମନ୍ଦନା, ନୀନା ଗୁପ୍ତା,ସୁନୀଲ ଗ୍ରୋଭର ଓ ସିଭିନ୍ ନାରଙ୍ଗ ।  ଗଡବାଏ ମୁଭିଟି ଆସନ୍ତା ମାସ ୭ତାରିଖରେ ପରଦାକୁ ଆସିବ। ଗୁଡବାଏ ଫିଲ୍ମ ବ୍ୟତିତ ରଶ୍ମିକାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ବର୍ତ୍ତମାନ ରହିଛି। ସେଥିମଧ୍ୟରୁ ଫିଲ୍ମ ମିଶନ ମଞ୍ଜୁ (Mission Majnu) ଅନ୍ୟତମ।