Anubhav Reaction : ରାଣୀଙ୍କ ବିବାହ ପ୍ରସ୍ତାବରେ ଏଭଳି ଜବାବ ଦେଲେ ଅନୁଭବ
Advertisement
Article Detail0/zeeodisha/odisha1508850

Anubhav Reaction : ରାଣୀଙ୍କ ବିବାହ ପ୍ରସ୍ତାବରେ ଏଭଳି ଜବାବ ଦେଲେ ଅନୁଭବ

Anubhav Reaction : ଯାତ୍ର ଅଭିନେତ୍ରୀ ରାନୀ ପଣ୍ତା । ନିକଟରେ ସେ ଅନୁଭବଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲ । ରାନୀ ପଣ୍ତାଙ୍କ ବିବାହ ପ୍ରସ୍ତାବ ନେଇ ଉତ୍ତର ରଖିଛନ୍ତି ଅନୁଭବ ମହାନ୍ତି । ରାନୀ ନିଜ ସୋସିଆଲ ମିଡିଆରେ ଅନୁଭବଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଅନୁଭବ ମହାନ୍ତି କହିଛନ୍ତି ଯେ, 'ମୁଁ ତାଙ୍କୁ ବହୁତ ସମ୍ମାନ କରେ।

Anubhav Reaction : ରାଣୀଙ୍କ ବିବାହ ପ୍ରସ୍ତାବରେ ଏଭଳି ଜବାବ ଦେଲେ ଅନୁଭବ

Anubhav Reaction : ଯାତ୍ର ଅଭିନେତ୍ରୀ ରାନୀ ପଣ୍ତା । ନିକଟରେ ସେ ଅନୁଭବଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲ । ରାନୀ ପଣ୍ତାଙ୍କ ବିବାହ ପ୍ରସ୍ତାବ ନେଇ ଉତ୍ତର ରଖିଛନ୍ତି  ଅନୁଭବ ମହାନ୍ତି ।  ରାନୀ ନିଜ ସୋସିଆଲ ମିଡିଆରେ ଅନୁଭବଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଅନୁଭବ ମହାନ୍ତି କହିଛନ୍ତି ଯେ, 'ମୁଁ ତାଙ୍କୁ ବହୁତ ସମ୍ମାନ କରେ। ବ୍ୟକ୍ତିଗତ ଭାବରେ ତାଙ୍କ ସହ ମିଶିବାର ସୁଯୋଗ ପାଇନି । ଫଳରେ ମୁଁ ତାଙ୍କ ବିଷୟରେ ସେତେ କିଛି ଜାଣିନି, ଟିଭିରେ ଦେଖି ଏବଂ ଲୋକଙ୍କ ପାଖରୁ ଯେତିକି ତାଙ୍କ ବିଷୟରେ ଜାଣିଛି ସେ ଖୁବ୍ ଭଲ ଝିଅ । ସେ ଖୁବ ସେବା ମନବୃତ୍ତି ରଖୁଥିବା ଝିଅ । ସେ ଯେତିକି ରୋଜଗାର କରନ୍ତି ସେଥିରୁ ଲୋକଙ୍କର ସେବା କରନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିବି ତାଙ୍କ ଜୀବନ ସୁଖମୟ ହେଉ । ସେ ବହୁତ ଭଲରେ ରୁହନ୍ତୁ । ସେ ଯାହାକୁ ବି ବାହା ହେବେ ଜୀବନରେ ଜଣେ ଭଲ ସ୍ତ୍ରୀ ହୋଇପାରିବେ । କେବଳ ଜଣେ ସ୍ତ୍ରୀ ନୁହେଁ ଜଣେ ଭଲ ବୋହୂ ମଧ୍ୟ ହୋଇ ପାରିବେ।'

ସୂଚନା ଅନୁସାରେ,ନିକଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ଜନ୍ମଦିନ ୨୪ ଡିସେମ୍ବରରେ ଥିଲା । କିନ୍ତୁ ଚଳିତ ଥର ଅନୁଭବ ନିଜ ଜନ୍ମଦିନ ପାଳନ କରି ନ ଥିଲେ । କାହିଁକିନା ଚଳିତ ବର୍ଷ ଅନୁଭବଙ୍କ ବଡବାପାଙ୍କ ଦେହାନ୍ତ ହୋଇଥିବାରୁ ସେ ଜନ୍ମଦିନ ପାଳିନାହାଁନ୍ତି  । ତା ସହ ସାଢେ ତିନି ବର୍ଷ ହେଲା ସ୍ତ୍ରୀ ବର୍ଷାଙ୍କ ପାଇଁ ସେ ମରି ମରି ବଞ୍ଚିଛନ୍ତି ବୋଲି କହିଛନ୍ତି । ଅନୁଭବ କହିଛନ୍ତି ଯେ, ସାରା ଓଡ଼ିଶାକୁ ଜଣା ଅଛି ଯେ, ତାଙ୍କ ବ୍ୟକ୍ତିଗତ ଜୀବନ ଠିକ୍ ନାହିଁ। ତେବେ ଯେଉଁଦିନ ତାଙ୍କର ଡିଭୋର୍ସ ବା ବିବାହ ବିଚ୍ଛେଦ ହେବ ସେବେ ସେ ଜନ୍ମଦିନ ପାଳିବେ ବୋଲି କହିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଅନୁଭବ ଏକ ଭିଡିଓ ଜାରି କରି ଏଭଳି ଭାବରେ ନିଜର ମନ୍ତବ୍ୟ ରଖିଥିଲେ। 

 ଏହାବି ପଢନ୍ତୁ : Prabhas: ପ୍ରଭାସଙ୍କ ଲଭ ଲାଇଫର ସିକ୍ରେଟ୍ ଖୋଲିଲେ Ram Charan, ଫ୍ୟାନ୍ସଙ୍କୁ ଲାଗିଲା ବଡ ଝଟକା

ଜନ୍ମଦିନର ଗୋଟିଏ ଦିନ ପରେ ରାନୀ ପଣ୍ତା ଅନୁଭବଙ୍କ ପାଇଁ ଏକ ଭିଡିଓ  ଜାରି କରିଥିଲେ। ଯେଉଁଥିରେ ସେ ଅନୁଭବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏବଂ କଥା ଆଳରେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପାଇଁ ମଧ୍ୟ ଭିଡିଓରେ କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଖୁବ ଜୋରରେ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ରାନୀଙ୍କୁ ବିଭିନ୍ନ ମତ ଦେଇଥିଲେ ସୋସିଆଲ ମିଡିଆ ୟୁଜର୍ସ । ଏହି କଥାକୁ ନେଇ ଅନେକ ଜଣ ଟ୍ରୋଲ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଆଜି ରାନୀ ପଣ୍ଡା ନିଜର ଉତ୍ତର ପାଇଛନ୍ତି ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ଠାରୁ । ଯାହାକୁ ନିଜେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ଲଭ୍ ୟୁ ଧନ । ଅନୁଭବଙ୍କର ଭିଡିଓଟିକୁ କିଛି ସମୟ ତଳେ ରାନୀ ଅପଲୋଡ କରିଛନ୍ତି । ଖୁବ କମ ସମୟରେ ଭିଡିଓଟି ବେଶ ଭାଇରାଲ୍ ହେବାରେ ଲାଗିଛି ।