Ranbir Kapoor And Alia Bhatt: Cute Princessକୁ ସାଙ୍ଗର ଧରି ଘରକୁ ଫେରିଲେ ରଣବୀର ଆଲିଆ
Advertisement

Ranbir Kapoor And Alia Bhatt: Cute Princessକୁ ସାଙ୍ଗର ଧରି ଘରକୁ ଫେରିଲେ ରଣବୀର ଆଲିଆ

Ranbir Kapoor And Alia Bhatt: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ନଭେମ୍ବର ୬ରେ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ପ୍ରଥମ ଥର ମାତା ପିତା ହୋଇଥିବା ରଣବୀର ଓ ଆଲିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂସକ ଓ କଳାକାର । 

Ranbir Kapoor And Alia Bhatt: Cute Princessକୁ ସାଙ୍ଗର ଧରି ଘରକୁ ଫେରିଲେ ରଣବୀର ଆଲିଆ

Ranbir Kapoor And Alia Bhatt: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ନଭେମ୍ବର ୬ରେ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି  । ପ୍ରଥମ ଥର ମାତା ପିତା ହୋଇଥିବା ରଣବୀର ଓ ଆଲିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂସକ ଓ କଳାକାର । ଏନେଇ ଆଜି ମୁମ୍ବାଇ ସ୍ଥିତ ଆରଏନ ହସପିଟାଲରୁ ନିଜ ସନ୍ତାନ ସହ ଘରକୁ ଫେରିଛନ୍ତି ଆଲିଆ । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫଟୋରେ ଦେଖିବାକୁ ମିଳିଛି ଯେ, ରଣବୀର ଓ ଆଲିଆ ଏକ କାରରେ ବସିଥିବା ବେଳେ ରଣବୀର ନିଜ ସନ୍ତାନଙ୍କୁ ହାତରେ ଧରିଛନ୍ତି । ସେହିପରି ଅନ୍ୟ ଏକ ଗାଡିରେ ରଣବୀରଙ୍କ ମାଆ ଓ ପରିବାର ଅନ୍ୟ ସଦସ୍ୟ ବସି ଥିବା ଦେଖିବାକୁ ମିଳିଛି। 

ସୂଚନା ଅନୁସାରେ,ନଭେମ୍ବର ୬ରେ ଡେଲିଭରି ପାଇଁ ଆଲିଆ ଓ ରଣବୀର ମୁମ୍ବାଇ ସ୍ଥିତ ଆରଏନ୍ ହସ୍ପିଟାଲରେ ପହଞ୍ଚି ଥିଲେ। ଡାକ୍ତରଙ୍କ ଦେଇଥିବା ଡେଟ ଅନୁସାରେ, ସେ ହସପିଟାଲରେ ପହଞ୍ଚିଥିଲେ। ସେହି ଦିନ ହିଁ ଆଲିଆ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏହା ପୂର୍ବରୁ ଖବର ଆସିଥିଲା ଯେ, ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ସେ ମାଆ ହେବେ । 
ଗତ କିଛି ଦିନ ତଳେ ଆଲିଆଙ୍କ ଗୋଧଭରାଇ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। 

ସୋସିଆଲ ମିଡିଆରେ ଏହି ଖବର ଦିଆଯାଇଥିଲା :

ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ହେବାର ଖବର ନିଜ ଫ୍ୟାନ୍ସଙ୍କୁ ଦେଇଥିଲେ। ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ। ଅଭିନେତ୍ରୀ ଜଣକ ଇନଷ୍ଟା ମାଧ୍ୟମରେ ଏହି ଖବର ଜଣାଇବା ସହ ଫଟୋ ସେୟାର କରିଥିଲେ। ସେବେଠାରୁ ପ୍ରଶଂସକମାନେ ବେଶ ଉତ୍ସାହର ସହିତ ଆଲିଆଙ୍କ ଗୁଡ ନ୍ୟୁଜକୁ ଅପେକ୍ଷା କରିଥିଲେ। ଏବେ ସମସ୍ତେ ଆଲିଆ ଏବଂ ରଣବୀରଙ୍କ ଶିଶୁର ପ୍ରଥମ ଫଟୋ ଦେଖିବାକୁ ଆଗ୍ରହୀ ଅଛନ୍ତି । 

ଏହାବି ପଢନ୍ତୁ : Rs 200 Crore Extortion Case: ସିଂହଳ ସୁନ୍ଦରୀଙ୍କ ପାଇଁ ବଢୁଛି ଅଡୁଆ, ଆଜି ପଟିଆଲା କୋର୍ଟରେ ହାଜର ହେବେ ଜ୍ୟାକଲିନ୍

ଚଳିତ ବର୍ଷ ଅପ୍ରିଲରେ ହୋଇଥିଲା ଆଲିଆ ରଣବୀରଙ୍କ ବିବାହ :

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୧୪ରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ହୋଇଥିଲା। ଏହି ଲବବାର୍ଡ, ପରପ୍ପରକୁ ୨୦୧୮ରୁ ଡେଟିଂ କରିବା ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟରେ ଭେଟିଥିଲେ। ଚାରି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିଥିଲେ। 

ଯଦି ଆମେ ଉଭୟ ସେଲିବ୍ରେଟିଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ,ଚଳିତ ବର୍ଷ ରଣବୀରଙ୍କ ୨ଟି ଫିଲ୍ମ ' ସମସେରା' ଓ 'ବ୍ରହ୍ମାସ୍ତ୍ର' ରିଲିଜ୍ ହୋଇଛି । ସେହିପରି ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଗଙ୍ଗୁବାଇ', 'ଆରଆରଆର', ଡାର୍ଲିଂ ଓ 'ବ୍ରହ୍ମାସ୍ତ୍ର' ରିଲିଜ୍ ହୋଇଥିଲା। ସେହିପରି ଆଗାମୀ ଦିନରେ 'ରକି ଔର ରାନୀ କି ପ୍ରେମ କାହାନୀ'ରେ ଆଲିଆଙ୍କୁ ଦେଖିବାକୁ ମିଳିବ ।