Ram Setu Collections: ସପ୍ତାହକରେ ଏତିକି କୋଟି ରୋଜଗାର କଲାଣୀ 'ରାମସେତୁ'
Advertisement

Ram Setu Collections: ସପ୍ତାହକରେ ଏତିକି କୋଟି ରୋଜଗାର କଲାଣୀ 'ରାମସେତୁ'

Ram Setu Collections: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ' । ବକ୍ସ ଅଫିସରେ ଧମାଲ ମଚାଉଛି ।  ୨୫ ତାରିଖରେ ଫିଲ୍ମଟି ପରଦାକୁ ଆସିଛି । ପ୍ରଥମ ଦିନରେ ଫିଲ୍ମଟି ୧୫ କୋଟି ରୋଜଗାର କରିଛି । ଯଦିଓ ଫିଲ୍ମର କଲେକସନରେ ସାମାନ୍ୟ ହ୍ରାସ ଘଟିଛି । 

ସୌଜନ୍ୟ : ସୋସିଆଲ ମିଡିଆ

Ram Setu Collections: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ' । ବକ୍ସ ଅଫିସରେ ଧମାଲ ମଚାଉଛି ।  ୨୫ ତାରିଖରେ ଫିଲ୍ମଟି ପରଦାକୁ ଆସିଛି । ପ୍ରଥମ ଦିନରେ ଫିଲ୍ମଟି ୧୫ କୋଟି ରୋଜଗାର କରିଛି । ଯଦିଓ ଫିଲ୍ମର କଲେକସନରେ ସାମାନ୍ୟ ହ୍ରାସ ଘଟିଛି । ତଥାପି ରିଲିଜ୍ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ରୋଜଗାର କରିଛି । ରବିବାର ଦିନ 'ରାମସେତୁ' ଟିକେଟ୍ ୱିଣ୍ଡୋରେ ପ୍ରାୟ ୭.୨୫ କୋଟି ଟଙ୍କା ସଂଗ୍ରହ କରି ବକ୍ସ ଅଫିସରେ ଏହାର ମୋଟ ସଂଗ୍ରହ ୫୬ କୋଟିରେ ପହଞ୍ଚିଛି । 

ବାଣିଜ୍ୟ ବିଶ୍ଳେଷକ ତାରନ୍ ଆଦର୍ଶ 'ରାମସେତୁ'ର ବକ୍ସ ଅଫିସ୍ କଲେକସନର ଏକ ଚାର୍ଟ ସେୟାର କରିଛନ୍ତି। ଏହା ଉପରେ ନଜର ପକାନ୍ତୁ :

ପ୍ରଥମ ଦିନ: ୧୫.୨୫ କୋଟି ଟଙ୍କା 
ଦ୍ୱିତୀୟ ଦିନ: ୧୧.୪୦ କୋଟି ଟଙ୍କା 
ତୃତୀୟ ଦିନ : ୮.୭୫ କୋଟି ଟଙ୍କା 
ଚତୁର୍ଥ ଦିନ : ୬.୦୫ କୋଟି ଟଙ୍କା 
ପଞ୍ଚମ ଦିନ : ୭.୩୦ କୋଟି ଟଙ୍କା
ଷଷ୍ଠ ଦିନ : ୭.୨୫ କୋଟି ଟଙ୍କା
ମୋଟ ୬ ଦିନରେ ୫୬ କୋଟି ଟଙ୍କା ସଂଗ୍ରହ କରିଛି ଫିଲ୍ମ  'ରାମସେତୁ' । 

 

ଏହାବି ପଢନ୍ତୁ : Odia film Pratiksha: 'ପ୍ରତୀକ୍ଷା'କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଚଳଚ୍ଚିତ୍ର 'ରାମସେତୁ'ର କାହାଣୀ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ରାମସେତୁ ଅଛି କି ନାହିଁ ତା’ର ଅନୁସନ୍ଧାନ ପାଇଁ ତାଙ୍କୁ ପଠାଯାଇଛି।  ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଷେକ ଶର୍ମା।  ଅକ୍ଷୟଙ୍କ ବ୍ୟତିତ ଏହି ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡିଜ୍ (Jacqueline Fernandez ), ନୁସରତ ଭରୁଚ୍ଚା ( Nushrratt Bharuccha)।

ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି । ରାମସେତୁ ବ୍ୟତିତ ସେ ସେଲଫି, ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨(OMG 2), ଜଲିଏଲଏଲବି ୩,ସ୍କାଏଫୋର୍ଟ, ଖେଲ ଖେଲ ମେଁ ଓ ହେରାଫେରି ୩ରେ ନଜର ଆସିବେ । ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍  ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।