Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’
Advertisement

Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’

Rakhi Sawant: ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ । ରାକ୍ଷୀ ସାଓ୍ବନ୍ତ ଏବଂ ଆଦିଲ ଖାନ ଦୁରାନୀଙ୍କ ବିବାହକୁ ନେଇ ଚାଲିଥିବା ହାଇ ଭୋଲଟେଜ ଡ୍ରାମା ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ଦୁହେଁ ବହୁତ କଷ୍ଟରେ ବିବାହ କରିଥିଲେ। ବହୁ ବିବାଦ ପରେ ରାକ୍ଷୀଙ୍କ ସହ ତାଙ୍କ ବିବାହକୁ ସର୍ବ ସମ୍ମୁଖରେ ଗ୍ରହଣ କରିଥିଲେ ଆଦିଲ। କିନ୍ତୁ ବର୍ତ୍ତମାନ ପୁଣି ଥରେ ସେମାନଙ୍କ ସମ୍ପର୍କରେ ଫାଟ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସୌଜନ୍ୟ- ସୋସିଆଲ ମିଡିଆ

ରାକ୍ଷୀ ସାଓ୍ବନ୍ତ ଗତ କିଛି ଦିନ ହେବ ଗଣମାଧ୍ୟମ ଆଗରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ରାକ୍ଷୀ କହିଛନ୍ତି ଯେ, ଆଦିଲ ଅନ୍ୟ ଝିଅ ସମ୍ପର୍କ ରଖିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।  ବର୍ତ୍ତମାନ ପୁଣି ଥରେ ରାକ୍ଷୀ ସାୱନ୍ତ ତାଙ୍କ ସ୍ୱାମୀ ଆଦିଲଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଏହି ପ୍ରସଙ୍ଗରେ ଇ ଟାଇମ୍ସ ସହ ବାର୍ତ୍ତାଳାପ ବେଳେ ରାକ୍ଷୀ କହିଛନ୍ତି ଯେ, ଆଦିଲ କେବଳ ତାଙ୍କ ନାଁ କମେଇବା ପାଇଁ ତାଙ୍କୁ ବ୍ୟବହାର କରିଛି।

Also Read : Shah Rukh Khan:‘ତୁମେ ବାପା ହୁଅ ମୁଁ ହିରୋ ଭୂମିକାରେ ଅଭିନୟ କରିବି’

Also Read : Amitabh Bachchan: ଜୟା କି ରେଖା ନୁହଁନ୍ତି, କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ଏହି ଯୁବତୀଙ୍କ ପରାମର୍ଶ ନିଅନ୍ତି ବିଗ୍ ବି'

ରାକ୍ଷୀ ସାୱନ୍ତ କ’ଣ କହିଥିଲେ ?
ଇ ଟାଇମ୍ସର ଖବର ଅନୁଯାୟୀ ରାକ୍ଷୀ ସାୱନ୍ତ କହିଛନ୍ତି,'ଲୋକମାନେ ମୋତେ ପରିହାସ କରୁଛନ୍ତି,ସେମାନେ ଏହି ସବୁ ଘଟଣାକୁ ଡ୍ରାମା ବୋଲି କହୁଛନ୍ତି । ତାଙ୍କ ଘରେ ମଧ୍ୟ ଭଉଣୀ ଏବଂ ଝିଅ ଅଛନ୍ତି, ଯଦି ଏହା ମଧ୍ୟ ତାଙ୍କ ସହିତ ହୋଇଥାନ୍ତା,ତେବେ ସେ ଏପରି ବ୍ୟବହାର କରିଥାନ୍ତେ କି? ମୋ ମା’ଙ୍କ ଦେହାନ୍ତ ହେବାର ୪ ଦିନ ହୋଇନାହିଁ, ଏହା ମୋର ଡ୍ରାମା ନୁହେଁ । ' ଅଭିନେତ୍ରୀ ଆହୁରି କହିଛନ୍ତି , ଆଦିଲ ମୋର ଏଭଳି ଅବସ୍ଥା ଦେଖି ହସୁଛି,ଏବଂ କହୁଛି ମୁଁ ଜଣେ ହିରୋ ହୋଇଗଲି ଏବଂ ଆଉ ତୁ ଜଣେ ଜୋକର। '

ଗତକିଛି ଦିନ ତଳେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ ଜୟାଙ୍କ ହେଦାନ୍ତ ହୋଇଥିଲା । ଯେଉଁ ସମୟରେ ରାକ୍ଷୀଙ୍କ ସାହାରା ବନିଥିଲେ ଆଦିଲ। ଏବଂ ତାଙ୍କୁ ସମ୍ଭାଳି ଥିଲେ । ହେଲେ ବର୍ତ୍ତମାନ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । କୁହାଯାଉଛି କି ଆଦିଲଙ୍କ ପୂର୍ବତନ ପ୍ରେମିକାଙ୍କ ପାଇଁ ରାକ୍ଷୀ ଓ ଆଦିଲଙ୍କ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । 

ନିକଟରେ ରାକ୍ଷୀ ଓ ଆଦିଲଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଦେଖିବାକୁ ମିଳିଥିଲା ଯେ,ରାକ୍ଷୀ ଓ ଆଦିଲ ବିବାହ କରିଛନ୍ତି । ଏବଂ ଉଭୟଙ୍କ ବେକରେ ଫୁଲମାଳ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା ।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ, ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି ।