Adil Khan Durrani Girlfriend: କିଏ ସେ ଆଦିଲ ଖାନ ଦୁର୍ରାନୀଙ୍କ ଗର୍ଲଫ୍ରେଣ୍ଡ? ଯାହାଙ୍କ ଯୋଗୁଁ ଭାଙ୍ଗିଲା ରାକ୍ଷୀ ସାୱନ୍ତଙ୍କ ସୁନାର ସଂସାର!
Advertisement
Article Detail0/zeeodisha/odisha1562548

Adil Khan Durrani Girlfriend: କିଏ ସେ ଆଦିଲ ଖାନ ଦୁର୍ରାନୀଙ୍କ ଗର୍ଲଫ୍ରେଣ୍ଡ? ଯାହାଙ୍କ ଯୋଗୁଁ ଭାଙ୍ଗିଲା ରାକ୍ଷୀ ସାୱନ୍ତଙ୍କ ସୁନାର ସଂସାର!

Adil Girlfriend Tanu​: ଆଦିଲ ଖାନ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ଇଚ୍ଛା ଅନୁଯାୟୀ ଚାଲିଲେ ନାହିଁ, ସେତେବେଳେ ରାକ୍ଷୀ ସେହି ଯୁବତୀଙ୍କର ନାମ ସାର୍ବଜନୀନ କରିଛନ୍ତି । ବର୍ତ୍ତମାନ ଏହା ପରେ ଆଦିଲ ଓ ସେହି ଯୁବତୀଙ୍କର ସମସ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

Adil Khan Durrani Girlfriend: କିଏ ସେ ଆଦିଲ ଖାନ ଦୁର୍ରାନୀଙ୍କ ଗର୍ଲଫ୍ରେଣ୍ଡ? ଯାହାଙ୍କ ଯୋଗୁଁ ଭାଙ୍ଗିଲା ରାକ୍ଷୀ ସାୱନ୍ତଙ୍କ ସୁନାର ସଂସାର!

Rakhi Sawant Husband Adil Khan Durrani: ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ (Rakhi Sawant) ବର୍ତ୍ତମାନ ନିଜ ସ୍ୱାମୀ ଆଦିଲ ଖାନ ଦୁର୍ରାନୀ (Adil Khan Durrani) ଙ୍କ ବିରୋଧରେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ଆଦିଲ ତାଙ୍କ ଟଙ୍କା ଓ ଅଳଙ୍କାର ନେଇଛନ୍ତି । ରାକ୍ଷୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ଠକାମିର ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ଆଦିଲ ଖାନ ଦୁର୍ରାନୀଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସ (Mumbai Police) ଆଦିଲଙ୍କୁ ପଚରାଉଚରା କରୁଛି ।

ବିଗତ ଦିନରେ ସ୍ୱାମୀ ଆଦିଲ ଖାନ ଦୁର୍ରାନୀ (Adil Khan Durrani) ଙ୍କ ବିରୋଧରେ ରାକ୍ଷୀ ସାୱନ୍ତ (Rakhi Sawant) ଏକ୍ସଟା ମ୍ୟାରିଟଲ ଅଫେୟରର ଅଭିଯୋଗ କରିଥିଲା । ରାକ୍ଷୀ ସାୱନ୍ତ କହିଥିଲେ ଯେ, ତାଙ୍କ ସ୍ୱାମୀ (Rakhi Sawant Husband ) ର କୌଣସି ଯୁବତୀ ସହିତ ଚକ୍କର ଚାଲିଛି । ଯଦି ଆଦିଲ ନ ସୁଧୁରେ, ତେବେ ସେ ତାଙ୍କ ବିଷୟରେ ଖୁଲାସା କରିବେ । ଝିଅର ନାମ ଓ ଫଟୋ-ଭିଡିଓ ମଧ୍ୟ ସାର୍ବଜନୀନ କରାଯିବ । ସେହିପରି ହେଲା । ଯେତେବେଳେ ଆଦିଲ ଖାନ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ଇଚ୍ଛା ଅନୁଯାୟୀ ଚାଲିଲେ ନାହିଁ, ସେତେବେଳେ ରାକ୍ଷୀ ସେହି ଯୁବତୀଙ୍କର ନାମ ସାର୍ବଜନୀନ କରିଛନ୍ତି । ବର୍ତ୍ତମାନ ଏହା ପରେ ଆଦିଲ ଓ ସେହି ଯୁବତୀଙ୍କର ସମସ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ରାକ୍ଷୀ ସାୱନ୍ତ ଆଦିଲ ଖାନ ଦୁର୍ରାନୀଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ତନୁ (Adil Girlfriend Tanu) ବୋଲି କହିଛନ୍ତି । କୁହାଯାଏ ଯେ ଯେତେବେଳେ ସେ ମରାଠୀ ବିଗ୍ ବସରେ ଥିଲେ ସେତେବେଳେ ଆଦିଲ ଖାନଙ୍କ ଅଫେୟର ଆରମ୍ଭ ହୋଇଥିଲା । ଯେତେବେଳେ ସେ ପାଞ୍ଚ ସପ୍ତାହ ପରେ ବାହାରକୁ ଆସିଲେ, ସେ ଏ ବିଷୟରେ ଜାଣିବାକୁ ପାଇଲେ । ତେବେ ସେ ଆଦିଲଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ଓ ତନୁଙ୍କୁ ଛାଡ଼ିବାକୁ କହିଥିଲେ । କାରଣ ମା' ମଧ୍ୟ ଅସୁସ୍ଥ ତେଣୁ ସେ ଅଧିକ ଯନ୍ତ୍ରଣା ସହି ପାରିବେ ନାହିଁ ବୋଲି କହିଥିଲେ । କିନ୍ତୁ ରାକ୍ଷୀଙ୍କ ଅନୁଯାୟୀ ଆଦିଲ ସେପରି କିଛି କରିନାହାଁନ୍ତି । ଏହା ପରେ ସୋମବାର ଫେବୃଆରୀ ୬ରେ ରାକ୍ଷୀ ସାୱନ୍ତ ଆଦିଲ ଖାନଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ଗଣମାଧ୍ୟମରେ ଖୁଲାସା କରିଥିଲେ ।

ଅଧିକ ପଢ଼ନ୍ତୁ:-ରାକ୍ଷୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ! ଆଦିଲ ଖାନ ଦୁର୍ରାନୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ

ଅଧିକ ପଢ଼ନ୍ତୁ:-ପିଏମ କିସାନ ହିତାଧିକାରୀଙ୍କ ପାଇଁ ଖରାପ ଖବର; କୃଷି ମନ୍ତ୍ରୀ କଲେ ଏପରି ଘୋଷଣା, ମୁଣ୍ଡରେ ହାତ ଦେଇ ବସିବେ ଚାଷୀ!

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଋଷଭ ପନ୍ତ ଦେଲେ ବହୁତ ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଆହତ ହେଲେ ଏହି ଘାତକ ଅଲରାଉଣ୍ଡର, ନାଗପୁର ଟେଷ୍ଟରୁ ହେଲେ ବାହାର!

ତନୁ ଚାନ୍ଦେଲ (Tanu Chandel) ଓ ଆଦିଲ ଖାନ  (Adil Khan Durrani) ଙ୍କ ସମସ୍ତ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି । ରାକ୍ଷୀଙ୍କ ଅନୁଯାୟୀ ତନୁ ଇନ୍ଦୌରରୁ ଆସନ୍ତି । ସେଠାରେ ଏକ ଫ୍ଲାଟ ମଧ୍ୟ ଅଛି । ତାଙ୍କର ନିଜର ଏକ ବିଏମଡବ୍ଲୁ କାର ଅଛି । ରାକ୍ଷୀଙ୍କ ଅନୁଯାୟୀ ତନୁ ଆଇଆଇଟିରୁ ପାସଆଉଟ୍ । ବର୍ତ୍ତମାନ ଜଣେ ବ୍ୟବସାୟୀ ମହିଳା । ରାକ୍ଷୀ କହିଛନ୍ତି ଯେ, ତନୁ ଗତ ୮ ବର୍ଷ ଧରି ବଲିଉଡରେ ସଂଘର୍ଷ କରିଆସୁଥିଲେ ଓ କିଛି ଛୋଟ ପ୍ରୋଜେକ୍ଟରେ ମଧ୍ୟ ନଜରକୁ ଆସିଥିଲେ । ତାଙ୍କର ବୟସ ୩୭ ବର୍ଷ ହେବ ।