ରାଜୁ ଶ୍ରୀବାସ୍ତବଙ୍କୁ ଏପର୍ଯ୍ୟନ୍ତ ଆସିନାହିଁ ହୋସ୍, ସ୍ଥିତି ଗୁରୁତର; ଜାଣନ୍ତୁ କ'ଣ କହିଲେ ଡାକ୍ତର
Advertisement
Article Detail0/zeeodisha/odisha1298946

ରାଜୁ ଶ୍ରୀବାସ୍ତବଙ୍କୁ ଏପର୍ଯ୍ୟନ୍ତ ଆସିନାହିଁ ହୋସ୍, ସ୍ଥିତି ଗୁରୁତର; ଜାଣନ୍ତୁ କ'ଣ କହିଲେ ଡାକ୍ତର

Raju Srivastava health update: ରାଜୁ ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା କହିଛନ୍ତି ଯେ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ତାଙ୍କୁ ଆଇସିୟୁରେ ଚିକିତ୍ସା କରୁଛନ୍ତି ।

ରାଜୁ ଶ୍ରୀବାସ୍ତବଙ୍କୁ ଏପର୍ଯ୍ୟନ୍ତ ଆସିନାହିଁ ହୋସ୍, ସ୍ଥିତି ଗୁରୁତର; ଜାଣନ୍ତୁ କ'ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: Raju Srivastava health update: କମେଡିର ବାଦଶାହ କୁହାଯାଉଥିବା ରାଜୁ ଶ୍ରୀବାସ୍ତବ (Raju Srivastava) ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବଡ଼ ଅପଡେଟ ଆସିଛି । ଅଗଷ୍ଟ ୧୦ରେ ରାଜୁ ଶ୍ରୀବାସ୍ତବଙ୍କର ହୃଦଘାତ ହୋଇଥିଲା । ଏହା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । ୨୪ ଘଣ୍ଟା ପରେ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି । AIIMS ରୁ ମିଳିଥିବା ସୂଚନା ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କ ହୃଦ୍‌ଘାତ ସମୟରେ ବହୁ କ୍ଷତିଗ୍ରସ୍ତ ହୋଇଥିଲା । ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ରହିଛି । କୁହାଯାଉଛି ଯେ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୂର୍ବପରି ରହିଛି । ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସୁନାହିଁ ।

ରାଜୁ ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା କହିଛନ୍ତି ଯେ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ତାଙ୍କୁ ଆଇସିୟୁରେ ଚିକିତ୍ସା କରୁଛନ୍ତି । ତାଙ୍କ ଅବସ୍ଥା ଭଲ ହୋଇନାହିଁ କି ଖରାପ ହୋଇନାହିଁ । ତାଙ୍କ ସ୍ୱାସ୍ଥ୍ୟ ପାଇଁ ପୂରା ଡାକ୍ତରୀ ଦଳ ଚେଷ୍ଟା କରୁଛନ୍ତି । ଆମେ କେବଳ ପ୍ରାର୍ଥନା କରୁଛୁ ଓ ଆଶା କରୁଛୁ ସେ ଶୀଘ୍ର ଭଲ ହୋଇଯିବେ । ବର୍ତ୍ତମାନ ମୋ ମା' ତାଙ୍କ ସହିତ ଆଇସିୟୁରେ ଅଛନ୍ତି ।

ସେ ଆଗକୁ କହିଛନ୍ତି ଯେ, ମୋ ବାପା ପ୍ରାୟତଃ ଦିଲ୍ଲୀରୁ ଅନ୍ୟ ସ୍ଥାନକୁ ଯାତ୍ରା କରନ୍ତି । ସେଥିପାଇଁ ସେ ସ୍ଥିର କରିଥିଲେ ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ପ୍ରତିଦିନ ବ୍ୟାୟାମ କରିବାକୁ ପଡିବ । ସେ ପ୍ରତିଦିନ ଜିମ୍ ଯାଉଥିଲେ, ପ୍ରତିଦିନ ବ୍ୟାୟାମ କରୁଥିଲେ । କେବେବି ଏହା ଭୁଲନ୍ତି ନାହିଁ । ତାଙ୍କର କୌଣସି ହୃଦୟ ସମ୍ୱନ୍ଧୀୟ ରୋଗ ନଥିଲା । ସେ ସମ୍ପୂର୍ଣ୍ଣ ଭଲ ଥିଲେ । ସେଥିପାଇଁ ଏସବୁ ବହୁତ ଆଶ୍ଚର୍ଯ୍ୟଜନକ ଲାଗୁଛି ।

AIIMS ର ଡାକ୍ତର ଦଳ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସାରେ ଲାଗିଛି । ସମସ୍ତେ ଏହି ସମୟରେ ପ୍ରାର୍ଥନା କରୁଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ବୁଧବାର ରାଜୁ ଶ୍ରୀବାସ୍ତବଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅପଡେଟକୁ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହିତ ଲୋକଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ କୁହାଯାଇଥିଲା । 

ଏହା ବି ପଢ଼ନ୍ତୁ:-ଯେତେବେଳେ ତେଜସ୍ୱୀ ଯାଦବ ନିଜ ବାପାଙ୍କୁ କହିଥିଲେ ସେ ଜଣେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ଲାଲୁଙ୍କ କ'ଣ ଥିଲା ପ୍ରତିକ୍ରିୟା

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ ପୂରଣ କଲେ ଅଶୋକ ଗେହଲୋଟଙ୍କ ଦାବି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବହୁତ ଖୁସ୍

ଏହା ବି ପଢ଼ନ୍ତୁ:-ଆଜି ବି ରାଜ୍ୟରେ ପ୍ରବଳ ଛେଚିବ, ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

 

ସୂଚନାଯୋଗ୍ୟ, ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ, କମେଡି ସର୍କସ, ଦି କପିଲ ଶର୍ମା ଶୋ', ଶକ୍ତିମାନ ପରି ଟିଭି ଶୋ' ବ୍ୟତୀତ ରାଜୁ ଶ୍ରୀବାସ୍ତବ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ମଧ୍ୟ ଭାରତୀୟ ଜନତା ପାର୍ଟି (BJP) ର ଜଣେ ନେତା । ବିଜେପିରେ ଯୋଗଦେବା ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ମଧ୍ୟ ରହିଥିଲେ ।