Raju Srivastav Death: କାହିଁକି ହାସ୍ୟ ଅଭିନେତାଙ୍କର ହେଲା ଡିଜିଟାଲ ପୋଷ୍ଟମର୍ଟମ?
Advertisement
Article Detail0/zeeodisha/odisha1362346

Raju Srivastav Death: କାହିଁକି ହାସ୍ୟ ଅଭିନେତାଙ୍କର ହେଲା ଡିଜିଟାଲ ପୋଷ୍ଟମର୍ଟମ?

ସାଧାରଣତଃ ପୋଷ୍ଟମର୍ଟମ ସମୟରେ ମଣିଷର ଶରୀରକୁ କାଟିବା ପାଇଁ ପଡିଥାଏ । ହେଲେ ଭର୍ଚୁଆଲ୍ ବା ଡିଜିଟାଲ ଶବ ବ୍ୟବଚ୍ଛେଦରେ ଏପରି କିଛି କରିବା ପାଇଁ ପଡିନଥାଏ । ଏହା ଖୁବ କମ ସମୟରେ ମଧ୍ୟ ହୋଇଯାଇଥାଏ । ମେସିନ୍ ଓ ସ୍କ୍ରିନିଂ ମଧ୍ୟମରେ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଏ । ଏହି ପଦ୍ଧତିକୁ ଭିଟ୍ରୋପ୍ସି ମଧ୍ୟ କୁହାଯାଏ । ସିଟି ସ୍କାନ ଓ ଏମଆଇଆର୍ ମେସିନ୍ ସାହାର୍ଯ୍ୟରେ

Raju Srivastav Death: କାହିଁକି ହାସ୍ୟ ଅଭିନେତାଙ୍କର ହେଲା ଡିଜିଟାଲ ପୋଷ୍ଟମର୍ଟମ?

Raju Srivastav digital postmortem, ନୂଆଦିଲ୍ଲୀ: ଦୀର୍ଘ ୪୨ ଦିନର ସଙ୍ଘର୍ଷ ପରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ସକାଳ ୧୦ଟା ୨୦ରେ ଏମ୍ସ କର୍ତ୍ତୃପକ୍ଷ ଅଭିନେତାଙ୍କ ମୃତ୍ୟୁ ସୂଚନା ଦେଇଥିଲେ। ଗୁରୁବାର ଦିଲ୍ଲୀସ୍ଥିତ ନିଗୋମବୋଦ୍ଧ ଘାଟରେ ଅନ୍ତିମ ସଂସ୍କାର କରାଯିବ। ମୃତ୍ୟୁ ପରେ ରାଜୁ ଶ୍ରୀବାସ୍ତଙ୍କ ପୋଷ୍ଟମର୍ଟମ କରାଯାଇଛି। ଡିଜିଟାଲ ପୋଷ୍ଟମର୍ଟମ କରି ହସ୍ପିଟାଲ କର୍ତ୍ତୃପକ୍ଷ ହାସ୍ୟ ଅଭନେତାଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ କଣ ଏହି ଡିଜିଟାଲ ପୋଷ୍ଟମର୍ଟମ? କେମିତି ହୁଏ ଏହି ସ୍ୱତନ୍ତ୍ର ପୋଷ୍ଟମର୍ଟମ? ଆସନ୍ତୁ ଜାଣିବା...

ଦକ୍ଷିଣ ଏସିଆରେ କେବଳ ଦିଲ୍ଲୀ AIIMSରେ ହିଁ ଡିଜିଟାଲ ବା ଭର୍ଚ୍ଚୁଆଲ ପୋଷ୍ଟମର୍ଟମ ସୁବିଧା ଅଛି। ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଡିଜିଟାଲ ପୋଷ୍ଟମର୍ଟମ କରାଯାଇଥିବା ନେଇ AIIMS forensic departmentର ମୁଖ୍ୟ ଡ. ସୁଧିର ଗୁପ୍ତା ସୂଚନା ଦେଇଛନ୍ତି। ସାଧାରଣତଃ ପୋଷ୍ଟମର୍ଟମ ସମୟରେ ମଣିଷର ଶରୀରକୁ କାଟିବା ପାଇଁ ପଡିଥାଏ। କିନ୍ତୁ ଡିଜିଟାଲ ଶବ ବ୍ୟବଚ୍ଛେଦରେ ଏପରି କିଛି କରିବା ପାଇଁ ପଡିନଥାଏ।  ସିଟି ସ୍କାନ ଓ ଏମଆଇଆର୍ ମେସିନ୍ ସାହାଯ୍ୟରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଏ। ଏହି ପଦ୍ଧତିକୁ ଭିଟ୍ରୋପ୍ସି ମଧ୍ୟ କୁହାଯାଏ। ଡିଜିଟାଲ ପୋଷ୍ଟମର୍ଟମ ଓ ସାଧାରଣ ପୋଷ୍ଟମର୍ଟମର ଫଳାଫଳ ପ୍ରାୟ ସମାନ ହିଁ ରହିଥାଏ। ୧୫ରୁ ୨୦ ମିନିଟ୍ ମଧ୍ୟରେ ରାଜୁ ଶ୍ରୀବାସ୍ତବଙ୍କର ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଯାହା ଫଳରେ ଅଭିନେତାଙ୍କ ଶରୀରରେ ଇଞ୍ଜେକ୍ସନ ଚିହ୍ନ ଛଡା ଅନ୍ୟ କୌଣସି ଚିହ୍ନ ଦେଖିବା ପାଇଁ ମିଳି ନାହିଁ।

Also Read: କେତେ ସମ୍ପତ୍ତିର ମାଲିକ ଥିଲେ ରାଜୁ ଶ୍ରୀବାସ୍ତବ, ଜାଣନ୍ତୁ କ'ଣ ଥିଲା ତାଙ୍କର ପ୍ରକୃତ ନାମ

କେମିତି ହୁଏ ଡିଜିଟାଲ ପୋଷ୍ଟମର୍ଟମ?

ଡ. ସୁଧିର ଗୁପ୍ତାଙ୍କ କହିବା ଅନୁସାରେ, ଡିଜିଟାଲ ପୋଷ୍ଟମର୍ଟମକୁ ‘virtual autopsy’ ମଧ୍ୟ କୁହାଯାଏ। ଏଥିରେ କୌଣସି ସର୍ଜରୀ କରାଯାଏ ନାହିଁ। ଡିଜିଟାଲ ପୋଷ୍ଟମର୍ଟମ ପାଇଁ ମୃତଦେହର ହାଇ ଟେକନିକର ଏକ୍ସ-ରେ ଓ ସିଟି ସ୍କାନ କରାଯାଏ। ଫଳରେ ପାରମ୍ପାରିକ ପୋଷ୍ଟମର୍ଟମ ତୁଳାନାରେ ଏହା କମ ସମୟ ଲାଗେ ଓ ପରିବାର ଲୋକଙ୍କୁ ଶୀଘ୍ର ମୃତଦେହର ହସ୍ତାନ୍ତର କରାଯାଇଥାଏ। ପୋଷ୍ଟମର୍ଟମ ବେଳେ କରାଯାଉଥିବା ସର୍ଜରୀ ଦ୍ୱାରା ମୃତଦେହକୁ କୌଣସି ଫରକ ପଡେନାହିଁ, କିନ୍ତୁ ମୃତକଙ୍କ ପରିବାରକୁ କଷ୍ଟ ହୋଇଥାଏ। ଗତ ଦୁଇ ବର୍ଷ ହେଲା ଦକ୍ଷିଣ ଏସିଆର ଏକ ମାତ୍ର ହସ୍ପିଟାଲ ଭାବେ ଦିଲ୍ଲୀ ଏମ୍ସରେ ଡିଜିଟାଲ ପୋଷ୍ଟମର୍ଟମ ହେଉଛି। ଶରୀରର ନମୂନା ନ ନେଲେ ମଧ୍ୟ ଡିଜିଟାଲ ଓ ପାରମ୍ପାରିକ ପୋଷ୍ଟମର୍ଟମର ଫଳାଫଳ ପ୍ରାୟ ସମାନ ରହିଥାଏ।

ଡିଜିଟାଲ ପୋଷ୍ଟମର୍ଟମର ପ୍ରକ୍ରିୟା-

  • ପ୍ରଥମ ମୃତଦେହକୁ ଗୋଟିଏ ବ୍ୟାଗ ଭିତରେ ଭର୍ତ୍ତି କରି ତାକୁ ସିଲ୍ କରିଦିଆଯାଏ।
  • ତାପରେ ବ୍ୟାଗକୁ ସିଟି ସ୍କାନ ମେସିନରେ ଭର୍ତ୍ତି କରାଯାଏ।
  • କିଛି ସେକେଣ୍ତ ମଧ୍ୟରେ ଉଚ୍ଚକ୍ଷମତା ସମ୍ପନ୍ନ ଏହି ମେସିନ ମୃତଦେହର ଭିତର ଅଂଶର ୨୫୦୦୦ ଫଟୋ ଉଠାଏ। 
  • ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ ଓ ସ୍ୱିଜରଲାଣ୍ଡରେ virtual autopsyର ବହୁଳ ବ୍ୟବହାର ହେଉଛି।
  • ପ୍ରତିବର୍ଷ ଏମ୍ସରେ ୩୦୦୦ ପୋଷ୍ଟମର୍ଟମ ମାମଲା ଆସୁଛି। କିନ୍ତୁ ସେଥିମଧ୍ୟରୁ ୩୦ରୁ ୫୦ ପ୍ରତିଶତ ମାମଲାରେ ପାରମ୍ପାରିକ ପୋଷ୍ଟମର୍ଟମର ଆବଶ୍ୟକତା ନଥାଏ ବୋଲି ଡାକ୍ତର ସୁଧିର ଗୁପ୍ତା କହିଛନ୍ତି।
  • ଦୁର୍ଘଟଣା, ଦଉଡି ଦେଇ ଆତ୍ମହତ୍ୟା ଭଳି ମାମଲାରେ  ପାରମ୍ପାରିକ ପୋଷ୍ଟମର୍ଟମର ଆବଶ୍ୟକତା ନଥାଏ। ଏମାନଙ୍କ ମୃତ୍ୟୁର କାରଣ ଜାଣିବାକୁ ଡିଜିଟାଲ ପୋଷ୍ଟମର୍ଟମ ଯଥେଷ୍ଟ।
  • ଗୋଟିଏ virtual autopsy ସେଣ୍ଟର ସ୍ଥାପନ ପାଇଁ ୧୨ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ମୁମ୍ବାଇ ମହାନଗର ନିଗମ ଆକଳନ କରିଛି। ତେବେ ବର୍ତ୍ତମାନ ଏହାର ଅଟକଳ ଅଧିକ ହୋଇପାରେ।

Also Read: ଆଉ ନାହାଁନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ସଫଳ କ୍ୟାରିୟର ପଛରେ ଥିଲା ସଂଘର୍ଷର କାହାଣୀ

କାହିଁକି ରାଜୁ ଶ୍ରୀବାସ୍ତବଙ୍କ ପୋଷ୍ଟମର୍ଟମ ହେଲା?

ଡାକ୍ତର ଗୁପ୍ତା କିହିଛନ୍ତି ଯେ, ରାଜୁ ଶ୍ରୀବାସ୍ତବଙ୍କୁ ବହୁତ ଆଗରୁ ଦିଲ୍ଲୀ ଏମ୍ସକୁ ଆଣାଯାଇଥିଲା। ସେତେବେଳେ ତାଙ୍କର ହୋସ ନ ଥିଲା କିମ୍ବା ଜିମରେ କେମିତି ପଡିଗଲେ ତାହାର ମଧ୍ୟ ସ୍ପଷ୍ଟ ସୂଚନା ନଥିଲା। ତେଣୁ ଏହାକୁ ଏକ ମେଡିକୋ-ଲିଗାଲ କେସ୍ ବୋଲି ବିବେଚନା କରାଯାଏ। ଏଭଳି ମାମଲାରେ ବ୍ୟକ୍ତିର ମୃତ୍ୟୁ ପରେ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ପଡିଥାଏ। ଶରୀରରେ ଭାଙ୍ଗି ଥିବା ହାଡ କିମ୍ବା ରକ୍ତ ଜମାଟକୁ ଖୋଲା ଆଖିରେ ଦେଖିବା ସମ୍ଭବପର ନୁହଁ। କିନ୍ତୁ ଏକ୍ସ-ରେ ଓ ସିଟି ସ୍କାନ ମାଧ୍ୟମରେ ତାହା ସ୍ପଷ୍ଟ ଭାବେ ଜାଣିହୁଏ। ଆଉ virtual autopsyର ରିପୋର୍ଟକୁ ନ୍ୟାୟିକ ପ୍ରମାଣ ବା ଲିଗାଲ ଏଭିଡେନ୍ସ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ।