Raghav Chadha Nose Job: ଏହି କାରଣ ପାଇଁ ନିର୍ବନ୍ଧ ପୂର୍ବରୁ ନିଜ ନାକ ସର୍ଜରୀ କରାଇଥିଲେ ରାଘବ ଚଢା!
Advertisement

Raghav Chadha Nose Job: ଏହି କାରଣ ପାଇଁ ନିର୍ବନ୍ଧ ପୂର୍ବରୁ ନିଜ ନାକ ସର୍ଜରୀ କରାଇଥିଲେ ରାଘବ ଚଢା!

Raghav Chadha Nose Job: ପରିଣୀତି ଚୋପ୍ରା ଓ ରାଘବଙ୍କ ନିର୍ବନ୍ଧକୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏକ ଭିଡ଼ିଓ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ନୂଆଦିଲ୍ଲୀ କାପୁରଥାଲା ହାଉସରେ ନିର୍ବନ୍ଧ ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା କିନ୍ତୁ ପରେ ଏହାକୁ ଡିଲିଟ୍ କରାଯାଇଛି। ତେବେ କ’ଣ ଏତିମି ଥିଲା ସେ ଭିଡି଼ଓରେ ଯାହାକୁ ଡ଼ିଲିଟ୍ କରିବାକୁ ପଡ଼ିଥିଲା ।

ସୌ(ସୋସିଆଲ ମିଡିଆ)

Raghav Chadha Nose Job: ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti chopra ) ଓ ଆପ ସାଂସଦ ରାଘବ ଚଢାଙ୍କ (Raghav Chadha) ନିର୍ବନ୍ଧକୁ ଇତି ମଧ୍ୟରେ ୧୫ ଦିନ ବିତିଥିବାବେଳେ ଉଭୟଙ୍କ ନେଇ କିନ୍ତୁ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ଦୁହେଁ ବିବାହକୁ ନେଇ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି । ନିର୍ବନ୍ଧ ପରେ ସାମ୍ନାକୁ ଆସିଥିବା ଫଟୋକୁ ବେଶ ପସନ୍ଦ କରିଛନ୍ତି ଲୋକେ । ତେବେ ଏହି ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏକ ଭିଡ଼ିଓ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ନୂଆଦିଲ୍ଲୀ କାପୁରଥାଲା ହାଉସରେ ନିର୍ବନ୍ଧ ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା କିନ୍ତୁ ପରେ ଏହାକୁ ଡିଲିଟ୍ କରାଯାଇଛି। ତେବେ କ’ଣ ଏତିମି ଥିଲା ସେ ଭିଡି଼ଓରେ ଯାହାକୁ ଡ଼ିଲିଟ୍ କରିବାକୁ ପଡ଼ିଥିଲା ।

ବାସ୍ତବରେ, ଯେଉଁ ଫଟୋଗ୍ରାଫର ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଲାଗି ସୁଟ୍ କରୁଥିଲେ ସେ ତାଙ୍କ ଅଫିସିଆଲ ୱେବସାଇଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯଦିଓ ପରେ ଏହାକୁ ଡ଼ିଲିଟ୍ କରାଯାଇଛି । ଏହି ଭିଡିଓରେ ରାଘବ ଚଢା ପରିଣୀତିଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିବାର ନଜର ଆସିଥିଲେ । ଏବଂ ସେ ହସି ହସି କହୁଥିଲେ ଯେ, ତାଙ୍କ ନାକ ତାଙ୍କ ମାଆଙ୍କ ପରି କିନ୍ତୁ ସେ ତାଙ୍କ ପିତାଙ୍କ ଭଳି ନାକ ଚାହିୁଁଥିଲେ ସେଥିଲାଗି ସେ ତାଙ୍କ ନାକର ଅସ୍ତ୍ରୋପଚାର (Raghav Chadha Nose Job) କରାଇଛନ୍ତି। ଭାଇରାଲ ଭିଡି଼ଓରେ ଦେଖିବାକୁ ମିଳିଥିଲା ଯେ,  ମହିଳା ଜଣକ ପଚାରିଛନ୍ତି ଯେ, ପୁଅ ତାଙ୍କ ମୁହଁରେ କିଛି କରିଛନ୍ତି କି? ଏହାର ଉତ୍ତର ଦେବାକୁ ଯାଇ ରାଘବ (Raghav Chadha) କହିଥିଲେ- ହଁ, ମୁଁ ମୋ ନାକ ଅସ୍ତ୍ରୋପଚାର କରିଛି । କାରଣ ମୋ ନାକ ମା’ଙ୍କ ପରି ଥିଲା। ମୋତେ ବାପାଙ୍କ ପରି ନାକ ଦରକାର ଥିଲା ତେଣୁ ମୁଁ ଅସ୍ତ୍ରୋପଚାର କରାଇଛି । ପରେ ଚାରିଆଡ଼େ କ୍ୟାମେରା ଥିବାରୁ ସେମାନଙ୍କ କଥା ରେର୍କଡ଼ ହେଉଥିବା ଭାବି ଏହି ସମୟରେ ପରିଣୀତି ରାଘବଙ୍କୁ ଅଟାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ରାଘବ ଚଢାଙ୍କ ନାକ ଅସ୍ତ୍ରୋପଚାର ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । ଖୋଦ ରାଘବଙ୍କ ମୁହଁରୁ ଏ କଥା ଶୁଣିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଏହି କଥା ସତ ବୋଲି ଲୋକେ ମାନିଥିଲେ । ତେବେ ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା ବଢିବାକୁ ଲାଗିବା ପରେ ଫଟୋଗ୍ରାଫରଙ୍କ ଅଫିସିଆଲ୍ ୱେବସାଇଟରୁ ଏହି ଭିଡ଼ିଓକୁ ଡ଼ିଲିଟ୍ କରାଯାଇଛି ।

ଏହା ବି ପଢନ୍ତୁ-କେତେ କୋଟିର ମାଲିକାଣୀ ଆଶିଷ ବିଦ୍ୟାର୍ଥୀଙ୍କ ପତ୍ନୀ ରୂପାଲି…

ଏହା ବି ପଢନ୍ତୁ- କେତେ କୋଟି ସମ୍ପତ୍ତିର ମାଲିକ ଜୁନିୟର ଏନଟିଆର?

ପ୍ରକାଶ ଥାଉ କି, ନିକଟରେ ଦିଲ୍ଲୀ କପୁରଥାଲା ହାଉସରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ଗ୍ରହଣରେ ରାଘବ ଓ ପରିଣୀତି ନିର୍ବନ୍ଧ ହୋଇଥିଲା । ତେବେ ଏହି ହାଇ ପ୍ରୋଫାଇଲ ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ (Arvind kejriwal) ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ (Bhagwant mann) ପତ୍ନୀ ଗୁରପ୍ରୀତ କୌର ମଧ୍ଯ ସାମିଲ ହୋଇଥିଲେ । ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।