Holi 2023: ବିଦେଶରେ ସ୍ବାମୀଙ୍କ ସହ ହୋଲି ଖେଳିଲେ ଦୁଇ ବି.ଟାଉନ ସୁନ୍ଦରୀ, ଭାଇରାଲ ହେଉଛି ଫଟୋ
Advertisement

Holi 2023: ବିଦେଶରେ ସ୍ବାମୀଙ୍କ ସହ ହୋଲି ଖେଳିଲେ ଦୁଇ ବି.ଟାଉନ ସୁନ୍ଦରୀ, ଭାଇରାଲ ହେଉଛି ଫଟୋ

Preity Zinta Holi Celebration: ଗତକାଲି ହୋଲି ସରିଥିବା ବେଳେ ପ୍ରିୟଙ୍କାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ପ୍ରିୟଙ୍କା ଓ ନିକ ଜୋନାସଙ୍କ ବ୍ୟତିତ ବଲିଉଡ଼ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ(Preity Zinta) ମଧ୍ଯ ଦେଖିବାକୁ ମିଳିଛି ।

ସୌ(ସୋସିଆଲ ମିଡିଆ)

Preity Zinta Holi Celebration: ସ୍ବାମୀ ନିକ ଜୋନାସଙ୍କ(Nick Jonas) ସହ ଆମେରିକାରେ ରହୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା(Priyanka Chopra )। ତେବେ ବିଦେଶରେ ରହି ମଧ୍ଯ ଭାରତୀୟ ପରମ୍ପରା ଓ ପର୍ବ ଭୁଲି ନାହାନ୍ତି ପ୍ରିୟଙ୍କା । ଗତକାଲି ହୋଲି ସରିଥିବା ବେଳେ ପ୍ରିୟଙ୍କାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ପ୍ରିୟଙ୍କା ଓ ନିକ ଜୋନାସଙ୍କ ବ୍ୟତିତ ବଲିଉଡ଼ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ(Preity Zinta) ମଧ୍ଯ ଦେଖିବାକୁ ମିଳିଛି । ବିବାହ ପରେ ସେ ଆମେରିକାର କାଲିଫର୍ନିଆରେ ରହୁଛନ୍ତି । ତେବେ ଚଳିତ ବର୍ଷ ବିଦେଶରେ ଉଭୟ ବଲିଉଡ଼ ଅଭିନେତ୍ରୀ ଏକାଠି ରଙ୍ଗ ଖେଳିଥିବା ଦେଖିବାକୁ ମିଳିଛି । ହୋଲି ଖେଳ ସମୟର ଏହି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି। 

 

 
 
 
 

 
 
 
 
 
 
 
 
 
 
 

A post shared by Preity G Zinta (@realpz)

 
 
 
 

 
 
 
 
 
 
 
 
 
 
 

A post shared by Preity G Zinta (@realpz)

ପ୍ରୀତି ଜିଣ୍ଟାଙ୍କ ହୋଲି ଖେଳିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ପ୍ରୀତି ଜିଣ୍ଟାକ ତାଙ୍କ ସ୍ବାମୀ ଜେନ ଗୁଡ୍‌ଇନଫ୍‌(Gene Goodenough) ମଧ୍ଯ ହୋଲି ଖେଳୁଥିବା ଦେଖିବାକୁ ମିଳିଛି । ଫଟୋରେ ଦର୍ଶକଙ୍କୁ ନିଜ ଦମଦାର ଅଭିନୟରେ ଦିୱାନା ବନାଇଥିବା ପ୍ରିୟଙ୍କା ଓ ତାଙ୍କ ସ୍ବାମୀ ନିକ ଜୋନାସକ ମଧ୍ଯ ହୋଲି ଖେଳୁଥିବା ନଜର ଆସିଛନ୍ତି ।

fallback

ସମସ୍ତେ ମୁହଁରେ ଅବିର ଲଗାଇ ରଙ୍ଗର ଏହି ଖାସ ପର୍ବକୁ ବିଦେଶରେ ବେଶ ଉତ୍ସାହର ସହ ପାଳନ କରୁଥିବା ଦେଖିବାକୁ ମିଳିଛି ।  ପ୍ରୀତି ଜିଣ୍ଟା ଓ ତାଙ୍କ ସ୍ବାମୀ ହୋଲି ଖେଳିବାର ଫଟୋକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଚଳିତ ବର୍ଷ ପ୍ରୀତି ଜିଣ୍ଟାଙ୍କ ପାଇଁ ଏକ ଖାସ ବର୍ଷ ଅଟେ। ଲମ୍ବା ବ୍ରେକ ପରେ କରଣ ଜୋହରଙ୍କ(Karan Johar) ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରକି ଓୌର ରାଣୀ କି ପ୍ରେମ କାହାଣୀ’ରେ (Rocky Aur Rani Ki Prem Kahani) ପ୍ରୀତିକ ଜବରଦସ୍ତ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଡ଼ ପରଦାରେ ପ୍ରୀତି ଜିଣ୍ଟାଙ୍କୁ ଦେଖିବା ଲାଗି ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି।