Entertainment News: ସମସ୍ତ ଦର୍ଶକଙ୍କୁ ଆମର ସାଦର ନିମନ୍ତ୍ରଣ ଓ ସମସ୍ତେ ରବିବାର ସନ୍ଧ୍ୟା ୬ଟାରେ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ ସାର୍ଥକ ବିଜନେସ୍ ହେଡ୍ ଶ୍ରୀ ପ୍ରତୀକ ସିଲ୍ ।
Trending Photos
Entertainment News: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ (Zee Sarthak) ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,'ଆମ ଝିଲୀ' ,'ମୁ ଵି ବିଜୟିନୀ 'ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି । ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା । ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ (marriage) ବନ୍ଧନରେ ଆସନ୍ତା ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀ ସାର୍ଥକରେ ।
ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ (entertainment) ଜାରି ରଖିଛୁ ଓ ବିବାହ ମହୋତ୍ସବ ପାଳନରେ ଆମ ଚ୍ଯାନେଲ ସବୁବେଳେ ଆଗରେ, ତେଣୁ ଅମ୍ବର ଓ ଧାରାଙ୍କ ଶୁଭ ବିବାହ ଆମେ ପାଳନ କରିବୁ ଖୁବ ଧୂମଧାମରେ ଓ ପାରମ୍ପରିକ ଓଡିଆ ସମାଜରେ ହେଉଥିବା ବାହାଘର ପରି କେବଳ ଜୀ ସାର୍ଥକରେ । ପୁରା ଜୀ ସାର୍ଥକ ପରିବାର ସେଦିନ ଏକାଠି ହେବେ କେବଳ ଏହି ଦୁଇ ଜଣଙ୍କ ବାହାଘର ପାଇଁ । ‘ଆମ ଝିଲି’ ରୁ ଆସିବେ ସିଦ୍ ଓ ଝିଲି, ‘ଖୁସିର ଛୁଙ୍କ’ ରୁ କରନ୍ ଓ ଖୁସି, ‘ତୁ ଖରା ମୁଁ ଛାଇ’ ରୁ ଏଜେ ଓ ମାନିନୀ, ‘ସୁନା ଝିଅ’ ରୁ ବିଷ୍ଣୁ ଓ ପ୍ରିୟା, ‘ମୁଁ ବି ବିଜୟିନୀ’ ରୁ ରାଧିକା ଓ ଆକାଶ । କେବଳ ମେଗା ଧାରାବାହିକ ନୁହେଁ, ଓଡ଼ିଶାର ବହୁ ଲୋକପ୍ରିୟ କଳାକାର ମାନେ ମଧ୍ୟ ଏହି ବର୍ଣାଢ୍ୟ ଉତ୍ସବ କୁ ନିମନ୍ତ୍ରିତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଏଲିନା ସାମନ୍ତରାୟ, ….. । ଏହି ବାହାଘରରେ ତାରିକ୍ ଅଜିଜ୍ ଓ ବିଷ୍ଣୁପ୍ରିୟାଙ୍କ ଦମଦାର୍ ପ୍ରଦର୍ଶନ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିବ ଓ ପୁରା ନାଚ ଗୀତ ସହିତ ପାରିବାରିକ ମିଳନ ହେବ କେବଳ ଜୀ-ସାର୍ଥକରେ । ସମସ୍ତ ଦର୍ଶକଙ୍କୁ ଆମର ସାଦର ନିମନ୍ତ୍ରଣ ଓ ସମସ୍ତେ ରବିବାର ସନ୍ଧ୍ୟା ୬ଟାରେ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ ସାର୍ଥକ ବିଜନେସ୍ ହେଡ୍ ଶ୍ରୀ ପ୍ରତୀକ ସିଲ୍ ।
ସୂଚନାଯୋଗ୍ୟ, ମନୋରଞ୍ଜନ ଜଗତରେ ଜୀ ସାର୍ଥକ ଏକ ନୂତନ ଧାରା ଆରମ୍ଭ କରିଛି । ରିଆଲିଟି ଶୋ ହେଉ ଅବା ସିନେମା କିମ୍ୱା ସିରିଏଲ ସବୁଥିରେ ଜୀ ସାର୍ଥକ ଲୋକଙ୍କ ହୃଦୟରେ ପହଞ୍ଚି ପାରିଛି । ପୂର୍ବରୁ ଛୋଟ ପରଦାରେ ଅନେକ ସିନେମା ଭେଟି ଦେଇଛି ଜୀ ସାର୍ଥକ । ସେହିପରି ରଜ କୁଇନ ରିଆଲିଟି ଶୋ ମାଧ୍ୟମରେ ଅନେକ ନବ ପ୍ରତିଭଜାକୁ ଲୋକଲୋଚନକୁ ଆଣି ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ପୂର୍ବରୁ ଓଲିଉଡ ସୁପରଷ୍ଟା ସିଦ୍ଧାନ ମହାପାତ୍ରଙ୍କୁ ନେଇ ଜୀ ସାର୍ଥକ ପ୍ରସ୍ତୁତ କରିଥିଲା ସିରିଏଲ 'କେମିତି କହିବି କହ' । ଖୁବ କମ ଦିନ ମଧ୍ୟରେ ସିରିଏଲଟି ଦର୍ଶକଙ୍କ ପସନ୍ଦ ହୋଇପାରିଥିଲା । ସେହିପରି ଅନ୍ୟ ଏକ ଶୋ 'ଦାଦାଗିରି' ମଧ୍ୟ ଟେଲିଭିଜନ ଇତିହାସରେ ଏକ ନୂଆ ଧାରା ଯୋଡିବାରେ ସକ୍ଷମ ହୋଇଥିଲା । ଚ୍ୟାନେଲ ପକ୍ଷରୁ ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଦର୍ଶକଙ୍କ ମନରେ ଆଶା ରହିଛି ।
Also Read- ଆମେରିକାରେ ପାକିସ୍ତାନୀ ଡାକ୍ତରଙ୍କୁ ୧୮ ବର୍ଷ କାରାଦଣ୍ଡ: ISISକୁ କରୁଥିଲେ ସହଯୋଗ