Instagramରେ ଡେବ୍ୟୁ କଲେ ପୱନ କଲ୍ୟାଣ: ବିନା ପୋଷ୍ଟରେ ଫଲୋ କଲେ ଲକ୍ଷ ଲକ୍ଷ ପ୍ରଶଂସକ
Advertisement
Article Detail0/zeeodisha/odisha1766000

Instagramରେ ଡେବ୍ୟୁ କଲେ ପୱନ କଲ୍ୟାଣ: ବିନା ପୋଷ୍ଟରେ ଫଲୋ କଲେ ଲକ୍ଷ ଲକ୍ଷ ପ୍ରଶଂସକ

Pawan Kalyan in Instagram: ଲୋକପ୍ରିୟ ଅଭିନେତା ପୱନ କଲ୍ୟାଣଙ୍କ ସହ ଆପଣ ଏଥର ସୋସିଆଲ ମିଡିଆ ମାଧ୍ୟମରେ ଯୋଡି ହୋଇପାରିବେ ।

Instagramରେ ଡେବ୍ୟୁ କଲେ ପୱନ କଲ୍ୟାଣ: ବିନା ପୋଷ୍ଟରେ ଫଲୋ କଲେ ଲକ୍ଷ ଲକ୍ଷ ପ୍ରଶଂସକ

Pawan Kalyan in Instagram: ଯଦିଓ ସୋସିଆଲ ମିଡିଆ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି, କିନ୍ତୁ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଏଥିରେ ସାମିଲ ହୋଇ ନାହାଁନ୍ତି । ଏହି ତାଲିକାରେ ଲୋକପ୍ରିୟ ତେଲୁଗୁ ଅଭିନେତା (Actor) ତଥା ରାଜନେତା ପୱନ କଲ୍ୟାଣ ମଧ୍ୟ ଅଛନ୍ତି। ଟଲିଉଡର ବହୁ ଚର୍ଚ୍ଚିତ ତାରକା ହୋଇଥିଲେ ମଧ୍ୟ ପୱନ କଲ୍ୟାଣ ସୋସିଆଲ ମିଡିଆ (Social media)ରେ ସେତେଟା ସକ୍ରିୟ ନୁହଁନ୍ତି। ସେ ପୁର୍ବରୁ କେବଳ ଟ୍ୱିଟର ଚଳାଉଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ଇଚ୍ଛା ପୂରଣ କରି ସେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି। ଦକ୍ଷିଣ ଭାରତୀୟ ସିନେମା (South Indian Cinema)ର ଶ୍ରେଷ୍ଠ ଅଭିନେତା (Top Actor) ତାଲିକାରେ ପୱନ କଲ୍ୟାଣଙ୍କ ବେଶ୍ ନାଁ ରହିଛି । ସେ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ତେବେ ପୱନ ଜୁଲାଇ ୪ ରେ ନିଜର ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି। ଗୋଟାଏ ଦିନରେ ତାଙ୍କୁ ଇନଷ୍ଟାଗ୍ରାମରେ ୪.୫୦ ଲକ୍ଷରୁ ଅଧିକ ପ୍ରଶଂସକ ଅନୁସରଣ କରିଛନ୍ତି ଓ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଉଛି । ପୱନ ଏପର୍ଯ୍ୟନ୍ତ କାହାକୁ ଅନୁସରଣ କରିନାହାଁନ୍ତି କିମ୍ବା କୌଣସି ପୋଷ୍ଟ ସେୟାର (Post Share) କରିନାହାଁନ୍ତି। ପୱନ କଲ୍ୟାଣ ଫିଲ୍ମ 'ବ୍ରୋ'ରେ ନଜର ଆସିବେ।

କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ପୱନଙ୍କୁ ଶେଷ ଥର (Last time) ପାଇଁ ଫିଲ୍ମ 'ଭୀମଲା ନାୟକ'ରେ ଦେଖିବାକୁ ମିଳିଥିଲା। ୨୦୨୨ ମସିହାରେ ମୁକ୍ତିଲାଭ (Release) କରିଥିବା ଏହି ଫିଲ୍ମ ବକ୍ସ ଅଫିସ (Box Office)ରେ ୧୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ବର୍ତ୍ତମାନ ପୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବ୍ରୋ' (Film Bro)କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ତାଙ୍କ ପାଇଁ ବହୁତ ସ୍ବତନ୍ତ୍ର,  କାରଣ 'ବ୍ରୋ'ରେ ପୱନ ତାଙ୍କ ଭଣଜା ସାଇ ଧର୍ମ ତେଜଙ୍କ ସହ ନଜର ଆସିବେ ।

ଜୁଲାଇ ୨୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଫିଲ୍ମ 

ସେ ରାଜନନୈତିକ ପ୍ରତିବଦ୍ଧତା ସହିତ ବ୍ୟସ୍ତ ଥିବା ସତ୍ତ୍ୱେ ପୱନ କଲ୍ୟାଣଙ୍କ ପାଖରେ ୨୦୨୩ ମସିହାରେ ରିଲିଜ୍ ପାଇଁ ଚାରୋଟି ଚଳଚ୍ଚିତ୍ର (Film) ଅଛି ।  ସେ 'ବ୍ରୋ'ରେ ଭଣଜା ସାଇ ଧରାମ ତେଜଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ଜୁଲାଇ ୨୮ ରେ ପ୍ରେକ୍ଷାଳୟକୁ ଆସିବାକୁ ଥିବା ଏହି ଫିଲ୍ମ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରିଛି । ଜଣାଶୁଣା ସଂଗୀତକାର ଏସ ଥାମାନ ସାମୁଥିରକାନୀଙ୍କୁ ନିର୍ଦ୍ଦେଶନା ଟିମରେ ଅଛନ୍ତି । ସୁଜିତ ଭାସୁଦେବ ସିନେମାଟୋଗ୍ରାଫର ହୋଇଥିବାବେଳେ ନବୀନ ନୋଲି ସମ୍ପାଦକ ବିଭାଗର ମୁଖ୍ୟ ଅଟନ୍ତି।

#PawanKalyanOnInstagram ଟ୍ରେଣ୍ଡ କରୁଛି

ପୱନ କଲ୍ୟାଣଙ୍କ ପ୍ରଶଂସକମାନେ ଟ୍ୱିଟରରେ #PawanKalyanOnInstagram ଟ୍ୱିଟ କରୁଛନ୍ତି । କେବଳ ଏତିକି ନୁହେଁ, ଏହି ହାଜଟ୍ୟାଗ୍ କିଛି ସମୟ ପାଇଁ ଟ୍ୱିଟରରେ ଟପ୍ ୩ ଟ୍ରେଣ୍ଡରେ ଚାଲିଥିଲା । ପୱନ କଲ୍ୟାଣଙ୍କ ଜନସେନା ପାର୍ଟି (Jan Sena Party) ମଧ୍ୟ ଏକ ଟୁଇଟ୍ କରି ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି ଯେ ଜନସେନା ମୁଖ୍ୟ ଶ୍ରୀ ପୱନ କଲ୍ୟାଣ ଇନଷ୍ଟାଗ୍ରାମରେ ଏକ ପ୍ରୋଫାଇଲ (Profile) ଖୋଲିଛନ୍ତି। ଏହା ସହିତ, ଇନଷ୍ଟାଗ୍ରାମ ଆକାଉଣ୍ଟର QR କୋଡ୍ ଓ ଇନଷ୍ଟାଗ୍ରାମ ହ୍ୟାଣ୍ଡଲ୍ ମଧ୍ୟ ସେୟାର କରିଥିଲା। ତାଙ୍କ ପ୍ରଶଂସକଙ୍କ ଦ୍ବାରା ପାୱାର ଷ୍ଟାର କୁହାଯାଉଥିବା ଏହି ଅଭିନେତା ମଙ୍ଗଳବାର ଦିନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ପୱନ କଲ୍ୟାଣ ବିପ୍ଳବୀ ଆଲୁରି ସୀତାରାମ ରାଜୁଙ୍କ ଜନ୍ମ ବାର୍ଷିକୀରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ କରିଛନ୍ତି। ଲୁରି ସୀତାରାମ ରାଜୁଙ୍କ ଜନ୍ମ ବାର୍ଷିକୀରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ  ଖୋଲିଛନ୍ତି।

Also read- Ollywood News: ଓଡ଼ିଆ ଚଳଚ୍ଚିତ୍ର 'ନିୟତି' ର ଟ୍ରେଲର ଏବଂ ଅଡିଓ ଲୋକାର୍ପଣ