Shah Rukh Khan: ‘ପଠାନ’ ପରେ ଧମାଲ କରିବ କିଙ୍ଗ ଖାନଙ୍କ ଏହି ଫିଲ୍ମ, ସାମ୍ନାକୁ ଆସିଲା ଆଗାମୀ ମୁଭିର ଝଲକ୍
Advertisement

Shah Rukh Khan: ‘ପଠାନ’ ପରେ ଧମାଲ କରିବ କିଙ୍ଗ ଖାନଙ୍କ ଏହି ଫିଲ୍ମ, ସାମ୍ନାକୁ ଆସିଲା ଆଗାମୀ ମୁଭିର ଝଲକ୍

Shah Rukh Khan: ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ ପସନ୍ଦ କରିଛନ୍ତି। ଏହି ଫିଲ୍ମ ରିଲିଜ୍ ହେବା ପରଠାରୁ ଫ୍ୟାନ୍ସଙ୍କ ଭିଡ ହଲରେ ବଢିବାରେ ଲାଗିଛି। ପ୍ରାୟ ୪ ବର୍ଷ ପରେ ଶାହରୁଖ ବଡ ପରଦାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । 

ସୌଜନ୍ୟ- ସୋସିଆଲ ମିଡିଆ

ତେବେ,କିଙ୍ଗ ଖାନ୍ ମଧ୍ୟ ନିଜ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି । ଶାହରୁକଙ୍କ ଅଭିନୀତ ଫିଲ୍ମ  'ଯବାନ'ର (Jawan) ସୁଟିଂ ମଧ୍ୟ ପୁଣି ଥରେ ଆରମ୍ଭ କରିଛନ୍ତି । 'ଯବାନ'କୁ ଦେଖିବା ପାଇଁ ଲୋକମାନେ ବେଶ ଉତ୍ସାହର ସହ ଏବେ ଠାରୁ ଅପେକ୍ଷା କରିଛନ୍ତି । ତେବେ, ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି  ।  ଏହାର ସୁଟିଂ ସେଟର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । 

ଫଟୋରେ ଦେଖିବାକୁ ମିଳିଛି ଯେ, ଶାହରୁକ ଏକ କଳା ପୋଷାକ ପିନ୍ଧିଛନ୍ତି । ଏବଂ ତାଙ୍କ ମୁହଁରେ ବ୍ୟାଣ୍ତେଜ୍ ବନ୍ଧା ଯାଇଛି । ହରମିନ୍ଦର ନାମକ ଜଣେ ୟୁଜର୍ସ ତାଙ୍କ ଟ୍ବିଟର ହ୍ୟାଣ୍ତେଲରେ ଫଟୋଟି ସେୟାର କରିଛନ୍ତି । ତେବେ, ଏହି ଫଟୋରେ ଅନେକ କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି ।  ଗତ କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, 'ଯବାନ' ୮୦ ପ୍ରତିଶତ ସୁଟିଂ ଶେଷ ହୋଇଛି ।  ଫିଲ୍ମର କିଛି ସୁଟିଂ ବର୍ତ୍ତମାନ ବାକି ଅଛି। ଏବଂ ଫିଲ୍ମର ବାକିଥିବା ସୁଟିଂ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି । 

Also Read : Union Budget 2023: 'ବଜେଟରେ ମନୋରଞ୍ଜନ କ୍ଷେତ୍ରକୁ ଉପେକ୍ଷା କରାଯାଇଛି '

Also Read : Bollywood: Ajay Devgnଙ୍କ ପରି ଦିଶୁଛି ଏହି ଯୁବକ ଚେହେରା, ଅଭିନେତ୍ରୀ କାଜଲ ବି ଜାଣି ପାରୁ ନାହଁନ୍ତି ତାଙ୍କ ପତି କିଏ ?

'ଯବାନ' ହେଉଛି ପଠାନ୍ ପରି ଏକ ଆକ୍ସନ ଫିଲ୍ମ: ଫିଲ୍ମ 'ପଠାନ୍' ପରି 'ଯବାନ' ମଧ୍ୟ ଏକ ଆକ୍ସନ୍ ଫିଲ୍ମ । ତେବେ,ଏହି ଫିଲ୍ମଟିର ନିର୍ମାତା ଅଛନ୍ତି ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ।  ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ବିଜୟ ସେଥୁପତୀ(Vijay Sethupathi), ନୟନତାରା , ପ୍ରିୟମଣି, ଯୋଗୀ ବାବୁ, ସୁନୀଲ ଗ୍ରୋଭର ଏବଂ ସାନିଆ ମାଲହୋତ୍ରା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି । 

ଏହି ଫିଲ୍ମ ଜୁନ୍ ୨ ରେ ମୁକ୍ତିଲାଭ କରିବ: ଶାହରୁଖଙ୍କ ଚଳଚ୍ଚିତ୍ର 'ପଠାନ୍' ଚଳିତ ବର୍ଷ  ଜୁନ୍ ୨ରେ ବଡ ପରଦାକୁ ଆସିବ । ଏବଂ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ। ତେବେ,ଏହି ଫିଲ୍ମକୁ ସାଉଥର ଜଣାଶୁଣା ନିର୍ଦ୍ଦେଶକ ଆଟଲେ (Atlee) ନିର୍ଦ୍ଦେଶନା ଦେଇଛନ୍ତି।