Parineeti Raghav Wedding: ସାମ୍ନାକୁ ଆସିଲା ପରିଣିତି-ରାଘବଙ୍କ ବାହାଘରର ଫୁଡ୍ ମେନ୍ୟୁ, ଦେଖନ୍ତୁ
Advertisement

Parineeti Raghav Wedding: ସାମ୍ନାକୁ ଆସିଲା ପରିଣିତି-ରାଘବଙ୍କ ବାହାଘରର ଫୁଡ୍ ମେନ୍ୟୁ, ଦେଖନ୍ତୁ

Parineeti Raghav Wedding Food Venue: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra) ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ (raghav chaddha) ବାହାଘର (Parineeti Raghav Wedding) । ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ । ଶନିବାର ଦିନ ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ହେବେ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Parineeti Raghav Wedding Food Venue: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra) ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ (raghav chaddha) ବାହାଘର (Parineeti Raghav Wedding) ।  ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ ।  ଶନିବାର ଦିନ  ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ହେବେ। ପଞ୍ଜାବୀ ରୀତିନୀତି ଅନୁସାରେ ସେମାନଙ୍କ ବାହାଘର ହେବ ବୋଲି ଜଣାପଡିଛି। ଏନେଇ ଉଭୟଙ୍କ ପରିବାର ସଦସ୍ୟ  ଲିଲା ପ୍ୟାଲେସରେ ବି ପହଞ୍ଚି ସାରିଛନ୍ତି ।  ଏପରିକି ବିବାହରେ ଯୋଗ ଦେବାକୁ ଥିବା ଅତିଥିମାନେ ମଧ୍ୟ ସେଠାରେ ପହଞ୍ଚି ସାରିଛନ୍ତି । ବିବାହରେ ଯୋଗ ଦେବାକୁ ଥିବା ଅତିଥିମାନେ ନିଜ ଫୋନ୍ ଯେପରିକି, ଭିତରକୁ ନେଇ ପାରିବେ ନାହିଁ ବୋଲି କୁହାଯାଇଛି । କାରଣ ବିବାହ ସମୟ କୌଣସି ଫଟୋ ଯେପରି ସୋସିଆଲ ମିଡିଆରେ ଭାଇରାଲ୍ ନ ହୁଏ । ସେନେଇ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ।  

 

 
 
 
 

 
 
 
 
 
 
 
 
 
 
 

A post shared by parineeti..(pari) chopra (@pariniti_fans_only)

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିବାହରେ ଯୋଗ ଦେବାକୁ ଥିବା ଅତିଥିଙ୍କ ପାଇଁ ଖାସ୍ କରି ପଞ୍ଜାବୀ ଓ ରାଜସ୍ଥାନୀ ଖାଦ୍ୟ ପ୍ରସ୍ତୁତ ହୋଇଛି । ଇଟାଲିୟାନ୍ ଓ କଣ୍ଟିନେଣ୍ଟାଲ ଫୁଡ୍ (italian and continental food)ର ମଧ୍ୟ ମଜା ନେଇପାରିବେ ଅତିଥି । ଅତିଥିମାନଙ୍କୁ ରାଜକିୟ ଶୈଳିରେ ଖାଦ୍ୟ ପରସା ଯିବାର ବ୍ୟବସ୍ଥା ହୋଇଛି । ଯେପରି ଅତିଥି ମାନଙ୍କ ଖାଦ୍ୟପେୟରେ ଯେପରି କୌଣସି ସମସ୍ୟା ନ ହୁଏ । ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ,  ଏହି ଗ୍ରାଣ୍ତ ଓ୍ବେଡିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ( Delhi Chief Minister Arvind Kejriwal) ଏବଂ ପଞ୍ଜାବର ସିଏମ ଭଗଓ୍ବନ୍ତ ମନ (Punjab Chief minister Bhagwant Mann) ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ  ଦେବାକୁ ଉଦୟପୁରରେ ପହଞ୍ଚିଛନ୍ତି । ଏହାସହ ବଲିଉଡର ଅନେକ ବଡ଼ ବଡ ସେଲିବ୍ରେଟି ମଧ୍ୟ ସାମିଲ ହୋଉଛନ୍ତି। ତେବେ, ଆଜି ଉଦୟପୁରରେ ବିବାହ ହେବା ପରେ ଦିଲ୍ଲୀରେ ଏକ ଗ୍ରାଣ୍ତ ରିସେପସନ ପାର୍ଟିର ଆୟୋଜନ କରାଯାଇଛି । ଯେଉଁଥିରେ ବଲିଉଡ଼ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ସାମଲି ହେବେ ବୋଲି ଜଣାପଡିଛି। 

ଚଳିତ ବର୍ଷ ମେଁ  ୧୩ ତାରିଖରେ  ଦିଲ୍ଲୀ କପୁରଥାଲା ହାଉସରେ ରାଘବ ଓ ପରିଣିତିଙ୍କ ନିର୍ବନ୍ଧ ହୋଇଥିଲା । ରାଘବଙ୍କ ଏହି ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତାଙ୍କ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ । ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ ।