Parineeti Chopra: ପରିଣୀତିଙ୍କ ରିସେପସନ ପୂର୍ବରୁ ଏହି ସୁନ୍ଦର ଉପହାର ଦେଲେ ଖିଲାଡ଼ି କୁମାର, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1897342

Parineeti Chopra: ପରିଣୀତିଙ୍କ ରିସେପସନ ପୂର୍ବରୁ ଏହି ସୁନ୍ଦର ଉପହାର ଦେଲେ ଖିଲାଡ଼ି କୁମାର, ଦେଖନ୍ତୁ ଫଟୋ

Parineeti Chopra: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଖିଲାଡି କୁମାର ସେମାନଙ୍କ ଆଗାମୀ ଚଳଚ୍ଚିତ୍ର 'ମିଶନ ରାଣୀଗଞ୍ଜ - ଦି ଗ୍ରେଟ୍ ଭାରତ ରେସକ୍ୟୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଛି । ତେବେ ଅଭିନେତା ଅକ୍ଷୟ କୁମାର ପରିଣୀତିଙ୍କୁ ତାଙ୍କ ବିବାହ ପାଇଁ ଏକ ବିଶେଷ ଉପହାର ଦେବା ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ସୌ(ସୋସିଆଲ ମିଡିଆ)

Parineeti Chopra Gets wedding Gift: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଖିଲାଡି କୁମାର ସେମାନଙ୍କ ଆଗାମୀ ଚଳଚ୍ଚିତ୍ର 'ମିଶନ ରାଣୀଗଞ୍ଜ - ଦି ଗ୍ରେଟ୍ ଭାରତ ରେସକ୍ୟୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଛି । ତେବେ ଅଭିନେତା ଅକ୍ଷୟ କୁମାର ପରିଣୀତିଙ୍କୁ ତାଙ୍କ ବିବାହ ପାଇଁ ଏକ ବିଶେଷ ଉପହାର ଦେବା ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ସୂଚନା ଅନୁଯାୟୀ, ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମ ଆକଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସହ ପରିଣୀତି ଚୋପ୍ରା ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଛନ୍ତି, ପ୍ରେମଠାରୁ କିଛି ବି ଅଧିକ ମୂଲ୍ୟବାନ ନୁହେଁ, @parineetichopra । ଆସନ୍ତାକାଲି ଆସୁଥିବା ତୁମର ବିଶେଷ ଦିନ ପାଇଁ ଉପହାର! । ଅକ୍ଟୋବର ୬ ତାରିଖ ଦିନ ସିନେମା ହଲରେ ଦେଖନ୍ତୁ ‘ମିଶନ୍ ରାଣୀଗଞ୍ଜ’ ସହିତ ଭାରତର ପ୍ରକୃତ ହିରୋଙ୍କ କାହାଣୀ ।

 

 
 
 
 

 
 
 
 
 
 
 
 
 
 
 

A post shared by Akshay Kumar (@akshaykumar)

 

ଏହି ଲୁକରେ ନଜର ଆସିଲେ ପରିଣୀତି ଅକ୍ଷୟ

ଏହି ଫଟୋରେ ପରିଣୀତି ଏକ ହାଲକା ସବୁଜ ରଙ୍ଗର ଶାଢୀ ପିନ୍ଧିଥିବା ନଜର ଆସିଛନ୍ତି। ଏହା ସହ ବିନ୍ଦି, କାନଫୁଲ ଓ ଗଭାରେ ଗଜରା ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି । ଖିଲାଡି କୁମାରଙ୍କ କଥା କହିବାକୁ ଗଲେ ସେ ଏକ ଖାକି ରଙ୍ଗର ପ୍ୟାଣ୍ଟ ସହିତ କମଳା ରଙ୍ଗର କୋଟ ଓ ମୁଣ୍ଡରେ ଏକ ସାଫ୍ରନ୍ ରଙ୍ଗର ପଗଡି ବାନ୍ଧିଛନ୍ତି । ଏହି ଫଟୋରେ ଅକ୍ଷୟ ଓ ପରିଣୀତି ପରସ୍ପରରୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ସେୟାର ହୋଇଥିବା ଏହି ଫଟୋକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଥିବା ବେଳେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉ କି, ଏହି ଫିଲ୍ମଟି ଅକ୍ଟୋବର ୬ ତାରିଖରେ ରିଲିଜ ହେବ। ଏହି ଚଳଚ୍ଚିତ୍ରଟି ବିହାର ରାଣୀଗଞ୍ଜ ଘଟଣା (Raniganj Rescue Story) ଓ ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର (Akshay kumar) ଜସୱନ୍ତ ସିଂ ଭୂମିକାରେ ନଜର ଆସିବ। ଚଳଚ୍ଚିତ୍ରର କାହାଣୀ ୧୯୮୯ ମସିହା ନଭେମ୍ବର ମାସରେ ରାଣୀଗଞ୍ଜ କୋଇଲା ଖଣି ଉଦ୍ଧାର କାର୍ଯ୍ୟ ଉପରେ ଆଧାରିତ । ଖଣି ଖନନ ବେଳେ ୬୫ ଜଣ ଶ୍ରମିକ ୩୫୦ ଫୁଟ ତଳେ ଫସି ରହିଥିଲେ। ଏହି ସମୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଜସୱନ୍ତ ସିଂ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନେକ ପ୍ରତିକୂଳ ପରିସ୍ଥିତିରେ ପରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା । ଏଥିରେ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ ।

Also Read-Jawan Box Office Collection Day 25: ରିଲିଜ୍ ହେବାର ୨୫ ଦିନରେ ବଡ଼ ଲାଭ କଲା ଜୱାନ !

Also Read-Pankaj Tripathi: ପରଦାରେ ଆଉ ନଜର ଆସିବେନି ପଙ୍କଜ ତ୍ରିପାଠୀ! କହିଲେ ଥକି ଗଲିଣି