Oscars 2023: ଭାରତରେ ବସି ଅନଲାଇନରେ ଦେଖି ପାରିବେ ୯୫ତମ ଓସ୍କାର ଆୱାର୍ଡ, ଜାଣନ୍ତୁ ତାରିଖ ଓ ସମୟ ସହ ସବୁକିଛି
Advertisement

Oscars 2023: ଭାରତରେ ବସି ଅନଲାଇନରେ ଦେଖି ପାରିବେ ୯୫ତମ ଓସ୍କାର ଆୱାର୍ଡ, ଜାଣନ୍ତୁ ତାରିଖ ଓ ସମୟ ସହ ସବୁକିଛି

Oscars 2023: ଫିଲ୍ମ ଜଗତର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ଫିଲ୍ମ ଆୱାର୍ଡ଼ ଓସ୍କାର ୨୦୨୩କୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଆମେରିକାର ଲସ ଏଞ୍ଜେଲସର ଏକାଡେମୀରେ ଆୱାର୍ଡ଼ ଉତ୍ସବ ପାଳନ ହେବାକୁ ଯାଉଛି । ଏନେଇ ତାରିଖ ଯେତେ ପାଖେଇ ଆସୁଛି ଦର୍ଶକଙ୍କ ଉତ୍ସାହ ସେତିକି ବଢିବାରେ ଲାଗୁଛି । 

ସୌ(ସୋସିଆଲ ମିଡିଆ)

Oscars 2023: ଫିଲ୍ମ ଜଗତର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ଫିଲ୍ମ ଆୱାର୍ଡ଼ ଓସ୍କାର ୨୦୨୩କୁ (OSCAR 2023) ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଆମେରିକାର ଲସ ଏଞ୍ଜେଲସ(America Los angeles) ଏକାଡେମୀରେ ଆୱାର୍ଡ଼ ଉତ୍ସବ ପାଳନ ହେବାକୁ ଯାଉଛି । ଏନେଇ ତାରିଖ ଯେତେ ପାଖେଇ ଆସୁଛି ଦର୍ଶକଙ୍କ ଉତ୍ସାହ ସେତିକି ବଢିବାରେ ଲାଗୁଛି । ସାଉଥର ପ୍ରସିଦ୍ଧ ଫିଲ୍ମ ନର୍ଦ୍ଦେଶକ ଏସଏସ୍ ରାଜାମୌଲୀଙ୍କ(SS Rajamouli) ବ୍ଲକ ବାଷ୍ଟର ଫିଲ୍ମ ‘ଆରଆରଆରର’ (RRR) ସୁପରହିଟ୍ ଗୀତ ‘ନାଟୁ ନାଟୁ’ (Natu Natu) ମଧ୍ଯ ଓସ୍କାର ଦୌଡ଼ରେ ସାମିଲ ହୋଇଛି । ତେବେ ଓସ୍କାର ନେଇ ଆମ ଦେଶର ଲୋକଙ୍କ ମଧ୍ଯ ସମାନ ଉତ୍ସୁକତା ଦେଖି୍ବାକୁ ମିଳିଛି ।

ଏହିପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ, ଆମେରିକାରେ ଆୟୋଜିତ ହେଉଥିବା ଓସ୍କାର ଆୱାର୍ଡକୁ ଭାରତୀୟ ମାନେ କେଉଁଠି, କେବେ ଓ କିପରି ଦେଖି ପାରିବେ? ଏହା ସମ୍ପର୍କରେ ଆମେ ଏଠାରେ କହିବୁ ଯେ, ଆପଣ ଭାରତରେ ଥାଇ କେମିତି ଅନଲାଇନ ମାଧ୍ୟମରେ ଏହି ଆୱାର୍ଡ ଶୋ ଦେଖି ପାରିବେ। ତେବେ ଏନେଇ ଭାରତୀୟଙ୍କ ଲାଗି ଏକ ଖୁସି ଖବର ରହିଛି । ଅନୁଷ୍ଠିତ ହେବାକୁ ଥିବା ଏହି ୯୫ତମ ଓସ୍କାର ଆୱାର୍ଡ଼ ସମାରୋହକୁ ଆପଣ ଅନଲାଇନ ମାଧ୍ଯମରେ ଦେଖିପାରିବେ ।

କେବେଠାରୁ ଆରମ୍ଭ ହେବ ଓସ୍କାର ଆୱାର୍ଡ଼

ମାର୍ଚ୍ଚ ମାସ ୧୨ ତାରିଖରେ ଅର୍ଥାତ୍ ରବିବାର ଦିନ ଆମେରିକା ଲସ ଏଞ୍ଜେଲସର ଡ଼ଲ୍ବି ଥିଏଟରରେ(Dolby theatre Los Angeles) ଅନ୍ତର୍ଜାତୀୟ ଫିଲ୍ମ ଆୱ୍ବାର୍ଡ଼ ସମାରୋହ ଅନୁଷ୍ଠିତ ହେବ । ଏବିସି(ABC) ଟିଭିରେ ରାତି ୮ଟାରୁ ET/୫ଟା PTରେ ଏହାକୁ ଲାଇଭ ଦେଖିପାରିବେ। ତେବେ ସମୟର ବ୍ୟବଧାନ କାରଣରୁ ଓସ୍କାର ଆୱାର୍ଡ଼ ୨୦୨୩ର ପ୍ରସାରଣରେ ଭାରତରେ ମାର୍ଚ୍ଚ ୧୨ ଅର୍ଥାତ୍ ସୋମବାର ସକାଳ ୫ଟା ୩୦ ମିନିଟ୍ ରେ କରାଯିବ । ଭାରତରେ ଓସ୍କାର ଆୱାର୍ଡ଼ ୨୦୨୩ର ସିଧାପ୍ରସାରଣ ଆପଣ ଓଟିଟି(OTT) ପ୍ଲାଟଫର୍ମ ଡ଼ିଜନି ହଟଷ୍ଟାର(disney+ hotstar)ରେ ଦେଖିପାରିବେ। ଏହା ବ୍ୟତୀତ ଏବିସି ନେଟୱାର୍କ, ସିଲିଂ ଟିଭି, ହୁଲୁ ପ୍ଲସ ଲାଇଭ ଟିଭି, ୟୁଟ୍ୟୁବ୍ ଟିଭି ଓ ଫୁବୋ ଟିଭିରେ ମଧ୍ଯ ଏହାକୁ ଲାଇଭ୍ ଦେଖିପାରିବେ।

ଭାରତୀୟଙ୍କ ପାଇଁ ବେଶ ଖାସ ରହିବ ଚଳିତ ବର୍ଷର ଓସ୍କାର ଆୱାର୍ଡ଼

ଚଳିତ ବର୍ଷର ଓସ୍କାର ପୁରସ୍କାର ଭାରତୀୟ ମାନଙ୍କ ପାଇଁ ବହୁତ ଖାସ ଅଟେ। ଦୀର୍ଘ ବର୍ଷ ପରେ ଏହି ମର୍ଯ୍ୟାଦା ଜନକ ପୁରସ୍କାର ପାଇଁ ସାଉଥ ସିନେମାର ଭେଟେରାନ ଫିଲ୍ମ ମେକର ଏସ.ଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’ ର ‘ନାଟୁନାଟୁ’କୁ ଗୀତକୁ ଶ୍ରେଷ୍ଠ ଓରିଜିନାଲ ଗୀତ ବର୍ଗରେ ଏକାଡ଼େମୀ ଆୱାର୍ଡ଼ ପାଇଁ ମନୋନୀତ ହୋଇଥିବାରୁ ସମସ୍ତ ଭାରତୀୟଙ୍କ ନଜର ଏହି ଆୱାର୍ଡ ଉପରେ ରହିଛି । ଚଳିତ ବର୍ଷ ଓସ୍କାର ଜିତିବା ଉଭୟ ଆରଆରଆର୍ ନିର୍ମାତା, ଷ୍ଟାରକାଷ୍ଟ ଓ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ବପ୍ନ ଅଟେ। ଏହାସହ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ(Deepika Padukone ),ଜିମି କିମେଲ(Jimmy Kimmel) ଓ ଦି ରକ୍ ଙ୍କ ସହିତ ଓସ୍କାରର ଉଦଘାଟନ ଉତ୍ସବରେ ନଜର ଆସିବେ। ଏହି ଦୃଷ୍ଟିକୋଣରୁ ମଧ୍ଯ ଚଳିତ ବର୍ଷର ଏହି ଓସ୍କାର ଭାରତୀୟଙ୍କ ପାଇଁ ଖାସ ଅଟେ ।