Happy Birthday Sushmita Sen: ଆଜି ସୁସ୍ମିତା ସେନଙ୍କ ଜନ୍ମଦିନ, ମିସ ୟୁନିଭର୍ସ ହେବାର ଯାତ୍ରା କିପରି ଥିଲା ଜାଣନ୍ତୁ
Advertisement

Happy Birthday Sushmita Sen: ଆଜି ସୁସ୍ମିତା ସେନଙ୍କ ଜନ୍ମଦିନ, ମିସ ୟୁନିଭର୍ସ ହେବାର ଯାତ୍ରା କିପରି ଥିଲା ଜାଣନ୍ତୁ

Happy Birthday Sushmita Sen: ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । ଆଜି ତାଙ୍କର ଜନ୍ମଦିନ । ୪୮ ବର୍ଷର ପାଦ ଥାପିଛନ୍ତି ସେ। ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ସୁସ୍ମିତା ତାଙ୍କ ଦମଦାର ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ।

Happy Birthday Sushmita Sen: ଆଜି ସୁସ୍ମିତା ସେନଙ୍କ ଜନ୍ମଦିନ, ମିସ ୟୁନିଭର୍ସ ହେବାର ଯାତ୍ରା କିପରି ଥିଲା ଜାଣନ୍ତୁ

Happy Birthday Sushmita Sen: ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । ଆଜି ତାଙ୍କର ଜନ୍ମଦିନ । ୪୮ ବର୍ଷର ପାଦ ଥାପିଛନ୍ତି ସେ। ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ସୁସ୍ମିତା ତାଙ୍କ ଦମଦାର ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେ ବଲିଉଡକୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ ।  ସେ ମାତ୍ର ୧୮ ବର୍ଷ ବୟସରେ ମିସ୍ ୟୁନିଭର୍ସ ହେବାକୁ ପହଞ୍ଚି ଥିଲେ ବିରାଟ ମଞ୍ଚରେ , ଆଉ ଭାରତକୁ ପ୍ରତିନିଧିତ୍ବ କରିଥିଲେ । ତେବେ, ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ବିଷୟରେ ଆସନ୍ତୁ କିଛି ରୋଚକପୂର୍ଣ୍ଣ କଥା ଜାଣିବା । ସେ ମିସ ୟୁନିଭର୍ସ ହେବା ପଛର ରହସ୍ୟ କଣ ଥିଲା। 

ଭଗବାନଙ୍କୁ ପ୍ରାର୍ଥନା କଲେ :
ମିସ୍ ୟୁନିଭର୍ସର ସମୟରେ ,ଯେତେବେଳେ ସେ ଷ୍ଟେଜରେ ଉପସ୍ଥିତ ଥିଲେ , ସେତେବେଳେ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ସେ ଭଗବାନଙ୍କୁ ଏହା ପ୍ରାର୍ଥନା କରୁଥିଲେ ଯେ, 'ଏହା ହେଉଛି ସୁଯୋଗ, ଏହା ମୋର ଆଜିର ବିଶେଷ ମୁହୂର୍ତ୍ତ, ମୁଁ ଆଜି କରିବି କିମ୍ବା ମୁଁ ରହିବି । ଯଦି ମୁଁ ଆଜି ଏହା କରିପାରିବି, ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ଯେ, ମୁଁ ଏହାକୁ ଭଲ ବ୍ୟବହାର କରିବି । ମୁଁ ଏହାକୁ କେବେବି ଅପବ୍ୟବହାର କରିବାକୁ ଦେବି ନାହିଁ,  ମୁଁ କଦାପି ଲୋକଙ୍କ ସହିତ ଖରାପ ବ୍ୟବହାର କରିବି ନାହିଁ ବୋଲି ସୁସ୍ମିତା ମଞ୍ଚରେ ଏଭଳି ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।

ଏହାବି ପଢନ୍ତୁ : Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

 

ଇଶ୍ବରଙ୍କ ସ୍ବର ତାଙ୍କ କାନରେ ଶୁଣା ଯାଇଥିଲା : 
ଯେତେବେଳେ ସୁସ୍ମିତା ଭଗବାନଙ୍କୁ ଏସବୁ ପ୍ରାର୍ଥନା କହିଥିଲେ, ସେ କୁହନ୍ତି ଯେ, ' ଏହା ପରେ ମୋ କାନରେ ଭଗବାନଙ୍କ ସ୍ୱର ଶୁଣିବାକୁ ମିଳିଥିଲା, ଯିଏ ମୋତେ ପ୍ରାର୍ଥନା କରିବା ପରିବର୍ତ୍ତେ ମଞ୍ଚ ଉପରକୁ ଯିବାକୁ କହିଥିଲେ। ନିଜ ସହିତ ତମେ ଠିକ୍ ରୁହ ଏବଂ ପୂର୍ଣ୍ଣ ଆତ୍ମବିଶ୍ୱାସରେ ଯାହା କହିବାକୁ ଚାହୁଁଛ ତାହା କର । ଯଦି ତୁମେ ଏଥର ଭୁଲ୍ କର, ତୁମେ ସାରା ଜୀବନ ଏହା ପାଇଁ ଅନୁତାପ କରିବ । '

ଯେତେବେଳେ ଶେଷ ପ୍ରଶ୍ନ ପଚରାଗଲା :
ମିସ ୟୁନିଭର୍ସ ଜିତିବା ପାଇଁ ସୌନ୍ଦର୍ଯ୍ୟ ଯଥେଷ୍ଟ ନୁହେଁ,  ଏପରି ପରିସ୍ଥିତିରେ ସୁସ୍ମିତା ସେନ୍ ତାଙ୍କ ଉତ୍ତର ସହିତ ସର୍ବାଧିକ ମାର୍କ ହାସଲ କରିଥିଲେ । ତେବେ, ଆସନ୍ତୁ ଜାଣିବା ମିସ ୟୁନିଭର୍ସ ମଞ୍ଚରେ ତାଙ୍କୁ କଣ ପଚରାଯାଇଥିଲା ପ୍ରଶ୍ନ । ସୁସ୍ମିତା ସେନଙ୍କୁ ପଚରାଯାଇଥିଲା ଯେ, ଜଣେ ମହିଳା ହେବା ଆପଣଙ୍କ ପାଇଁ କ’ଣ? ଏଭଳି ପରିସ୍ଥିତିରେ ସୁସ୍ମିତା ଉତ୍ତର ଦେଇଥିଲେ ,ଜଣେ ମହିଳା ହୋଇ, ମୁଁ ଭାବୁଛି ଏହା ଯେ ଭଗବାନଙ୍କ ଠାରୁ ଏହା ଏକ ଉପହାର । ଯାହାକୁ ଆମେ ପ୍ରଶଂସା କରିବା ଉଚିତ୍ । ଶିଶୁର ଉତ୍ପତ୍ତି କେବଳ ଜଣେ ମା ଏବଂ ମହିଳା । ଜଣେ ମହିଳା ହେଉଛନ୍ତି ପ୍ରେମର ପରିଭାସା । ଏବଂ ଜଣେ ପୁରୁଷକୁ ପ୍ରେମ, ଯତ୍ନ ଏବଂ ବାଣ୍ଟିବା ଶିଖାଏ ! ଏହା ମଧ୍ୟ ମୋ ପାଇଁ ଜଣେ ମହିଳା ହେବାର ଅର୍ଥ ।