Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ
Advertisement
Article Detail0/zeeodisha/odisha2066608

Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ

Ollywood News: ସଭାରେ ଦୁଇଟି ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ ଓ ଟିମ୍ ର କଳାକାରଙ୍କୁ ଏବଂ "ଆକାଶବାଣୀ" ର ପ୍ରଯୋଜକ, ଅଭିନେତା ରୋହନ ଗର୍ଗ, ପୂର୍ଣ୍ଣିମା ବରାଳ (ପୂଜା), କ୍ୟାମେରାମ୍ୟାନ ବୁବୁଙ୍କୁ ସମ୍ମାନିତ କରାଯାଇଥିଲା ।

Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ

Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ ସ୍ଥାନୀୟ ଜୟଦେବ ଭବନ ଠରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ କଳା ଜଗତରେ ସାଧନା, କର୍ତ୍ତବ୍ୟ ପରାୟଣତା , ନିଷ୍ଠା, ନୈତିକତା ଓ ମାନବିକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ଏକ ସମ୍ମାନର ପର୍ବ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ କରିଥାଏ । ଚଳିତ ବର୍ଷ ମଧ୍ୟ ଏହି ପର୍ବ ଧୂମ୍ ଧାମରେ ପାଳିତ ହୋଇଯାଇଛି । ସ୍କିଲ ଇଣ୍ଡିଆର ,ମିଡିଆ ଓ ଏଣ୍ଟରଟେନମେଣ୍ଟ ଜନସଂପର୍କ ଅଧିକାରୀ ଶ୍ରୀମତୀ ପୂଜା ଆରୋରା, ସିନେ ପ୍ରଯୋଜକ ଶ୍ରୀଯୁକ୍ତ ଯତୀନ ନାୟକ, ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ,  କାହାଣୀକାର ଶ୍ରୀଯୁକ୍ତ ଦ୍ବୀପାୟନ ପଟ୍ଟନାୟକ, ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିନେତା ଅମର ମହାପାତ୍ର ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଣୟ ଜେଠୀ ମଞ୍ଚ ଅଳଙ୍କୃତ କରିଥିଲେ । ଅନୁଷ୍ଠାନର ବାର୍ଷିକ ବିବରଣୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ପାଠ କରିଥିଲେ । ସଭାରେ ଦୁଇଟି ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ ଓ ଟିମ୍ ର କଳାକାରଙ୍କୁ ଏବଂ "ଆକାଶବାଣୀ" ର ପ୍ରଯୋଜକ, ଅଭିନେତା ରୋହନ ଗର୍ଗ, ପୂର୍ଣ୍ଣିମା ବରାଳ (ପୂଜା), କ୍ୟାମେରାମ୍ୟାନ ବୁବୁଙ୍କୁ ସମ୍ମାନିତ କରାଯାଇଥିଲା ।

ଚଳଚ୍ଚିତ୍ର ଜଗତର ଅନ୍ୟାନ୍ୟ କଳାକାର ତଥା ଟେକ୍ନିସିଆନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ତା ସହିତ କବିତା ପାଠ, ବନ୍ଧୁ ମିଳନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଵା ସହିତ ସମ୍ବର୍ଦ୍ଧନା ପର୍ବ ହୋଇଥିଲା ଯେଉଁଥିରେ ସବୁ କଳା କ୍ଷେତ୍ରରେ ସ୍ବନାମ ଅର୍ଜନ କରିଥିବା କଳାକାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମସ୍ତ ଟେକ୍ନିସିଆନଙ୍କୁ ସ୍କିଲ ଇଣ୍ଡିଆ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା କଥା ଦିଲ୍ଲୀରୁ ଆସିଥିବା ପୂଜା ଆରୋରା ଘୋଷଣା କରିଥିଲେ । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଦମ୍ୟ ଚେଷ୍ଟା ବଳରେ ଏହି ଅନୁଷ୍ଠାନର ଉତ୍ପତି ହୋଇଛି । ଛୋଟ ଠାରୁ ବଡ଼ ସମସ୍ତ କଳାକାର ଜଣେ ଜଣେ ନିଜ କଳା ପ୍ରତିଭା ପାଇଁ ସମ୍ମାନ ପାଉ ଏହି ଲକ୍ଷ୍ୟ ନେଇ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି ।

Also Read- ଜଗନ୍ନାଥଙ୍କ ପରିକ୍ରମାରେ ରିଲିଜ୍ ହେଲା କାଳିଆର ଭଜନ

Also Read- Sunny Leone: ସନ୍ନି ଲିଓନିଙ୍କ ସହ କଥା ହେବାକୁ ଚାହୁଁଛନ୍ତି...? ଏମିତି ହେବ ସ୍ୱପ୍ନ ସାକାର