ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କୁ ନେଇ ବିଜ୍ଞାପନ ସୁଟ୍ କଲେ ଦୟାନିଧି ଦାହିମା
Advertisement

ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କୁ ନେଇ ବିଜ୍ଞାପନ ସୁଟ୍ କଲେ ଦୟାନିଧି ଦାହିମା

Ollywood News: ଦୟା ଏଣ୍ଟରଟେନମେଣ୍ଟ୍ର ପ୍ରତିଷ୍ଠାତା ଦୟାନିଧି ଦାହିମା ପୁଣି ଥରେ ଓଲିଉଡରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି । ନିକଟରେ ସେ, ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କ ସହିତ ଏକ ଗ୍ରାଉଣ୍ଡବ୍ରେକିଂ ସୁଟ୍ କରିଥିଲେ । ଯିଏ ୫୦ ବର୍ଷରୁ ଅଧିକ ସମୟ ବିଭିନ୍ନ ବିଜ୍ଞାପନ ସମେତ ୩୦୦ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଦୟାଙ୍କ ଏପରି କାମ ପୁଣିଥରେ ଓଡ଼ିଶା ସିନେ ଜଗତ ସହିତ ବଲିଉଡର ଥିବା ବ୍ୟବଧାନକୁ ନିକଟତର କରିବାରେ ସକ୍ଷମ ହୋଇଛି ।

ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କୁ ନେଇ ବିଜ୍ଞାପନ ସୁଟ୍ କଲେ ଦୟାନିଧି ଦାହିମା

ଭୁବନେଶ୍ୱର: ଓଡ଼ିଶାର ମନୋରଞ୍ଜନ ଶିଳ୍ପ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ଓଡ଼ିଆ ପୁଅ ଦୟାନିଧି ଡାହିମା । ଦୟା ଏଣ୍ଟରଟେନମେଣ୍ଟ୍ର ପ୍ରତିଷ୍ଠାତା ଦୟାନିଧି ଦାହିମା ପୁଣି ଥରେ ଓଲିଉଡରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି । ନିକଟରେ ସେ, ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କ ସହିତ ଏକ ଗ୍ରାଉଣ୍ଡବ୍ରେକିଂ ସୁଟ୍ କରିଥିଲେ । ଯିଏ ୫୦ ବର୍ଷରୁ ଅଧିକ ସମୟ ବିଭିନ୍ନ ବିଜ୍ଞାପନ ସମେତ ୩୦୦ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଦୟାଙ୍କ ଏପରି କାମ ପୁଣିଥରେ ଓଡ଼ିଶା ସିନେ ଜଗତ ସହିତ ବଲିଉଡର ଥିବା ବ୍ୟବଧାନକୁ ନିକଟତର କରିବାରେ ସକ୍ଷମ ହୋଇଛି ।

ଓଡ଼ିଶାର ଏକ ଆଞ୍ଚଳିକ ବ୍ରାଣ୍ଡ ପାଇଁ ଆୟୋଜିତ ହୋଇଥିବା ଏହି ସୁଟ୍ କେବଳ ଦୟାନିଧି ଦାହିମାଙ୍କ ସୃଜନଶୀଳ ଶକ୍ତି ପ୍ରଦର୍ଶନ କରିଛି ତାହା ନୁହେଁ ବରଂ ବଲିଉଡ ସହ ଥିବା ତାଙ୍କ ସମ୍ପର୍କକୁ ଦର୍ଶାଇଛି । ଦୟାନିଧି ପୂର୍ବରୁ ମଧ୍ୟ ଅନେକ ଆଞ୍ଚଳିକ ଭାଷାରେ ବିଜ୍ଞାପନ ସମେତ ବିଭିନ୍ନ କାର୍ଯ୍ୟ କରିସାରିଛନ୍ତି । ଏଥିସହ ଆଗକୁ ମଧ୍ୟ ଏ ଧାରା ବଜାୟ ରହିବ ବୋଲି ଦୟା ପ୍ରତିକ୍ରିୟାରେ କହିଛନ୍ତି । ଏହି ପ୍ରୋଜେକ୍ଟରେ ଦଲିପ ତାହିଲଙ୍କ ଯୋଗଦାନ ଆମ ଓଡ଼ିଶାକୁ ଖୁବ ଆଗକୁ ନେଇଯିବ ବୋଲି ଦୟା ବିଶ୍ୱାସ ରଖିଛନ୍ତି । ଏଥିସହ ଆଗକୁ ମଧ୍ୟ ଓଡ଼ିଶାର କଳାକାର ରାଜ୍ୟ ବାହାରେ ଏବଂ ରାଜ୍ୟ ବାହାରର କଳାକାର ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ଦ୍ୱାରା ଏକ ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ ବୋଲି ଦୟା କହିଛନ୍ତି ।

Also Read- Ollywood News: ଦର୍ଶକଙ୍କ ମନ ଜିତୁଛି ଜୀ ସାର୍ଥକ ଫିଲ୍ମ୍ସର 'କେମିତି କହିବି ମୁଁ'ର ସମସ୍ତ ଗୀତ

Also Read- Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ