New Odia Movie: ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କଲା ନୂଆ ଚଳଚ୍ଚିତ୍ର ତ୍ରିକନ୍ୟା
Advertisement
Article Detail0/zeeodisha/odisha2147396

New Odia Movie: ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କଲା ନୂଆ ଚଳଚ୍ଚିତ୍ର ତ୍ରିକନ୍ୟା

ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କରିଥିବା ତ୍ରିକନ୍ୟା ନିଶ୍ଚିତ ଭାବେ ଦର୍ଶାକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।

New Odia Movie: ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କଲା ନୂଆ ଚଳଚ୍ଚିତ୍ର ତ୍ରିକନ୍ୟା

New Odia Movie: ଭୁବନେଶ୍ୱର: ଗ୍ୟାଙ୍ଗସ ଅଫ ପୁରୀ ଏବଂ ବାସ୍ତବଧର୍ମୀ ଚଳଚ୍ଚିତ୍ର ପ୍ରତୀକ୍ଷା ବେଶ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନର ରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଥିବା ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା" ବିଶ୍ୱ ମହିଳା ଦିବସ ଉପଲକ୍ଷେ ମୁକ୍ତିଲାଭ କରିଛି। ଭୁବନେଶ୍ୱରସ୍ଥିତ ସ୍ଵାତୀ ସିନେପ୍ଲେକ୍ସ ରେ ଏହାର ପ୍ରିମିଅର ଶୋ' ହୋଇଯାଇଛି।

ଏହି ଅବସରରେ ଉପଦେଷ୍ଟା ସୀମା ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ସହ ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢିଆରୀ, ଗୀତିକାର ସ୍ଥିତ ପଟ୍ଟନାୟକ, ଅଭିନେତା ସୁକାନ୍ତ ରଥ, ପାର୍ଥ ସାରଥୀ, ନିଶାନ୍ତ ମାଜିଥିଆ, ଅମନ, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ନିଭି ଙ୍କ ସମେତ ପ୍ରଯୋଜକ ଅକ୍ଷୟ ପରିଜା, ଗଦାଧର ପୁଟ୍ଟୀ, ପ୍ରଣବ ଦାସ, ସୋନି, ଅବତାର ସିଂହ, ଅତୀଶ କୁମାର ରାଉତ, ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, କୁମାର ହର୍ଷ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀ କୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚି କୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି। ତ୍ରିକନ୍ୟାର କାହାଣୀ ସମ୍ପୂର୍ଣ୍ଣ ନିଆରା। ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ର ର କାହାଣୀ ଗତିଶୀଳ ହୋଇଛି। ଅଭିନୟରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି।

କାହାଣୀ ଓ ଲେଖକ ମାନସ ପଢ଼ିଆରୀ, ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା। ଶ୍ରୀକାନ୍ତ ପଣ୍ଡାଙ୍କ ସହିତ ମିଳିତ ଭାବେ ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚିତ୍ରତ୍ତୋଳନ କରିଛନ୍ତି ଦୀପକ କୁମାର, ରଶ୍ମି ରଞ୍ଜନ ଦାସ ସମ୍ପାଦନା ଏବଂ ଶକ୍ତି ସ୍ୱରୂପ ଦ୍ବିବେଦୀ ସାଉଣ୍ଡ ଡିଜାଇନିଂ କରିଛନ୍ତି। ତ୍ରିକନ୍ୟାରେ ତିନିଟି ଗୀତ ଅଛି। କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡ଼ି. ଅଭିଷେକ, ସଞ୍ଚିତା, ଅବିନାଶ ଦାଶ ଓ ଅନ୍ତରା ଚକ୍ରବର୍ତ୍ତୀ।
 
ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ତାଙ୍କର ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତି କୁ ଗୁରୁତ୍ୱ ଦେଇ ଅନୁପମ ଥିଏଟର ପ୍ରତି ଦର୍ଶକଙ୍କ ଆଗ୍ରହ ବଢେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ତେବେ ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କରିଥିବା ତ୍ରିକନ୍ୟା ନିଶ୍ଚିତ ଭାବେ ଦର୍ଶାକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।