Fighter Teaser: ସାମ୍ନାକୁ ଆସିଲା 'ଫାଇଟର୍' ଟିଜର, ସମୁଦ୍ର କୂଳରେ ହ୍ରିତିକ୍-ଦୀପିକାଙ୍କ ରୋମାନ୍ସ
Advertisement
Article Detail0/zeeodisha/odisha2001027

Fighter Teaser: ସାମ୍ନାକୁ ଆସିଲା 'ଫାଇଟର୍' ଟିଜର, ସମୁଦ୍ର କୂଳରେ ହ୍ରିତିକ୍-ଦୀପିକାଙ୍କ ରୋମାନ୍ସ

Fighter Teaser: ସିଦ୍ଧାର୍ଥ ଆନନ୍ଦଙ୍କ ନୂଆ ଫିଲ୍ମ 'ଫାଇଟର୍'ର ଟିଜର ରିଲିଜ୍ ହୋଇଛି । ଦମଦାର ଆକ୍ସନ ସହିତ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କୁ ଏଥିରେ ଦେଖିବାକୁ ମିଳିଛି । ହ୍ରିତିକ ଏବଂ ଦୀପିକାଙ୍କ କେମେଷ୍ଟ୍ରୀ କେତେ ଦମଦାର ତାହାର ଝଲକ ମଧ୍ୟ ନଜର ଆସିଛି ।

Fighter Teaser: ସାମ୍ନାକୁ ଆସିଲା 'ଫାଇଟର୍' ଟିଜର, ସମୁଦ୍ର କୂଳରେ ହ୍ରିତିକ୍-ଦୀପିକାଙ୍କ ରୋମାନ୍ସ

Fighter Teaser: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ (hrithik roshan) ଏବଂ ଦୀପିକା ପାଦୁକୋନଙ୍କୁ ପସନ୍ଦ କରନ୍ତି ଅନେକ ସିନେପ୍ରେମୀ । ନିଜର ଫିଟନେସ୍ ହେଉ କି ଅଭିନୟ ସବୁକୁ ନେଇ ଅନେକ ସ୍ଥାନରେ ଚର୍ଚ୍ଚା ଆଲୋଚନା ଲାଗି ରହିଥାଏ । ବଡ଼ ପରଦାରେ ହ୍ରିତିକଙ୍କ ସହିତ ଦୀପିକା (deepika padukone)ଙ୍କୁ ଦେଖିବା ପାଇଁ ସିନେପ୍ରେମୀଙ୍କ ମନରେ ଅନେକ ଉତ୍କଣ୍ଠା ରହିଥିଲା । ତେବେ ସେହି ଉତ୍କଣ୍ଠାକୁ ପୂରଣ କରିବା ପାଇଁ ସିନେମା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ବଲିଉଡର ଏହି ଚର୍ଚ୍ଚିତ ଯୋଡିଙ୍କୁ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଫାଇଟରରେ ଏକାଠି କରିଛନ୍ତି । ଏହି ଖବର ବଲିଉଡପ୍ରେମୀଙ୍କୁ ଅନେକ ଖୁସି ଦେବା ସହିତ ସିନେମା ଦେଖିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ବଢାଇଛି ।

ପ୍ରଥମ ଥର ପାଇଁ ବଲିଉଡରେ ଏକ ନୂଆ ପ୍ରକାରର ଫିଲ୍ମ ଫାଇଟର ପ୍ରସ୍ତୁତ କରାଯାଉଛି । ଟିଜରରେ ଏହି ଝଲକ୍ ନିଶ୍ଚିତ ଭାବରେ ଆପଣଙ୍କୁ ସିନେମା ଦେଖିବା ପାଇଁ ଇଚ୍ଛୁକ କରାଇବ । ହ୍ରିତିକ୍, ଦୀପିକା ଏବଂ ଅନିଲ କପୁରଙ୍କ ଫାଇଟର ଅବତାର ମଧ୍ୟ ବହୁତ ଭଲ ଦେଖାଯାଉଛି । କିନ୍ତୁ ଯେଉଁମାନେ ହ୍ରିତିକ ଏବଂ ଦୀପିକାଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ ଦେଖିବାକୁ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ନିର୍ଦ୍ଦେଶକ ସିଦ୍ଧାର୍ଥ ରିଲିଜ୍ ହୋଇଥିବା ଟିଜରରେ କିଛି ସିନ୍ ରଖିଛନ୍ତି।

ଏରିଆଲ୍ ଆକ୍ସନ୍ କେମେଷ୍ଟ୍ରି 'ଫାଇଟର୍'ର ଟିଜରରେ ହ୍ରିତିକ୍ ଏକ ଯୁଦ୍ଧ ବିମାନ ଉଡ଼ାଉଥିବାବେଳେ ଦୀପିକା ସମ୍ପୂର୍ଣ୍ଣ କୌଶଳ ସହିତ ପାହାଡ ମଧ୍ୟରେ ହେଲିକପ୍ଟରକୁ ନିୟନ୍ତ୍ରଣ କରୁଛନ୍ତି। 'ଫାଇଟର୍'ର ଟିଜରରେ ହ୍ରିତିକ୍ ଏବଂ ଦୀପିକାଙ୍କୁ ମଧ୍ୟ ଗୋଟିଏ ଫ୍ରେମରେ ଦେଖି ପ୍ରଶଂସକଙ୍କ ମନ ଖୁବ ଉତ୍ସାହିତ ହୋଇଛି । ଗୋଟିଏ ଫ୍ରେମରେ ଉଭୟେ ୟୁନିଫର୍ମ ପିନ୍ଧି ପ୍ରଣାମ କରୁଥିବା ଦେଖିବାକୁ ମିଳିବ । ଦୁହେଁ କାଜୁଆଲ୍ ପୋଷାକରେ ବାଇକ୍ ଚଳାଉଥିବାର ସିନ୍ ମଧ୍ୟ ରହିଛି । ଏହି ସିନ୍ ଦେଖିବା ପରେ ଆପଣଙ୍କୁ ହଲିଉଡର କ୍ଲାସିକ୍ ଏରିଆଲ୍ ଆକ୍ସନ୍ ଫିଲ୍ମ 'ଟପ୍ ଗନ୍' କଥା ମନେ ପଡିଯିବ ।

ବଲିଉଡର ଏହି ନୂଆ ଯୋଡିଙ୍କ ଦମଦାର କେମେଷ୍ଟ୍ରୀ ରିଲିଜ୍ ହୋଇଥିବା ଟିଜରରୁ ସ୍ପଷ୍ଟ ବାରି ହୋଇ ପଡୁଛି । ଦୁହେଁ ନିଜ କେମେଷ୍ଟ୍ରୀକୁ ଖୁବ ଉଚ୍ଚ ସ୍ତରକୁ ନେଇଛନ୍ତି ବୋଲି କୁହାଯାଉଛି । ଗୋଟିଏ ସିନରେ ଦେଖିବାକୁ ମିଳିଛି ଯେ,  ହ୍ରିତିକ ଏବଂ ଦୀପିକା ସମୁଦ୍ର କୂଳରେ ରୋମାନ୍ସ କରୁଛନ୍ତି । ପୋଷାକ ଦେଖିଲେ ଲାଗୁଛି ଦୁହେଁ ଅନସ୍କ୍ରିନରେ ଖୁବ କମ୍ଫର୍ଟେବଲ ଅଛନ୍ତି । ଟିଜରରେ ଉଭୟଙ୍କ ଚୁମ୍ବନ ଦୃଶ୍ୟ ମଧ୍ୟ ରହିଛି ।

Video- 

ଏଥିସହିତ ସିନେମାର ଗୀତ ମଧ୍ୟ ଖୁବ ଭଲ ହୋଇଛି । କୁହାଯାଉଛି ଉଭୟ ହ୍ରିତିକ ଓ ଦୀପିକା ସିନେମାକୁ ଭଲ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି । ଟିଜର ପରେ ସିନେମାର ଟ୍ରେଲର ମଧ୍ୟ ଆସିବାକୁ ଯାଉଛି, ସେଥିରେ ଆହୁରୀ କିଛି ରାଜ୍ ର ଗୁମର ଫିଟିବ ବୋଲି କୁହାଯାଉଛି । ତେବେ ସିନେମା 'ଫାଇଟର' ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସିନେମାଟି ବକ୍ସ ଅଫିସରେ ଖୁବ୍ ସୁପରହିଟ୍ ହେବବୋଲି ଉଭୟ ନିର୍ମାତା ଓ ସିନେ ସମାଲୋଚକ ଆଶା ରଖିଛନ୍ତି ।

Also Read- ଜୁନିଅର ମେହମୁଦଙ୍କ ସଂଘର୍ଷ ଓ ସଫଳତାର କାହାଣୀ, ୯ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ

Also Read- Goddess Lakshmi: ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ