Neha Kakkar vs Falguni Pathak : ଗୀତକୁ ନେଇ ବିବାଦ, ନେହାଙ୍କୁ ଫାଲଗୁନିଙ୍କ ଟାର୍ଗେଟ, ଆଉ କହିଲେ କିଛି ଏମିତି...
Advertisement
Article Detail0/zeeodisha/odisha1367134

Neha Kakkar vs Falguni Pathak : ଗୀତକୁ ନେଇ ବିବାଦ, ନେହାଙ୍କୁ ଫାଲଗୁନିଙ୍କ ଟାର୍ଗେଟ, ଆଉ କହିଲେ କିଛି ଏମିତି...

Falguni Pathak vs Neha Kakkar : ବିବାଦରେ ଲୋକପ୍ରିୟ ସିଙ୍ଗର ନେହା କକ୍କର (Neha Kakkar) । ୯୦ ଦଶକର ପ୍ରସିଦ୍ଧ ଗୀତ ମେନେ ପାୟାଲ୍‌ ହୈ ଛନକାୟି(Maine Payal Hai Chhankai) କୁ ରିମିକ୍ସ କରି ନୂଆ ଭର୍ସନରେ ଗାଇଛନ୍ତି । ଯାହା ନେହାଙ୍କ ପାଇଁ ଏବେ ସମସ୍ୟା ସୃଷ୍ଟି କରିଛି । 

ସୌଜନ୍ୟ : ସୋସିଆଲ ମିଡିଆ

Falguni Pathak vs Neha Kakkar : ବିବାଦରେ ଲୋକପ୍ରିୟ ସିଙ୍ଗର ନେହା କକ୍କର (Neha Kakkar) । ୯୦ ଦଶକର ପ୍ରସିଦ୍ଧ ଗୀତ ମେନେ ପାୟାଲ୍‌ ହୈ ଛନକାୟି(Maine Payal Hai Chhankai) କୁ ରିମିକ୍ସ କରି ନୂଆ ଭର୍ସନରେ ଗାଇଛନ୍ତି । ଯାହା ନେହାଙ୍କ ପାଇଁ ଏବେ ସମସ୍ୟା ସୃଷ୍ଟି କରିଛି । ଗୀତ ରିଲିଜ୍ ହେବା ପର ଠାରୁ ନେହାଙ୍କୁ ଘୋର ବିରୋଧ କରାଯାଉଛି। ଏପରିକି କିଛି ଫ୍ୟାନ୍ସ ମଧ୍ୟ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। ୟୁଜର୍ସ ନେହା କକ୍କରଙ୍କୁ ଆଇକନିକ୍ ଗୀତ ବରବାଦ କରିଥିବା ଅଭିଯୋଗ କରୁଛନ୍ତି । ଏସବୁ ମଧ୍ୟରେ ଗୀତର ପ୍ରକୃତ ଗାୟିକା ଫାଲଗୁନି ପାଠକ୍ (Falguni Pathak) ମଧ୍ୟ ନେହା କକ୍କରଙ୍କୁ ଟାର୍ଗେଟ କରିଛନ୍ତି । 

ଫାଲଗୁନି ଇନଷ୍ଟାଗ୍ରାମରେ ୟୁଜର୍ସଙ୍କ ଦ୍ୱାରା କରାଯାଇଥିବା ଟ୍ରୋଲ କମେଣ୍ଟ କ୍ରମାଗତ ଭାବରେ ସେୟାର କରୁଛନ୍ତି । ଭେଟେରାନ୍ ଗାୟିକା ନେହା କକ୍କରଙ୍କ ଗୀତ ହେ ସାଜନା ଉପରେ କିଛି କମେଣ୍ଟ ମଧ୍ୟ ଆସିଛି । ଯାହାକୁ ଫାଲଗୁନି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରଖିଛନ୍ତି । ଜଣେ ପ୍ୟାନ୍ସ  ନେହାଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ,  ‘ଆମର ପିଲାଦିନର ସ୍ମୃତି ଏହିପରି ନଷ୍ଟ ହୋଇଯାଉଛି, ଏହକୁ ବନ୍ଦ କରନ୍ତୁ’ । ଏହା ବ୍ୟତୀତ ଅନ୍ୟ ଜଣେ ଲେଖିଥିଲେ ଯେ, ‘ଅନ୍ୟର ଗୀତକୁ ଏପରି ନ କରି ନିଜର ମସ୍ତିସ୍କ ଓ କଳା ବ୍ୟବହାର କରନ୍ତୁ ଯାହା ଆଗାମୀ ଦିନରେ କାମରେ ଆସିବ’ । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ‘ଏହି ପାପ ବନ୍ଦ କର’ । ୯୦ ଦଶକର ମେନେ ପାୟାଲ୍‌ ହୈ ଛନକାୟି ଗୀତ ଗାଇ ଫାଲଗୁନି ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। 

ଏହାବି ପଢନ୍ତୁ : Hollywoodରେ ଆଲିଆଙ୍କ ଏଣ୍ଟ୍ରି : Heart Of Stoneରେ ଆସିଲେ ନଜର,ଦେଖନ୍ତୁ ଭିଡିଓ

 

 

ହେଲେ ନେହା ଏହି ଗୀତକୁ ରିମିକ୍ସ କରି ଗାଇ ଥିବାରୁ ଫାଲଗୁନିଙ୍କ ଫ୍ୟାନସ ଏହାକୁ ନାପସନ୍ଦ କରିଛନ୍ତି । ନିକଟରେ ନେହା କକ୍କର ଫାଲଗୁନି ପାଠକଙ୍କ ସୁପରହିଟ୍ ଗୀତ 'ମେନେ ପାୟଲ ହୈ ଛନକାୟି'ର ରିମେକ୍ କରିଛନ୍ତି । ତାଙ୍କ ଗୀତର ନାମ ହେଉଛି 'ଓ ସଜନା' । ଯାହା ଏକ ନୂଆ ଅବତାର ଏବଂ ମେଲୋଡି ସହିତ ଶ୍ରୋତାଙ୍କ ସାମ୍ନାକୁ ଆସିଛି । ଏହି ଗୀତରେ ନେହା କକ୍କର ଏକ ଡ୍ୟାନ୍ସ ମଧ୍ୟ କରିଛନ୍ତି । ଏହି ମ୍ୟୁଜିକ୍ ଭିଡିଓରେ ଟିଭି ଷ୍ଟାର ପ୍ରିୟଙ୍କା ଶର୍ମା ମଧ୍ୟ ଅଛନ୍ତି । ୯୦ ଦଶକର ପ୍ରସିଦ୍ଧ ମେନେ ପାୟାଲ୍‌ ହୈ ଛନକାୟି ଗୀତଟି ୧୯୯୯ ସମିହାରେ ରିଲିଜ ହୋଇଥିଲା।  ଏଥିରେ ଅଭିନେତା ଭିଭାନ୍ ଭାଟେନା ଓ ନିଖିଲା ପାଲାଟ୍ ଅଭିନୟ କରିଥିଲେ । ସେହି ସମୟରେ ଏହି ଗୀତଟି ବେଶ ହିଟ୍ ମଧ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ଗୀତର ନୂତନ ସଂସ୍କରଣ (music video of 'O Sajna') ରିଲିଜ ହୋଇଛି । ଯେଉଁଥିରେ ପ୍ରିୟଙ୍କା ଶର୍ମା (Priyank Sharma) ଏବଂ ଧନଶ୍ରୀ ବର୍ମା(Dhanashree Verma ) 'ହେ ସଜନା'(O Sajna) ର ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିବା ଦେଖିବାକୁ ମିଳିଛି ।