Mrs Chatterjee Vs Norway: ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ରେ ନଜର ଆସିବେ ରାନୀ, ‘ପଠନ୍’ର ରେକର୍ଡ ଭାଙ୍ଗିବ ଏହି ମୁଭି!
Advertisement

Mrs Chatterjee Vs Norway: ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ରେ ନଜର ଆସିବେ ରାନୀ, ‘ପଠନ୍’ର ରେକର୍ଡ ଭାଙ୍ଗିବ ଏହି ମୁଭି!

Mrs Chatterjee Vs Norway: ବଲିଉଡ଼ ଅଭିନେତ୍ରୀ ରାନୀ ମୁଖାର୍ଜୀ(rani mukerji)। ଦିର୍ଘ ଦିନ ପରେ ବଡ ପରଦାକୁ ଫେରିଛନ୍ତି । ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’(Mrs Chatterjee Vs Norway) ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ଫେବୃଆରୀ ୨୩ ରେ ରିଲିଜ୍ ହୋଇଯାଇଛି। ଏଥିରେ ଏକ ଦମଦା ଭୂମିକାରେ ସେ ଅଭିନୟ କରିଛନ୍ତି। ଏହା ଏକ ସତ ଘଟଣାକୁ ( real story )ନେଇ ଫିଲ୍ମଟି ନିର୍ମାଣ ହୋଇଛି।

ସୌଜନ୍ୟ- ସୋସିଆଲ ମିଡିଆ

Mrs Chatterjee Vs Norway: ବଲିଉଡ଼ ଅଭିନେତ୍ରୀ ରାନୀ ମୁଖାର୍ଜୀ(rani mukerji)।  ଦିର୍ଘ ଦିନ ପରେ ବଡ ପରଦାକୁ ଫେରିଛନ୍ତି । ଚଳିତ ବର୍ଷ  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର  ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’(Mrs Chatterjee Vs Norway) ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ଫେବୃଆରୀ ୨୩ ରେ ରିଲିଜ୍ ହୋଇଯାଇଛି। ଏଥିରେ ଏକ ଦମଦା ଭୂମିକାରେ ସେ ଅଭିନୟ କରିଛନ୍ତି। ଏହା ଏକ ସତ ଘଟଣାକୁ ( real story )ନେଇ ଫିଲ୍ମଟି ନିର୍ମାଣ ହୋଇଛି। ତେବେ,ଫିଲ୍ମଟି ‘ପଠନ୍’ ପରି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଟିମ୍ ।   ଏହି ଫିଲ୍ମଟି ‘ପଠନ୍’ର ରେ ରେକର୍ଡ ଭାଙ୍ଗିବ ବୋଲି ଚର୍ଚ୍ଚା ହେଉଛି ।

ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ , ଦର୍ଶକଙ୍କୁ ଭେଟିଦେବାକୁ ଯାଉଛନ୍ତି ଏକ ସତ୍ୟ ସଂଘର୍ଷର କାହାଣୀ ।  ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’(Mrs Chatterjee Vs Norway) ଫିଲ୍ମଟି ଜଣେ ମାଆର ସଂଘର୍ଷ କାହାଣୀ  ଉପରେ ଆଧାରିତ । ଏକ ପାରିବାରିକ କରୁଣ କାହାଣୀ । ନିଜ ପିଲାକୁ ନିଜ ପାଖରେ ରଖିବା ପାଇଁ କରିବାକୁ ପଡୁଛି ଯୁଦ୍ଧ । ଅଜଣା ଅପରିଚିତ ଏକ ସହରରେ ଯେବେ ମାଆ ଠୁ ନିଜ ପିଲାକୁ ଛଡ଼ାଇ ନିଆଯାଏ,ତାହା ପୁଣି ପିଲାକୁ ଭଲରେ ରଖିପାରୁ ନଥିବା ଅଭିଯୋଗରେ । ଏହାଠୁ କଷ୍ଟକର କ’ଣ ହୋଇପାରେ ।  ଅପକମିଂ ଫିଲ୍ମ ‘ମିସେସ ଚାର୍ଟାଜୀ ଭର୍ସେଲ ନରୱେ’ର ଟ୍ରେଲର ବେଶ ଦମଦାର ହୋଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି। ରାଣୀଙ୍କ ନିଖୁଣ ଅଭିନୟ  ବ୍ୟତୀତ ଅର୍ଣ୍ଣିବାଣ ଭଟ୍ଟାଚାର୍ଯ୍ୟ ଓ ନୀନା ଗୁପ୍ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏକ ଛୋଟ ପରିବାର ଖୁସିରେ ନିଜର ଦୁଇ ପିଲାଙ୍କ ସହ ସମୟ ବିତାଉଥିବାବେଳେ ପରେ ଆରମ୍ଭ ହୋଇଛି ଜଣେ ମାଆର କଷ୍ଟ । ଗୋଟିଏ ଦେଶ ବିରୁଦ୍ଧରେ ଜଣେ ଭାରତୀୟ ମାଆର ଏକାକୀ ଲଢ଼େଇକୁ ଖୁବ ଜୀବନ୍ତ ଭାବେ ରାନୀ ମୁଖାର୍ଜୀ  ଅଭିନୟ କରିଛନ୍ତି  । ଫିଲ୍ମର ନିର୍ଦ୍ଦେଶନା ଭାର ଅସୀମା ଚିବର ସମ୍ଭାଳିଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ୧୭ରେ ‘ମିସେସ ଚାର୍ଟାଜୀ ଭର୍ସେଲ ନରୱେ’ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡିଛି । 

Also Read :  Rakhi Sawant: 'ଆଦିଲ ଉଭୟ ଯୁବକ -ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା'

Also Read : Sridevi Death Anniversary: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ

ଅପରପକ୍ଷେ ମିସେସ ଚାର୍ଟାଜୀ ଭସେସ ନରୱେ ଟ୍ରେଲରକୁ ଦେଖି ବହୁ ବଡ ବଡ ବଲିଉଡ୍ ସେଲିବ୍ରିଟି ମଧ୍ଯ ରାନୀ ମୁଖାର୍ଜୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଏହି ପରିପେକ୍ଷୀରେ କରଣ ଜୋହର ବା କେମିତି ଏହି ସୁଯୋଗକୁ ହାତ ଛଡା କରିବେ। ସେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏହି ଟ୍ରେଲରକୁ ପୁନଃ ସେୟାର କରି, ଲେଖିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଯେତେ ଫିଲ୍ମ ଅଛି ରାନୀଙ୍କର ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ।