Hema Malini Afraid: ସିନ୍ଦେ ସରକାର ଆଗରେ ପ୍ରଥମ ଚ୍ୟାଲେଞ୍ଜ, ଘରୁ ବାହାରିବାକୁ ଡ଼ରୁଛନ୍ତି 'ଡ୍ରିମ୍ ଗାର୍ଲ'
Advertisement
Article Detail0/zeeodisha/odisha1242170

Hema Malini Afraid: ସିନ୍ଦେ ସରକାର ଆଗରେ ପ୍ରଥମ ଚ୍ୟାଲେଞ୍ଜ, ଘରୁ ବାହାରିବାକୁ ଡ଼ରୁଛନ୍ତି 'ଡ୍ରିମ୍ ଗାର୍ଲ'

ଅଭିନେତାରୁ ରାଜନେତ୍ରୀ ପାଲଟିଥିବା ହେମା ମାଳିନି (Hema Malini) ନିଜ ଘରୁ ବାହାରକୁ ଯିବାକୁ ବହୁତ ଡରୁଛନ୍ତି। କିନ୍ତୁ କାହିଁକି? ଭାରତ ଭଳି ବିଶ୍ୱର ଏକ ବୃହତ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଏମିତି କଣ ହେଲା ଯେ, ଜଣେ ସାଂସଦ ନିଜ ଘରୁ ବାହାରିବାକୁ ଭୟ କରୁଛନ୍ତି? 

ଫାଇଲ ଫଟୋ

Hema Malini Afraid: ହେମା ମାଳିନିଙ୍କର କୌଣସି ପରିଚୟ ଆବଶ୍ୟକ ନାହିଁ। ହିନ୍ଦୀ ସିନେମାରେ ନିଜର ଚମତ୍କାର ଅଭିନୟ ଓ ସୌନ୍ଦର୍ଯ୍ୟରେ ହେମା ଲକ୍ଷ ଲକ୍ଷ ହୃଦୟକୁ ଜିତିଛନ୍ତି। ସେଥିପାଇଁ ତାଙ୍କୁ 'ଡ୍ରିମ୍ ଗାର୍ଲ' ବୋଲି କୁହାଯାଏ। ସେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିନାହାଁନ୍ତି, ରାଜନୀତିରେ କିପରି ନିଜର ମତ ପ୍ରକାଶ କରିବେ ତାହାକୁ ମଧ୍ୟ ସେ ଭଲଭାବେ ଜାଣିଛନ୍ତି। ତେବେ ନିକଟରେ ଅଭିନେତ୍ରୀ ମୁମ୍ବାଇକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ମୁମ୍ବାଇ ଏହିପରି ନଥିଲା ଏବଂ ସେଥିପାଇଁ ସେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି।

ଅଭିନେତାରୁ ରାଜନେତ୍ରୀ ପାଲଟିଥିବା ହେମା ମାଳିନି (Hema Malini) ନିଜ ଘରୁ ବାହାରକୁ ଯିବାକୁ ବହୁତ ଡରୁଛନ୍ତି। କିନ୍ତୁ କାହିଁକି? ଭାରତ ଭଳି ବିଶ୍ୱର ଏକ ବୃହତ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଏମିତି କଣ ହେଲା ଯେ, ଜଣେ ସାଂସଦ ନିଜ ଘରୁ ବାହାରିବାକୁ ଭୟ କରୁଛନ୍ତି? ବର୍ତ୍ତମାନର ପରିବେଶ ଦେଖି ନିହାତି ଭାବେ ଆପଣ ଏହାକୁ ହିନ୍ଦୁ ମସଲମାନ ବିବାଦରେ ଯୋଡିବେ, କିନ୍ତୁ ପ୍ରକୃତ ଘଟଣା ଆଉ କଣ ରହିଛି। ବାସ୍ତବରେ ମାୟା ନଗରୀର ଟ୍ରାଫିକ ବ୍ୟବସ୍ଥାକୁ ନେଇ ବିଜେପି ସାଂସଦ ଚିନ୍ତିତ ଅଛନ୍ତି।  ସେ କହିଛନ୍ତି ଯେ ନିକଟରେ ମୀରା ରୋଡରୁ ଜୁହୁ ଯିବାକୁ ତାଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିଲା, ଯେଉଁ କାରଣରୁ ସେ ବିରକ୍ତ ହୋଇଥିଲେ।

Also Read: 'ସିନ୍ଦେ ପାଇଲେ ମୁଖ୍ୟମନ୍ତ୍ରୀ ପଦ, ଫଡନାଭିସଙ୍କ ଜୀବନରେ ଆସିଲା ଭୂକମ୍ପ!'

 

ସୋଲେ ଅଭିନେତ୍ରୀ କହିଛନ୍ତି, 'ମୁଁ ବାସ୍ତବରେ ବାହାରକୁ ଯିବାକୁ ଡରୁଛି, କାରଣ ରାସ୍ତାରେ ବହୁତ ଟ୍ରାଫିକ୍ ରହୁଛି ଏବଂ ଗାଡିମଟର ଯାତାୟାତ ହେଉଛି। ଦିଲ୍ଲୀ ଏବଂ ମଥୁରାରେ ମଧ୍ୟ ବହୁତ ଟ୍ରାଫିକ୍ ଥିଲା, କିନ୍ତୁ ବର୍ତ୍ତମାନ ସେଠାରେ କିଛି ମାତ୍ରାରେ ସ୍ଥିତି ନିୟନ୍ତ୍ରିତ ହୋଇଛି। ସୁଟିଂ ପାଇଁ ଆମେ ଏହି ରାସ୍ତାରେ ବହୁତ ଯାତ୍ରା କରିଛୁ, କିନ୍ତୁ ବର୍ତ୍ତମାନ ଏଥିରେ ଯାତାୟତ କରିବା ବହୁତ କଷ୍ଟକର। ମୁମ୍ବାଇ କଣ ଥିଲା ଏବଂ କଣ ହୋଇଛି।' ମୁମ୍ବାଇର (Mumbai) ଗର୍ଭବତୀ ମହିଳାଙ୍କୁ ନେଇ ମଧ୍ୟ ହେମା ଉଦ୍ବେଗ ପ୍ରକାଶ କରିଛନ୍ତି।

ଯେତେବେଳେ ବର୍ଷା ହୁଏ, ଗ୍ଲାମର ସିଟି ଭାବରେ ଜଣାଶୁଣା ମୁମ୍ବାଇର ଅବସ୍ଥା ଘାଇଲା ହୋଇଯାଏ। ରାସ୍ତା ବର୍ଷା ପାଣିରେ ବୁଡ଼ି ରହିଥାଏ। ଯାହାକୁ ନେଇ ହେମା ମାଳିନି ମଧ୍ୟ ଚିନ୍ତିତ ଅଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ମୁମ୍ବାଇରେ ଟ୍ରାଫିକ ସେବା ଅବସ୍ଥା କ’ଣ ପାଇଁ? ଅଭିନେତ୍ରୀ କହିଛନ୍ତି, 'ମୁଁ କଳ୍ପନା କରିପାରୁ ନାହିଁ ଯେ ଜଣେ ଗର୍ଭବତୀ ମହିଳା କିପରି ଏହି ଖାଲଖମା ରାସ୍ତାରେ ଯାତ୍ରା କରୁଛନ୍ତି। ମୁମ୍ବାଇର ଲୋକଙ୍କ ପାଇଁ ମୁଁ ଚିନ୍ତିତ। ରାସ୍ତାରେ ଜାମକୁ ରୋକିବା ପୋଲିସର କାମ। ଆଜି ମୁଁ ଏହାକୁ ସିଧାସଳଖ ଅନୁଭବ କରିଛି।'

Also Read: ତ୍ରିପୁରା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ସହଯୋଗୀ ଦଳ ଦି'ଫାଳ!

ଏହି ପ୍ରସଙ୍ଗ ଉଠାଇ ଲୋକସଭା ସାଂସଦ, ମହାରାଷ୍ଟ୍ରର ନୂଆ ସରକାରଙ୍କୁ ଅଡୁଆରେ ପକାଇଛନ୍ତି। ପୂର୍ବେ ମହା ବିକାଶ ଅଘାଡି ମେଣ୍ଟ ଶାସନ କ୍ଷମତାରେ ଥିବା ବେଳେ ବର୍ତ୍ତମାନ ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ନେଇ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ସୋମବାର ଫ୍ଲୋର ଟେଷ୍ଟ କରାଯିବ। ଶିବସେନାର ବିଦ୍ରୋହି ବିଧାୟକ ଏକନାଥ ସିନନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ହେବେ। ତେବେ ମହାରାଷ୍ଟ୍ରର ଟ୍ରାଫିକ ସମସ୍ୟା ନୂଆ ସରକରଙ୍କ ପାଇଁ ଏକ ବଡ ଆହ୍ୱାନ ହେବେ।