Manisha Koirala: କାହିଁକି ବିବାହର ୨ ବର୍ଷ ପରେ ମନୀଷାଙ୍କ ହାତ ଛାଡିଥିଲେ ପତି ସମ୍ରାଟ ?
Advertisement
Article Detail0/zeeodisha/odisha1526657

Manisha Koirala: କାହିଁକି ବିବାହର ୨ ବର୍ଷ ପରେ ମନୀଷାଙ୍କ ହାତ ଛାଡିଥିଲେ ପତି ସମ୍ରାଟ ?

Manisha Koirala Depression: ବଲିଉଡ ଅଭିନେତ୍ରୀ ମନୀଷା କୋଏରାଲା । ୯୦ ଦଶକର ଜଣେ ଆଗଧାଢିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ନେପାଳର ରାଜ ପରିବାରରେ ଜନ୍ମ ହୋଇଥିବା ମନୀଷା କୋଏରାଲା ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି ।ମନୀଷା ଜେଜେବାପାଙ୍କ ନାମ ବିଷେଶ୍ବର ପ୍ରସାଦ କୋଏରାଲା । ଯିଏ କି ୧୯୫୦ ମସିହାରୁ ୧୯୬୦ ପର୍ଯ୍ୟନ୍ତ ନେପାଳର ପ୍ରଧାନମନ୍ତ୍ରୀ ଥିଲେ। ଯଦିଓ ବଲିଉଡରୁ ସେ ନିଜକୁ ଦୂରେଇ ରଖିଥିଲେ । କିନ୍ତୁ ବର୍ତ୍ତମାନ ସେ ବଡ ପରଦାକୁ ଫେରୁଛନ୍ତି ।

Manisha Koirala:  କାହିଁକି ବିବାହର ୨ ବର୍ଷ ପରେ ମନୀଷାଙ୍କ ହାତ ଛାଡିଥିଲେ ପତି ସମ୍ରାଟ ?

Manisha Koirala Depression: ବଲିଉଡ ଅଭିନେତ୍ରୀ ମନୀଷା କୋଏରାଲା । ୯୦ ଦଶକର ଜଣେ ଆଗଧାଢିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।  ନେପାଳର ରାଜ ପରିବାରରେ ଜନ୍ମ ହୋଇଥିବା ମନୀଷା କୋଏରାଲା ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି ।ମନୀଷା ଜେଜେବାପାଙ୍କ ନାମ ବିଷେଶ୍ବର ପ୍ରସାଦ କୋଏରାଲା । ଯିଏ କି ୧୯୫୦ ମସିହାରୁ ୧୯୬୦ ପର୍ଯ୍ୟନ୍ତ ନେପାଳର ପ୍ରଧାନମନ୍ତ୍ରୀ ଥିଲେ। ଯଦିଓ  ବଲିଉଡରୁ ସେ  ନିଜକୁ ଦୂରେଇ ରଖିଥିଲେ । କିନ୍ତୁ ବର୍ତ୍ତମାନ ସେ ବଡ ପରଦାକୁ ଫେରୁଛନ୍ତି ।  ବଲିଉଡରେ ମନୀଷାଙ୍କ ଅଭିନୟକୁ ଆଜିବି ପ୍ୟାନ୍ସ ଝୁରି ହେଉଛନ୍ତି । କିନ୍ତୁ ମନୀଷା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯଦି କହିବା ତେବେ, ସେ ନିଜ ବ୍ୟକ୍ତିଗତ ଜୀବନ ଅଶାନ୍ତି ଓ ଦୁର୍ବିଶରେ କଟାଉଛନ୍ତି । ଅଭିନେତ୍ରୀ ତାଙ୍କ ଜୀବନରେ ପ୍ରଥମେ ଛାଡପତ୍ର ହେବା ପରେ ସେ କିଛି ଦିନ ପାଇଁ ଡିପ୍ରେସନରେ ଥିଲେ। ପରେ ସେ କର୍କଟ ରୋଗରେ ପୀଡିତ ହୋଇଗଲେ।  ଫିଲ୍ମ 'ସଞ୍ଜୁ' ସହିତ ଦୀର୍ଘ ବର୍ଷ ପରେ ମନୀଷା ବଡ଼ ପରଦାରେ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ଖୁବ୍ ଶୀଘ୍ର ସେ 'ଶାହେଜାଦା' (Shahzada)  ରେ ଅଭିନୟ କରିବାକୁ ଯାଉଛନ୍ତି।

 ବିବାହର ୨ ବର୍ଷ ପରେ ହୋଇଥିଲା ଛାଡପତ୍ର :
ମନୀଷା କୋଏରାଲା ୨୦୧୦ ମସିହା ଜୁନ ୧୯ରେ ନେପାଳର ବ୍ୟବସାୟୀ ସମ୍ରାଟ ଦହଲ(Nepalese businessman Samrat Dahal) ଙ୍କୁ ବିବାହ କରିଥିଲେ। ଏହି ବିବାହ ୨ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରିଲା ନାହିଁ । ବିବାହର କିଛି ଦିନ ପରେ, ଦୁହିଁଙ୍କ  ମଧ୍ୟରେ ଝଗଡ ଆରମ୍ଭ ହୋଇଥିଲା । ବିବାହର ୬ ମାସ ପରେ ହିଁ ମନୀଷା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲେଖିଥିଲେ ଯେ ତାଙ୍କର ସବୁଠାରୁ ବଡ ଶତ୍ରୁ ହେଉଛି ତାଙ୍କ ସ୍ୱାମୀ,ଯାହାଙ୍କ ସହ ସେ ବଞ୍ଚିବାକୁ ଚାହାଁନ୍ତି ନାହିଁ। ଦୁଇ ବର୍ଷ ମଧ୍ୟରେ ମତଭେଦ ଏତେ ବଢି ଯାଇଥିଲା ଯେ, ମନୀଷା ଛାଡପତ୍ର ନେବାକୁ ଚାହଁ ତୁରନ୍ତ ବିବାହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ବିଚ୍ଛେଦ ସହି ନ ପାରି,ମନୀଷା ନିଜକୁ ଦାୟୀ କରିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ସେ ଶୀଘ୍ର ବିବାହ କରିଥିଲେ।

କର୍କଟରେ ପୀଡିତ ଥିଲେ ଅଭିନେତ୍ରୀ : 

ବିବାହ ବିଚ୍ଛେଦ ପରେ ମନୀଷା କୋଏରେଲାଙ୍କ ଜୀବନରେ ଆଉ ଏକ ଦୁଃଖର କଳାବାଦଲ ଘୋଟି ଆସିଥିଲା। ମନୀଷା ଯେତେବେଳେ ଜାଣିବାକୁ ପାଇଲେ ଯେ, ସେ ଓଭାରି କର୍କଟରେ ପୀଡିତ ସେ ଦୁଃଖରେ ଭାଙ୍ଗି ପଡିଲେ। ୨୦୧୨ରେ ମନୀଷା ଜାଣିବାକୁ ପାଇଲେ ସେ କର୍କଟ ରୋଗରେ ପୀଡିତ । କର୍କଟ ଚିକିତ୍ସା ପାଇଁ ସେ ଦୀର୍ଘ ସମୟ ଧରି ବିଦେଶରେ ଥିଲେ। ପରିଶେଷରେ ଅଭିନେତ୍ରୀ କର୍କଟ ରୋଗରୁ ମୁକ୍ତି ପାଇଥିଲେ । ଏହି ଅଭିନେତ୍ରୀ ଚିକିତ୍ସା ସମୟରେ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଥିଲେ। ଏହି ସମୟରେ ମଧ୍ୟ ସେ ଡିପରେସନକୁ ପଳାଇଥିଲେ।

ଏହାବି ପଢନ୍ତୁ : Shah Rukh Khan Tweet: ଜାଣନ୍ତୁ କିଙ୍ଗ ଖାନଙ୍କ ପ୍ରଥମ ପ୍ରେମିକା କିଏ ? ଫ୍ୟାନ୍ସଙ୍କ ଆଗରେ କଲେ ଖୁଲାସା

ଡିପରେସନରେ ଥିଲେ  ମନୀଷା:
ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେବା ପରେ ମନୀଷା କୋଏରାଲା ତାଙ୍କ ଏହି ବଲିଉଡ ଲାଇଫକୁ ଠିକ୍ ଭାବରେ ସମ୍ଭାଳୀ ପାରିନ ଥିଲେ । ଏବଂ ତାଙ୍କ ଫିଲ୍ମ ଫ୍ଲପ୍ ହେବା ଆରମ୍ଭ ହୋଇଥିଲା । ଲଗାତାର ଫ୍ଲପ୍ ଚଳଚ୍ଚିତ୍ର ଯୋଗୁଁ ମନୀଷା ଡିପ୍ରେସନକୁ ଆସିଯାଇଥିଲେ । ପରେ ସିଗାରେଟ୍ ଏବଂ ମଦ୍ୟପାନରେ ଅଭ୍ୟସ୍ତ ହୋଇଗଲେ। ଏପରିକି, ମନୀଷା ଡ୍ରଗ୍ସ ନେବା ମଧ୍ୟ ଆରମ୍ଭ କରିଥିଲେ, ଯାହା ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଥିଲା। ଉଦାସୀନତା ହେତୁ ତାଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ତା’ପରେ ହଠାତ୍ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା ଏବଂ ଏହା ଜଣାପଡିଲା ଯେ ତାଙ୍କର ଓଭାରି କ୍ୟାନ୍ସର ହୋଇଛି। ଆଜି ଅଭିନେତ୍ରୀ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ଏକ ସୁସ୍ଥ ଜୀବନ ବିତାଉଛନ୍ତି।