Alia Ranbir Baby: ଆଲିଆଙ୍କ ମାଆ ହେବା ଖବର ଶୁଣି କାହିକିଁ ଭାବ ବିହ୍ବଳ ହୋଇଗଲେ ମହେଶ, ଜାଣନ୍ତୁ କାରଣ
Advertisement

Alia Ranbir Baby: ଆଲିଆଙ୍କ ମାଆ ହେବା ଖବର ଶୁଣି କାହିକିଁ ଭାବ ବିହ୍ବଳ ହୋଇଗଲେ ମହେଶ, ଜାଣନ୍ତୁ କାରଣ

Alia Ranbir Baby: ପିତାମାତା ହୋଇଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ଏନେଇ କପୁର ପରିବାରରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଏହି କପୁଲଙ୍କୁ ଶୁଭେଚ୍ଛା ଜଣାଇଛି ପୁରା ବଲିଉଡ୍ ଇଣ୍ତଷ୍ଟ୍ରି। ଗତକାଲି ଅର୍ଥାତ୍, ନଭେମ୍ବର ୬ରେ ଆଲିଆ ଭଟ୍ଟ ମିୁମ୍ବାଇ ସ୍ଥିତ ରିଲାଏନ୍ସ ହସପିଟାଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Alia Ranbir Baby: ପିତାମାତା ହୋଇଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର ।  ଏନେଇ କପୁର ପରିବାରରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଏହି କପୁଲଙ୍କୁ ଶୁଭେଚ୍ଛା ଜଣାଇଛି ପୁରା ବଲିଉଡ୍ ଇଣ୍ତଷ୍ଟ୍ରି। ଗତକାଲି ଅର୍ଥାତ୍, ନଭେମ୍ବର ୬ରେ ଆଲିଆ ଭଟ୍ଟ ମିୁମ୍ବାଇ ସ୍ଥିତ ରିଲାଏନ୍ସ ହସପିଟାଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।  ଏହି ଖବର ଶୁଣିଲା ପରେ ଆଲିଆଙ୍କ ପିତା, ମହେଶ ଭଟ୍ଟ ଅଧିକ ଭାବପ୍ରବଣ ହୋଇ ପଡିଥିଲେ। 

ଆଲିଆଙ୍କ ପିତା ମହେଶ ଭଟ୍ଟ କାହିଁକି ହେଲେ ଭାବ ପ୍ରବଣ, ଜାଣନ୍ତୁ କାରଣ :

ଆଲିଆ ଭଟ୍ଟ ମାଆ ହେବାର ଖବର ପାଇବା ପରେ ଗଣମାଧ୍ୟମ ଆଗରେ ନିଜର ଖୁସି ବ୍ୟକ୍ତ କରିଥିଲେ ମହେଶ ଭଟ୍ଟ । ସେ କହିଥିଲେ, 'ମୁଁ ସେହି ସମୟରେ ଏତେ ଖୁସି ଥିଲି ଯେ, ମୁଁ ଏହି ଖୁସିକୁ ଶବ୍ଦରେ ପ୍ରକାଶ କରି ପାରିବି ନାହିଁ । ଏହି ଶିଶୁ କନ୍ୟା ରଣବୀର ଏବଂ ଆଲିଆଙ୍କୁ ପରସ୍ପରକୁ ଆହୁରୀ ନିକଟତର କରିବ । ଏହା ଉଭୟଙ୍କ ପାଇଁ ଏବଂ ପରିବାର ପାଇଁ ଏକ ଅମୂଲ୍ୟ ମୁହୂର୍ତ୍ତ ଥିଲା । ମୋତେ ଲାଗୁଛି, ଯେପରି ଗତକାଲି ଆଲିଆ ଏକ ଛୋଟ ଝିଅ ଥିଲା, ଯିଏ ମୋ କୋଳରେ ଖେଳୁଥିଲା, ସେ ଆଜି ଜଣେ ଝିଅର ମାଆ ହୋଇପାରିଛି ।

ଆଲିଆଙ୍କ ବିଷୟରେ କ'ଣ କହିଲେ ମହେଶ ଭଟ୍ଟ :
ମହେଶ ଭଟ୍ଟ ଗଣମାଧ୍ୟମକୁ କହିଛନ୍ତି ଯେ, 'ଯେତେବେଳେ ମୁଁ ମୋ ପତ୍ନୀ ସୋନିଙ୍କ ଠାରୁ କଲ ପାଇଲି । ଏବଂ ସେ କହିଥିଲେ 'ଆଲିଆ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛି । ସେତେବେଳେ ମୁଁ ଏତେ ଖୁସି  ଥିଲି ଯେ, ତାହାକୁ ମୁଁ ଭାଷାରେ ପରିପ୍ରକାଶ କରିପାରିବି ନାହିଁ । ସେତେବେଳେ ମୋତେ ଅନୁଭବ ହେଉଥିଲା, ମୁଁ ଏକ ଭାବନାରେ ହଜି ଯାଇଛି । ଏହି ଖବର ଶୁଣି । ଆଉ ସେତେବେଳେ ମୋତେ ଅନୁଭବ ହୋଇଥିଲା ଯେ, ସାନ ପିଲା ଥିବା ଆଲିଆ କେତେ ଜଲଦି ବଡ ହୋଇଗଲା।  

ଏହାବି ପଢନ୍ତୁ : Urfi Javed: 'ଭଉଣୀ ଦୟାକରି କପଡା ପିନ୍ଧି ରାସ୍ତାକୁ ଆସ'

ଏହାବି ପଢନ୍ତୁ : Kangana Ranaut: ଏଲୋନ୍ ମସ୍କଙ୍କୁ ତେଲ ମାରୁଛନ୍ତି କଙ୍ଗନା ! ଜାଣନ୍ତୁ କାହିଁକି ?

ଚଳିତ ବର୍ଷ ଅପ୍ରିଲରେ ହୋଇଥିଲା ଆଲିଆ ରଣବୀରଙ୍କର ହୋଇଥିଲା ବିବାହ :

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଚଳିତ ବର୍ଷ ,ଏପ୍ରିଲ ୧୪ରେ ବିବାହ କରିଥିଲେ। ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଏହି ବିବାହ ହୋଇଥିଲା। ଏହି ଲବବାର୍ଡ, ପରପ୍ପରକୁ ୨୦୧୮ରୁ ଡେଟିଂ କରିବା ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟରେ ଭେଟିଥିଲେ। ଚାରି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।