Madhuri Dixit Property : ମୁମ୍ବାଇରେ ଆପାର୍ଟମେଣ୍ଟ କିଣିଲେ ମାଧୁରୀ,ଦାମ ଶୁଣିଲେ ଉଡିଯିବ ହୋସ୍
Madhuri Dixit Property: ବିଟାଉନର ସେଲିବ୍ରେଟିମାନେ ଅଭିନୟ ଅପେକ୍ଷା ନିଜ ପ୍ରପର୍ଟି(Property) କିଣାବିକାକୁ ନେଇ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ସେ ଖିଲାଡି କୁମାର ହୁଅନ୍ତୁ କି ସୈଫ୍ ଅଲ୍ଲୀ ଖାନ୍ । ଆଉ ଏବେ ଏହି ତାଲିକାର ଧକ୍ ଧକ୍ ଗାର୍ଲ ମାଧୁରୀଙ୍କ ନାଁ ମଧ୍ୟ ଯୋଡି ହୋଇଛି ।
Trending Photos

Madhuri Dixit Property: ବିଟାଉନର ସେଲିବ୍ରେଟିମାନେ ଅଭିନୟ ଅପେକ୍ଷା ନିଜ ପ୍ରପର୍ଟି(Property) କିଣାବିକାକୁ ନେଇ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ସେ ଖିଲାଡି କୁମାର ହୁଅନ୍ତୁ କି ସୈଫ୍ ଅଲ୍ଲୀ ଖାନ୍ । ଆଉ ଏବେ ଏହି ତାଲିକାର ଧକ୍ ଧକ୍ ଗାର୍ଲ ମାଧୁରୀଙ୍କ ନାଁ ମଧ୍ୟ ଯୋଡି ହୋଇଛି । ଶୁଣିବାକୁ ମିଳୁଛି ଯେ, ମାଧୁରୀ ଦିକ୍ଷିତ ଏବେ ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ମାଧୁରୀଙ୍କର ଏହି ଆପାର୍ଟମେଣ୍ଟ ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଅବସ୍ଥିତ ୫୩ ତମ ମହଲାରେ ଅଛି। ରିପୋର୍ଟ ଅନୁଯାୟୀ, ମାଧୁରୀ ଦୀକ୍ଷିତ ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟର ମୂଲ୍ୟ ୪୮ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ସମ୍ପତ୍ତିଗୁଡିକ ଇଣ୍ଡିଆବୁଲସ୍ ବ୍ଲୁ ପ୍ରୋଜେକ୍ଟରେ ଅଛି ଏବଂ ଏହା ୨୮ ସେପ୍ଟେମ୍ବର ୨୦୨୨ ରେ ପଞ୍ଜୀକୃତ ହୋଇଥିଲା। ମାଧୁରୀର ଏହି ଆପାର୍ଟମେଣ୍ଟ ୫୩ ତମ ମହଲାରେ ୫୩୮୪ ବର୍ଗଫୁଟ ରହିଛି। ଏହା ବ୍ୟତୀତ ଏଥିରେ ୭ଟି କାର ପାର୍କିଂ କରାଯାଇପାରିବା ଭଳି ବ୍ୟବସ୍ଥା ମଧ୍ୟ ହୋଇଛି।
ଅନ୍ୟପଟେ, ମାଧୁରୀ ୱର୍ଲିର ଇଣ୍ଡିଆବୁଲ୍ସ ବ୍ଲୁ ବିଲଡିଂରେ ଲିଜ୍ରେ ନେଇ ଏହି ସମ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ଏହି ସମ୍ପତ୍ତି ୨୯ ତମ ମହଲାରେ ଅଛି ଏବଂ ଏଥିପାଇଁ ମାଧୁରୀ ୩କୋଟି ଟଙ୍କା ଜମା କରିଛନ୍ତି। ଯାହା ପ୍ରତିବର୍ଷ ୫ ପ୍ରତିଶତ ବୃଦ୍ଧି ପାଇବ। ଏହି ସମ୍ପତ୍ତି ୫୫୦୦ ବର୍ଗଫୁଟ ଉପରେ ବିସ୍ତାର ହୋଇଛି । କହିବାକୁ ଗଲେ ଗତ ବର୍ଷ ଅକ୍ଟୋବରରେ ମାଧୁରୀ ଦୀକ୍ଷିତ ତିନି ବର୍ଷ ପାଇଁ ମୁମ୍ବାଇରେ ଏକ ଘର ଭଡା ନେଇଥିଲେ। ମାଧୁରୀ ଭଡା ଘର ପାଇଁ ମାସକୁ ୧୨.୫ ଲକ୍ଷ ଟଙ୍କା ଭଡା ଦେଉଥିଲେ। ଯଦି ଆମେ ମାଧୁରୀଙ୍କ କାମର କଥା କହିବା, ତେବେ ମାଧୁରୀଙ୍କ ତାଙ୍କ ଆଗାମୀ ଆମାଜନ ପ୍ରାଇମ ଭିଡିଓ ଅରିଜିନାଲ 'ମଜା ମା' କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହାର ଗୀତ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏହା ବ୍ୟତିତ ମାଧୁରୀଙ୍କୁ କେତେକ ରିଏଲିଟି ଶୋରେ ଜଜର ଦାୟିତ୍ବ ତୁଲାଉଛନ୍ତି । ଯେପରିକି ଝଲକତିକ ଲାଜା, ଡ୍ୟାନ୍ସ ଡିଓ୍ବାନେ ଭଳି ରିଏଲିଟି ଶୋରେ ସେ ଜଜ ରହିଛନ୍ତି ।
ଏହାବି ପଢନ୍ତୁ : Bipasha Basu Maternity Diaries : ବେବି ବମ୍ପର ସୁନ୍ଦର ଫଟୋ ସେୟାର କଲେ ବ୍ଲାକ ବିୟୁଟି
ନିକଟରେ ଅକ୍ଷୟ କୁମାର ମଧ୍ୟ ତାଙ୍କ ସମ୍ପତ୍ତି ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ । ଗାୟକ ଅର୍ମାନ୍ ମଲ୍ଲିକ(Armaan Malik ) ଓ ଅମାଲ ମଲ୍ଲିକ (Amaal Malik)ଙ୍କ ପିତା ଡବୁ ମଲ୍ଲିକଙ୍କୁ ସମ୍ପତ୍ତି ବିକ୍ରି କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଅନ୍ଧେରି ୱେଷ୍ଟରେ(Andheri West property) ଥିବା ତାଙ୍କର ଗୋଟିଏ ଆପାର୍ଟମେଣ୍ଟକୁ ଡବୁ ମଲ୍ଲିକଙ୍କୁ ବିକ୍ରି କରିଛନ୍ତି । କୁହାଯାଉଛି ଯେ ଅକ୍ଷୟ କୁମାର ଏହି ଆପାର୍ଟମେଣ୍ଟକୁ ୪.୧୨ କୋଟିରେ କିଣିଥିବାବେଳେ ଏହାକୁ ସେ ୬ କୋଟିରେ ବିକ୍ରି କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର ଏବଂ ଡବୁ ମଲିକଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଅଗଷ୍ଟ୧୨ରେ କରାଯାଇଥିଲା। ଏହି ଆପାର୍ଟମେଣ୍ଟଟି ୧,୨୮୧ ବର୍ଗଫୁଟ ଏବଂ ୫୯ ବର୍ଗଫୁଟର ଏକ ବାଲକୋନି ଏରିଆ ଅଛି ।
More Stories