Lata Mangeshkar: ସୁର ସାମ୍ରାଜ୍ଞୀଙ୍କ ନାଁ କାହିଁକି ରଖାଯାଇଛି ‘ଲତା’ ? ଜାଣନ୍ତୁ ଏହାର କାରଣ
Advertisement

Lata Mangeshkar: ସୁର ସାମ୍ରାଜ୍ଞୀଙ୍କ ନାଁ କାହିଁକି ରଖାଯାଇଛି ‘ଲତା’ ? ଜାଣନ୍ତୁ ଏହାର କାରଣ

Lata Mangeshkar Death Anniversary: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଭାରତୀୟ ସଙ୍ଗୀତ ଜଗତରେ ସେ ଜୀବନ୍ତ କିମ୍ବଦନ୍ତୀ ଥିଲେ। ଲତାଙ୍କ କଣ୍ଠରେ ଯାଦୁ ଥିଲା। ତାଙ୍କ ସ୍ବରରେ ସେ ସମଗ୍ର ଭାରତବାସୀଙ୍କୁ ମୁଗ୍ଧ କରୁଥିଲେ । ଆଜି ଏହି ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କୁ ଏହି ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

Lata Mangeshkar Death Anniversary: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଭାରତୀୟ ସଙ୍ଗୀତ ଜଗତରେ ସେ ଜୀବନ୍ତ କିମ୍ବଦନ୍ତୀ ଥିଲେ। ଲତାଙ୍କ କଣ୍ଠରେ ଯାଦୁ ଥିଲା। ତାଙ୍କ ସ୍ବରରେ ସେ ସମଗ୍ର ଭାରତବାସୀଙ୍କୁ ମୁଗ୍ଧ କରୁଥିଲେ । ଆଜି ଏହି ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କୁ ଏହି ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୀନନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ଥିଏଟର କଳାକାର ଥିଲେ । ଜନ୍ମ ସମୟରୁ ଲତାଙ୍କ ନାମ ହେମା ଦିଆଯାଇଥିଲା। ତାଙ୍କ ପିତା ‘ଭାବବନ୍ଧନ’ ନାମକ  ଏକ ନାଟକରେ  ମହିଳା ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ଚରିତ୍ରର ନାମ ଥିଲା ଲତିକା। ଏହି ଲତିକା ନାମରୁ ପ୍ରେରିତ ହୋଇ  ନିଜ ବଡ଼ଝିଅର ନାମ ଲତା ରଖିଥିଲେ ଦୀନନାଥ ।

ଏହାବି ପଢନ୍ତୁ : HBD Abhishek Bachchan: ଫଟୋରେ ଖବର, ଅଭିନେତା ହେବା ପୂର୍ବରୁ ବୀମା ଏଜେଣ୍ଟ ଥିଲେ ଅଭିଷେକ

ଏହାବି ପଢନ୍ତୁ : Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’

ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ଘରେ ଥିଲା ସଂଗୀତର ମାହୋଲ୍। ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର । ଉଲ୍ଲେଖଯୋଗ୍ୟ, ଲତାଙ୍କ ଭଉଣୀ ଆଶା ଭୋଁସଲେ ଜଣେ ବିଶିଷ୍ଟ ଗାୟିକା ହୋଇଥିବ‌ା ବେଳେ ଅନ୍ୟ ଭଉଣୀ ଉଷା ମଙ୍ଗେସକର ସଂଗୀତ ନିର୍ଦ୍ଦେଶିକା। ଆଶା ଓ ଉଷାଙ୍କର ମଧ୍ୟ ଭାରତୀୟ ଚଳଚ୍ଚିତ୍ର ସଂଗୀତକୁ ଉଲ୍ଲେଖନୀୟ ଅବଦାନ ରହିଛି। ଲତାଙ୍କ ସାନଭାଇ ପଣ୍ଡିତ ହୃଦୟନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞ ହେବା ସହ ସଂଗୀତ ନିର୍ଦ୍ଦେଶକ ମଧ୍ୟ।

ପିତାଙ୍କ ମୃତ୍ୟୁ ପରେ ଲତାଙ୍କୁ ବିଭିନ୍ନ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ନବଯୁଗ ଚିତ୍ରପଟ୍ଟ ଚଳଚ୍ଚିତ୍ର କମ୍ପାନି ସ୍ବତ୍ବାଧିକାରୀ ବିନାୟକ ଦାମୋଦର କରର୍ଣ୍ଣାଟକୀ। କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ୍‌ ହୈଦର୍ ଲତାଙ୍କ ପ୍ରତିଭାକୁ ପରଖି ଥିଲେ ଓ ତାଙ୍କୁ ବଲିଉଡ୍‌ର କଣ୍ଠଶିଳ୍ପୀ ହେବାକୁ ପ୍ରେରଣା ଦେଇଥିଲେ। ଏକଦା ୧୯୪୮ ମସିହାର ଚଳଚ୍ଚିତ୍ର ‘ସହିଦ’ର ନିର୍ମାଣ ଚାଲିଥିବା ବେଳେ ଏହାର ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହ ଲତାଙ୍କୁ ଗୁଲାମ୍‌ ହୈଦର ପରିଚୟ କରାଇଥିଲେ। 

କିନ୍ତୁ ଲତାଙ୍କ ସ୍ବର ଖୁବ୍‌ ପତଳା କହି ଶଶଧର ଲତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହି ସମୟରେ ଗୁଲାମ୍‌ ହୈଦର କହିଥିଲେ, ଆଉ କିଛି ବର୍ଷ ପରେ ସମସ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଯାହାକୁ ନିଜ ଚଳଚ୍ଚିତ୍ରରେ ଗାଇବାକୁ ଭିକ୍ଷା ମାଗିବେ, ତାଙ୍କ ଗୋଡ଼ ଧରିବେ; ଏ ହେଉଛନ୍ତି ସେହି କଣ୍ଠଶିଳ୍ପୀ। ଶେଷରେ ତାହା ହିଁ ହୋଇଥିଲା।  ଗୁଲାମ୍‌ ହୈଦରଙ୍କୁ ନିଜ ଗଡ୍‌ଫାଦର ଭାବେ ସ୍ବୀକାର କରନ୍ତି ଲତା। ଗୁଲାମ୍‌ ହୈଦର ଲତାଙ୍କୁ ତାଙ୍କ ଜୀବନର ପ୍ରଥମ ବଡ଼ ସୁଯୋଗ ଦେଇଥିଲେ। ୧୯୪୮ ମସିହାର ‘ମଜବୁର୍‌’ ଚଳଚ୍ଚିତ୍ରର ‘ଦିଲ୍‌ ମେରା ତୋଡ଼ା… ମୁଝେ କହିଁ କା ନା ଛୋରା…’ ଗୀତ ଲତାଙ୍କୁ ସଫଳତାର ସ୍ବାଦ ଚଖାଇଥିଲା। 

 ସେହି ଦିନ ଠାରୁ ଲତା ସଙ୍ଗୀତକୁ ପେଶା କରି ଆଗକୁ ବଢ଼ିଲେ। କେବଳ ହିନ୍ଦୀ ନୁହେଁ,୩୬ଟି ଭାଷାରେ ଲତା ଗୀତ ଗାଇଛନ୍ତି। ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୧ରେ ସେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦା ସାହେବ ଫାଲ୍‌କେ ଓ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ଲତାଜୀ ନିଜ ଜୀବନକାଳରେ ହଜାର ହଜାର ଗୀତ ରେକର୍ଡ କରିଛନ୍ତି। କିମ୍ବଦନ୍ତୀ ଗାୟିକା ଲତା ୨୦୨୨ ଜାନୁୟାରୀରେ କରୋନାରେ ସଂକ୍ରମିତ ହୋଇ ମୁମ୍ବଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟରରେ ଥିବା ଲତାଜୀ ଫେବୃୟାରୀ ୬ ତାରିଖରେ ଆଖି ବୁଜିଥିଲେ।