Pintu Nanda Last Rites: ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ, ସ୍ବର୍ଗଦ୍ବାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ
Advertisement

Pintu Nanda Last Rites: ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ, ସ୍ବର୍ଗଦ୍ବାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

Pintu Nanda Last Rites: ଆଉ ନାହାନ୍ତି ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ(Pintu Nanda) । ଆଜି ହେବ ଅନ୍ତିମ ସଂସ୍କାର। ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ ସମ୍ପନ୍ନ (Pintu Nanda Last Rites)। ଗୁରୁବାର ବିଳମ୍ବିତ ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର। ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରାତିରେ ରଖାଯାଇଥିଲା।

ସୌଜନ୍ୟ- ସୋସିଆଲ ମିଡ଼ିଆ

Pintu Nanda Last Rites: ଆଉ ନାହାନ୍ତି ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ(Pintu Nanda) ।  ଆଜି ହେବ ଅନ୍ତିମ ସଂସ୍କାର। ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ ସମ୍ପନ୍ନ (Pintu Nanda Last Rites)। ଗୁରୁବାର ବିଳମ୍ବିତ ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର।  ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରାତିରେ ରଖାଯାଇଥିଲା। ଏବଂ ଆଜି ସକାଳେ  ସେହି ଘରୋଇ ମେଡ଼କାଲରେ ବ୍ୟବଚ୍ଛେଦ କରାଯାଇଛି।  ଏବଂ ଶବ ବ୍ୟବଚ୍ଛେଦ ପରେ ଆଜି ତାଙ୍କ ଭୁବନେଶ୍ବର ସ୍ଥିତ କଳାରାହାଙ୍ଗ ବାସଭବନ ଅଭିମୁଖେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି । ସେଠାରେ ବନ୍ଧୁ ପରିଜନ ସହ ସାଥୀ କଳାକାର ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ବାସଭବନରେ ଶେଷ ଦର୍ଶନ ପରେ ଆଚାର୍ଯ୍ୟ ବିହାର ଠାରେ ଥିବା ତାଙ୍କର ଏକ ଚା ଖଟିକୁ ନିଆଯିବ। ସେଠାରୁ ସିଧା ଶେଷ କୃତ୍ୟ ପାଇଁ ତାଙ୍କୁ ପୁରୀ (Puri)ସ୍ବର୍ଗଦ୍ବର(Swargadwar) ନିଆଯିବ।

ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା (Pintu Nanda Passes Away)। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା। ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡିଲା ପରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଥିଲା ।

Also Read :  Pintu Nanda Passes Away: ଅଭିନେତା ପିଣ୍ଟୁ ନନ୍ଦଙ୍କ ନିଧନ, ଓଡ଼ିଆ ସିନେ ଜଗତରେ ଶୋକର ଛାୟା

Also Read : Rakhi Sawant: ଲାଇଭ୍ ଆସି ସ୍ବାମୀଙ୍କ ପୋଲ୍ ଖୋଲିଲେ ରାକ୍ଷୀ, 'କହିଲେ ଆଦିଲ୍ ମୋତେ ବରବାଦ କରିଛି'

ବ୍ୟକ୍ତିଗତ ଜୀବନ ଓ କ୍ୟାରିୟର:

୧୯୭୭ ମସିହାରେ ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିଲେ ପିଣ୍ଟୁ ନନ୍ଦ। ଆଲବମ୍ ଓ ଟେଲିଫିଲ୍ମରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ୧୮ ବର୍ଷ ବୟସ ହୋଇଥିବା ବେଳେ ୧୯୯୬ର ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି –‘ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ଓ ରୁମ୍‌କୁ ଝୁମା(୨୦୧୩), ରଙ୍ଗ୍ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬) ଇତ୍ୟାଦି ।

ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନି‌ର୍ଦେଶକଙ୍କ ସହ କାମ କରିଛନ୍ତି । ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର, ସଂଗ୍ରାମ ବିଶ୍ବାଳ, ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି । ପିଣ୍ଟୁ ନନ୍ଦ କେତେବେଳେ ନାୟକର ସାଥୀ ତ କେତେବେଳେ ଖଳନାୟକ ଓ ଆଉ କେତେବେଳେ କମେଡିଆନ୍ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଂଜନ କରିଛନ୍ତି। ସେ ଆଲବମ୍ ଏ ଗଉରାରୁ ଲୋକଲୋଚନକୁ ଆସିଥିଲେ । ତାଙ୍କ ବିୟୋଗରେ ଶୋକରେ ବୁଡିଯାଇଛି ଓଲିଉଡ। ସିନେପ୍ରେମୀ ଓ ପ୍ରଶଂସକ ସ୍ତବ୍ଧ । ଏତେ ଅଳ୍ପ ବୟସରେ ପିଣ୍ଟୁ ଯେ ଚାଲିଯିବେ,ତାହା ହୁଏତ କେହି ଭାବି ନଥିଲେ ।