Rashmika Mandanna: କାହିଁକି ସବୁଦିନ ନିଜ ଚାକରାଣୀଙ୍କ ପାଦ ଛୁଅଁନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା, ଜାଣନ୍ତୁ କାରଣ
Advertisement

Rashmika Mandanna: କାହିଁକି ସବୁଦିନ ନିଜ ଚାକରାଣୀଙ୍କ ପାଦ ଛୁଅଁନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା, ଜାଣନ୍ତୁ କାରଣ

Rashmika Mandanna Life Story In Odia:: ମୋର ଚାରିପାଖରେ ରେ ଥିବା ସମସ୍ତଙ୍କ ପାଇଁ ମୋର କେବଳ ଭଲ ପାଇବା ଅଛି, ଯେଉଁମାନଙ୍କ ସହିତ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରିଛି, ସେମାନଙ୍କୁ ମୁଁ ସର୍ବଦା ପ୍ରଶଂସା କରେ। ମୁଁ କଠିନ ପରିଶ୍ରମ ଜାରି ରଖିବି ଏବଂ ଆପଣଙ୍କ ପାଇଁ ଭଲ କରିବି। କାରଣ ମୁଁ ଯେପରି କହିଥିଲି, ଆପଣମାନଙ୍କୁ ଖୁସି କରିବା ମୋତେ ଖୁସି କରେ। ଆମେ ସମସ୍ତେ ଆମର ଯଥାସମ୍ଭବ ଚେଷ୍ଟା କରୁଛୁ। ଧନ୍ୟବାଦ କହି ”ଅଭିନେତ୍ରୀ ଶେଷ କରିଥିଲେ।

Rashmika Mandanna: କାହିଁକି ସବୁଦିନ ନିଜ ଚାକରାଣୀଙ୍କ ପାଦ ଛୁଅଁନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା, ଜାଣନ୍ତୁ କାରଣ

Rashmika Mandanna Life Story In Odia:: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ କିଏ ବା ନଜାଣନ୍ତି ।  ନିଜର ହଟ ଲୁକ୍ ସହ ସେକ୍ସି ଏକ୍ସପ୍ରେସନ ପାଇଁ ତାଙ୍କୁ ନ୍ୟାସନାଲ କ୍ରସ ଭାବେ ବିବେଚନା କରାଯାଉଛି। କେବଳ ଆମ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଆଜିର ଯୁବପୀଢୀ ରଶ୍ନିକା ମନ୍ଦାନାଙ୍କ ପାଇଁ ପୂରା ପାଗଳ । ଏହି ସାଉଥ ଅଭିନେତ୍ରୀ ଜଣଙ୍କ ବଲିଉଡ ଓ ଟଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଅନେକ ଆୱାର୍ଡର ମଧ୍ୟ ହକଦାର ହୋଇଛନ୍ତି ରଶ୍ମିକା ମନ୍ଦାନା। ନିକଟରେ ରିଲିଜ ହୋଇଥିବା ଭାରିସୁ ଫିଲ୍ମ ଏତେଟା ସଫଳତା ହାତେଇନଥିଲେ ମଧ୍ୟ ରଶ୍ମିକାଙ୍କ କ୍ୟାରେକ୍ଟରକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । 

ହେଲେ ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ନିଜ ମନ ଖୋଲି କଥା କହିଛନ୍ତି । ଏମିତି ଏକ କଥା ଯାହା ଜାଣି ତାଙ୍କ ଫ୍ୟାନ୍ସ ମାନେ ଖୁସି ବ୍ୟକ୍ତ କରିଛନ୍ତି । ରଶ୍ମିକା ମନ୍ଦାନା କହିଛନ୍ତି ଯେ, ଯେତେବେଳେ ସେ ସୁଟିଂ ସାରି ଘରକୁ ଫେରନ୍ତି ସେତେବେଳେ ତାଙ୍କୁ ସ୍ୱାଗତ କରିବାକୁ ପୂରା ଘର ଲୋକ ଏକାଠି ହୁଅନ୍ତି । ଏହାସହ ସେ କହିଛନ୍ତି ଯେ, ଯେତେବେଳେ ସମସ୍ତଙ୍କୁ ଘରେ ଦେଖନ୍ତି ସେ ସମସ୍ତଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି ତାଙ୍କ ଆଶୀର୍ବାଦ ନିଅନ୍ତି । କେବଳ ଏତିକି ନୁହେଁ ରଶ୍ମିକା ତାଙ୍କ ଘରେ କାମ କରୁଥିବା ସହାୟିକା ଅର୍ଥାତ ଚାକରାଣୀକୁ ମୁଣ୍ଡିଆ ମାରିବାକୁ ଭୁଲନ୍ତି ନାହିଁ। ତାଙ୍କୁ ଏମିତି କରି ଖୁସି ମିଳିଥାଏ ବୋଲି ରଶ୍ମିକା ମନ୍ଦାନା କହିଛନ୍ତି। 

ଯେତେବେଳେ ରଶ୍ମିକାଙ୍କୁ ଏହି କଥାର କାରଣ ପଚରାଯାଇଥିଲା ସେ କହିଥିଲେ ଯେ, ମୁଁ କେବେ ବି କୌଣସି ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଇବାକୁ ପସନ୍ଦ କରେନି । ମୋ ପାଇଁ ସମସ୍ତେ ଏକ୍ । ସମସ୍ତେ ମୋ ପାଇଁ ବଡ, ସମସ୍ତେ ମୋ ପାଇଁ ସମାନ। ବଡ଼ ସାନ, ମତ ଭେଦ ମୋତେ ପସନ୍ଦ ନୁହେଁ। ସମସ୍ତଙ୍କୁ ସମାନ ଢଙ୍ଗରେ ସମ୍ମାନ କରିବା ଉଚିତ୍ ବୋଲି ରଶ୍ମିକା ମନ୍ଦାନା କହିଥିଲେ। ଆଉ ଏହି କଥାଟି ତାଙ୍କର ବହୁତ ସିକ୍ରେଟ ଥିଲା ବୋଲି ସେ କହିଥିଲେ। ହେଲେ ସାକ୍ଷାତକାରରେ କହିବା ପରେ ତାଙ୍କୁ ଚାରିଆଡ଼ୁ ପ୍ରଶଂସା ଛୁଟୁଛି। ଏମିତିରେ ତାଙ୍କ ଫ୍ୟାନ୍ସ ଫଲୋଅର୍ସ ଅଗଣିତ ଥିବା ବେଳେ ଏବେ ଆହୁରି ଫ୍ୟାନ୍ସ ଫଲୋଅର୍ସ ବୃଦ୍ଧି ପାଇବେ ଏଥିରେ ସନ୍ଦେହ ନାହିଁ। 

ଯଦି ରଶ୍ମିକାଙ୍କ ଫିଲ୍ମ କ୍ୟାରିୟର ବିଷୟରେ କଥା ହେବା ତେବେ ୨୦୧୬ ମସିହାରେ କନ୍ନଡ ଫିଲ୍ମ 'କିରିକ୍ ପାର୍ଟି'ରୁ କ୍ୟାରିୟର ଆରମ୍ଭ କରିଥିବା ରଶ୍ମିକା ସମସ୍ତଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ୨୦୧୬ ରୁ ଏବେ ସୁଦ୍ଧା ୧୮ ଟି ଫିଲ୍ମ ତାଙ୍କର ରିଲିଜ ହୋଇଥିବା ବେଳେ ଆହୁରି ତିନୋଟି ଫିଲ୍ମର ପ୍ରୋଜେକ୍ଟରେ ବିଜି ଅଛନ୍ତି ରଶ୍ମିକା ମନ୍ଦାନା। ସାଉଥ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ଷ୍ଟାରଙ୍କ ସହ ରଶ୍ମିକା ମନ୍ଦାନା କାମ କରିସାରିଛନ୍ତି । ଗତ ବର୍ଷ ରିଲିଜ ହୋଇଥିବା ପୁଷ୍ପା ଫିଲ୍ମ ତାଙ୍କୁ ବହୁତ ସଫଳତା ଦେଇଥିଲା । ଏହି ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନ ଙ୍କ ସହ ନଜର ଆସିଥିଲେ ରଶ୍ମିକା । ଏହି ଫିଲ୍ମର ସାମି ସାମି ଗୀତରେ ଡ୍ୟାନ୍ସ କରି ଖୁବ ସୁନାମ ଅର୍ଜନ କରିଥିଲେ ରଶ୍ମିକା । 

ସେହିପରି ଯଦି ଦେଖିବା ବିଭିନ୍ନ ଫିଲ୍ମ ପାଇଁ ସେ ୮ ଟି ଫିଲ୍ମ ପୁରସ୍କାର ପାଇଥିବା ବେଳେ ଅନେକ ଫିଲ୍ମ ପାଇଁ ମନୋନୀତ ମଧ୍ୟ ହୋଇଛନ୍ତି । ଏବେ ଅନେକ ଫିଲ୍ମରେ ସେ କାମ କରୁଛନ୍ତି । ଫିଲ୍ମ ପ୍ରମୋସନ ସମୟରେ ମଧ୍ୟ ତାଙ୍କୁ ଡିଫରେଣ୍ଟ ଲୁକରେ ସ୍ପଟ୍ କରାଯାଏ। ଅନେକ କଲଚରାଲ ଇଭେଣ୍ଟରେ ତାଙ୍କୁ ଉପ୍ସ ମୋମେଣ୍ଟର ଶିକାର ହେବାକୁ ମଧ୍ୟ ପଡ଼ିଛି। ଗତ କିଛିଦିନ ତଳେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଥିଲା। ଏହାକୁ ସେ ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ। ଲଗାତାର ଟ୍ରୋଲିଂ ପାଇଁ ସେ ସୋସିଆଲ ମିଡିଆରେ ନିଜ ମନ କଥା ଖୋଲି କହିଥିଲେ । ଏନେଇ ସେ ଆହୁରି କହିଥିଲେ ଯେ ‘ଯେଉଁ ଜୀବନ ମୁଁ ଚୟନ କରିଛି, ତା’ର ଏକ ମୂଲ୍ୟ ଅଛି। ଅଚାନକ ସବୁ ଲୋକ ମୋତେ ଭଲପାଇ ପାରିବେ ନାହିଁ । ତାହା ମୁଁ ଜାଣେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୋତେ ଗ୍ରହଣ କରିପାରୁ ନଥିବା ବ୍ୟକ୍ତି ମୋ ଉପରକୁ ନକାରାତ୍ମକତା ଓ ଘୃଣା ଫକାଇବେ। ଲୋକଙ୍କୁ ଖୁସି କରିବାକୁ କେମିତି ଦିନରାତି କାମ କରୁଛି, ତାହା କେବଳ ମୁଁ ହିଁ ଜାଣିଛି । 

ମୋର ଚାରିପାଖରେ ରେ ଥିବା ସମସ୍ତଙ୍କ ପାଇଁ ମୋର କେବଳ ଭଲ ପାଇବା ଅଛି, ଯେଉଁମାନଙ୍କ ସହିତ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରିଛି, ସେମାନଙ୍କୁ ମୁଁ ସର୍ବଦା ପ୍ରଶଂସା କରେ। ମୁଁ କଠିନ ପରିଶ୍ରମ ଜାରି ରଖିବି ଏବଂ ଆପଣଙ୍କ ପାଇଁ ଭଲ କରିବି। କାରଣ ମୁଁ ଯେପରି କହିଥିଲି, ଆପଣମାନଙ୍କୁ ଖୁସି କରିବା ମୋତେ ଖୁସି କରେ। ଆମେ ସମସ୍ତେ ଆମର ଯଥାସମ୍ଭବ ଚେଷ୍ଟା କରୁଛୁ। ଧନ୍ୟବାଦ କହି ”ଅଭିନେତ୍ରୀ ଶେଷ କରିଥିଲେ।

ଅନ୍ୟପଟେ ତାଙ୍କ ନିର୍ବନ୍ଧ ଓ ତାଙ୍କ ରିଲେସନ ସିପ୍ କୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗିରୁହେ । ସାଉଥ ଅଭିନେତା ରକସିତ୍ ସେଟ୍ଟୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ରଶ୍ମିକାଙ୍କର । କନ୍ନଡ ଫିଲ୍ମ କିରିକ୍ ପାର୍ଟିରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ । କିଛି ଦିନ ଡେଟ ପରେ ଉଭୟଙ୍କ ପରିବାରର ସହମତି କ୍ରମେ ନିର୍ବନ୍ଧ ମଧ୍ୟ ହୋଇଥିଲା । ହେଲେ କୌଣସି କାରଣରୁ ଦୁହିଁଙ୍କ ବିବାହ ହେବା ଆଗରୁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ତାଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା ରଶ୍ମିକାଙ୍କୁ । ହେଲେ ଏସବୁକୁ ଖାତିର ନକରି ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଥିଲେ ରଶ୍ମିକା । 

ଏପ୍ରିଲ ୫ ୧୯୯୬ ମସିହାରେ ଜନ୍ମ ଗ୍ରହଣ କରିଥିବା ଅଭିନେତ୍ରୀ ରଶ୍ମିକା ଅତି କମ ବୟସରେ ସମସ୍ତଙ୍କ ମନ କିଣିପାରିଛନ୍ତି । ଏବେ ବଲିଉଡରେ ମଧ୍ୟ ନିଜର ଜଲୱା ଦେଖାଉଛନ୍ତି ରଶ୍ମିକା ମନ୍ଦାନା । ନିକଟରେ ରିଲିଜ ହୋଇଥିବା ଗୁଡ ବାଏ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ସେହିପରି ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ରଶ୍ମିକା । ଫିଲ୍ମର ନାଁ ହେଉଛି ମିଶନ ମଜନୁ...ଏହି ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି । 

Also Read: Youtuber Armaan Malik: ଅରମାନଙ୍କ ଦ୍ୱିତୀୟ ପତ୍ନୀ ତିନିତିନି ଥର ସାମ୍ନା କରିଛନ୍ତି ମିସ୍ କ୍ୟାରେଜ୍, ଜାଣନ୍ତୁ କାରଣ

Also Read: Taapsee Pannu: ମାଆ ଲକ୍ଷ୍ମୀଙ୍କୁ ଅପମାନ୍ ଦେଇ ଥାନାକୁ ଟଣା ହେବେ ତାପସୀ ! ରୁଜୁ ହେଲା ମାମଲା 

Also Read: Ollywood Producer Arrested: ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଚୂନ ଲଗାଇ ଗିରଫ ହେଲେ ପ୍ରଡ୍ୟୁସର