kisi ka bhai kisi ki jaan: ଏକାଠି ନାଚିଲେ ସଲମାନ ଖାନ ଓ ହନି ସିଂ, ଦେଖନ୍ତୁ ଭିଡ଼ିଓ
Advertisement

kisi ka bhai kisi ki jaan: ଏକାଠି ନାଚିଲେ ସଲମାନ ଖାନ ଓ ହନି ସିଂ, ଦେଖନ୍ତୁ ଭିଡ଼ିଓ

kisi ka bhai kisi ki jaan:  ‘କିସ୍ କି ଭାଇ କିସ୍ କି ଜାନ’ ରିଲିଜ ହେବା ନେଇ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି । ତେବେ ଏହି ସମୟରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଲେବୁଲ ବଢାଇବା ଲାଗି ନିକଟରେ ଫିଲ୍ମର ନିର୍ମାତା ମାନେ ଫ୍ୟାନ୍ସଙ୍କୁ ଆଉ ଏକ ଗୀତ ଭେଟି ଦେଇଛନ୍ତି । 

ସୌ(ସୋସିଆଲ ମିଡିଆ)

kisi ka bhai kisi ki jaan: ଭାଇଜାନଙ୍କ ଆଗାମୀ ଫିଲ୍ମ ‘କିସ୍ କି ଭାଇ କିସ୍ କି ଜାନ’ (kisi ka bhai kisi ki jaan) ରିଲିଜ ହେବା ନେଇ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି । ସଲମାନ ଖାନଁଙ୍କ ଅଭିନୀତ ଏହି ଫିଲ୍ମ ଇଦି ଅର୍ଥାତ୍ ଏପ୍ରିଲ ୨୧ ତାରିଖରେ ବଡ଼ ପରଦାରେ ରିଲିଜ ହେବ। ଲମ୍ବା ସମୟ ପରେ ସଲମାନଙ୍କ ଫିଲ୍ମ ରିଲିଜ ହେବାକୁ ଥିବାରୁ ଫ୍ୟାନ୍ସ ମାନେ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ସମୟରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଲେବୁଲ ବଢାଇବା ଲାଗି ନିକଟରେ ଫିଲ୍ମର ନିର୍ମାତା ମାନେ ଏକ ଗୀତ ରିଲିଜ କରିଥିଲେ । ରିଲିଜ ହୋଇଥିବା “ହେ ବୋଲୋ ବୋଲୋ” (kisi ka bhai kisi ki jaan o balle balle) ଗୀତକୁ ଦର୍ଶକଙ୍କ ବେଶ ଭଲ ପାଇବା ମିଳିଥିଲା । ତେବେ ନିର୍ମାତା ଫ୍ୟାନ୍ସଙ୍କୁ ଆଉ ଏକ ଗୀତ ଭେଟି ଦେଇଛନ୍ତି ।  ରିଲିଜ ହୋଇଯାଇଛି ‘କିସ୍ କି ଭାଇ କିସ୍ କି ଜାନ’ର “ଛୋଟୁ ମୋଟୁ” ଗୀତ (let's dance chotu motu)।

ପ୍ରକାଶ ଥାଉ କି, ଏହି ଗୀତଟିକୁ ପ୍ରସିଦ୍ଧ ଗାୟକ ତଥା ରାପର ୟୋ ୟୋ ହନି ସିଂ (yo yo honey singh) ଗାଇଛନ୍ତି । ତେବେ ଖାସ କଥା ଏହି ଗୀତରେ ସଲମାନ ଖାନଙ୍କ ମଧ୍ଯ ହନି ସିଂଙ୍କ ସହ କଣ୍ଠ ଦାନ କରିଛନ୍ତି । 'କିସି କା ଭାଇ କିସି କି ଜାନ'ର' ଛୋଟୁ-ମୋଟୁ 'ଗୀତରେ ସଲମାନ ଖାନ (salman khan) ଓ ଅଭିନେତ୍ରୀ ପୂଜା ହେଗଡ଼େଙ୍କ (Pooja Hegde) ସହ ଫିଲ୍ମର ପୁରା ଷ୍ଟାରକାଷ୍ଟ ଜବରଦସ୍ତ ଡାନ୍ସ କରୁଥିବା ନଜର ଆସିଛନ୍ତି। ଗୀତରେ ହନି ସିଂଙ୍କ (Honey singh) ସହ ପୂରା ଟିମ ସାଉଥ ଇଣ୍ତିଆନ ପରିଧାନ ପିନ୍ଧିଥିବା ଦେଖିବାକୁ ମିଳିଛି । ଗୀତଟି ରିଲିଜ ହେବା ପରେ ଏହାକୁ ଫ୍ୟାନ୍ସଙ୍କ ଜବରଦସ୍ତ ରେନ୍ସପେନ୍ସ ମିଳିଛି ।

 

ପ୍ରକାଶ ଥାଉ କି, ଏହା ପୂର୍ବରୁ “କିସ୍ କି ଭାଇ କିସ୍ କି ଜାନର” (kisi ka bhai kisi ki jaan) ଗୀତ “ନିୟୋ ଲଗାଦେ” (Naiyo lagda), “ଜି ରହେ ଥେ ହମ୍”, 'ବାଥୁକମ୍ମା'(Bathukamma) ଓ 'ୟେଣ୍ଟାମା'କୁ ମଧ୍ୟ ଦର୍ଶକ ବେଶ ଭଲ ପାଇବା ଦେଇଛନ୍ତି । ବର୍ତ୍ତମାନ 'ହେ ବଲୋ ବଲୋ' ଓ 'ଛୋଟୋ ମୋଟୁ' ରିଲିଜ୍ ହେବା ପରେ ଫିଲ୍ମର ପ୍ରାୟ ସମସ୍ତ ଗୀତ ସାମ୍ନାକୁ ଆସିଛି। ତେବେ, ସଲମାନ ଖାନ ଓ ପୂଜା ହେଗଡେଙ୍କ ବ୍ୟତୀତ ଶେହନାଜ ଗିଲ (shehnaaz gill), ପାଲକ ତିୱାରୀ (Palak Tiwari), ଭୂମିକା ଚାୱଲା (Bhumika Chawla), ବିଜୟନ୍ଦର ସିଂ, ରାଘବ ଜୁୟାଲ (Raghav Juyal), ସିର୍ଦ୍ଧାଥ ନିଗମ (Siddharth Nigam) ନଜର ଆସିବେ । ତେବେ ଦେଖିବାକୁ ବାକି ରହିଲା ବକ୍ସ ଅଫିସରେ କେତେ କମାଲ  କରିବା ସଲମାନ ଖାନଙ୍କ (salman khan) ଏହି ଫିଲ୍ମ ।

ତେବେ ଚଳିତ ବର୍ଷ ଟାଇଗର ୩ରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ୍ ମଧ୍ୟ ନଜର ଆସିବେ। ଏହି ସ୍ପାଇ-ଥ୍ରିଲରର ତୃତୀୟ ଭାଗର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ତେବେ ନିକଟରେ ଶାହାରୁଖ୍ ଖାନଙ୍କ ଫିଲ୍ମ 'ପଠାନ'ରେ ସଲମାନ କ୍ୟାମିଓ ରୋଲରେ ନଜର ଆସିଥିଲେ।

ଏହା ବି ପଢନ୍ତୁ-The kapil sharma show: ବନ୍ଦ ହେବ କପିଲ ଶର୍ମାଙ୍କ ଶୋ’! ଅନେକ ବିବାଦରେ ଫସିଥିଲେ କମେଡ଼ି କିଙ୍ଗ