Katrina Kaif Karwa Chauth: କ୍ୟାଟ୍ରିନାଙ୍କ ପ୍ରଥମ କରୱାଚୌଥ୍‌, ଜାଣନ୍ତୁ କେମିତି ପାଳିଲେ ?
Advertisement

Katrina Kaif Karwa Chauth: କ୍ୟାଟ୍ରିନାଙ୍କ ପ୍ରଥମ କରୱାଚୌଥ୍‌, ଜାଣନ୍ତୁ କେମିତି ପାଳିଲେ ?

Katrina Kaif Karwa Chauth:  ବଲିଉଡର ଏକ ସୁନ୍ଦର ଯୋଡି ହେଉଛନ୍ତି କ୍ୟାଟ୍ରିନା କୈଫ୍ (Katrina Kaif) ଓ ଭିକି କୌଶଲ୍ (Vicky Kaushal ) । ଏ ଯୋଡି ଏବେ ନିଜର ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Katrina Kaif Karwa Chauth:  ବଲିଉଡର ଏକ ସୁନ୍ଦର ଯୋଡି ହେଉଛନ୍ତି କ୍ୟାଟ୍ରିନା କୈଫ୍ (Katrina Kaif) ଓ ଭିକି କୌଶଲ୍ (Vicky Kaushal ) । ଏ ଯୋଡି ଏବେ ନିଜର ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି । କିଛି କିଛି ଇଭେଣ୍ଟରେ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳୁଛି । ଗୁରୁବାର ଦିନ ଅନେକ ସେଲିବ୍ରେଟି ନିଜ ସ୍ବାମୀର ଦିର୍ଘାୟୁ କାମନା କରି କରୱାଚୌଥ୍‌ (Karwa Chauth) ପାଳନ କରିଥିଲେ। କ୍ୟାଟ୍ରିନା କୈଫ ମଧ୍ୟ ନିଜର ପ୍ରଥମ କରୱାଚୌଥ୍‌ ଭିକିଙ୍କ ପାଇଁ କରିଥିଲେ। ଏନେଇ କ୍ୟାଟ୍ରିନା ଓ ଭିକି ନିଜ ଇନଷ୍ଟାରେ କେତେକ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ଏକ ହାଲକା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଛନ୍ତି ଓ ଭିକିଙ୍କୁ ମଧ୍ୟ ଏକ ଟ୍ରାଡିସନାଲ ଲୁକରେ ଦେଖିବାକୁ ମିଳିଛି । କ୍ୟାଟ୍ରିନା ନିଜକୁ ଜଣେ ନବ ବିବାହିତା ଭଳି ସଜେଇଛନ୍ତି । ଏହି ଫଟୋ ଗୁଡିକରେ ତାଙ୍କ ଫ୍ୟାନ୍ସଙ୍କର ଢେର ସାରା କମେଣ୍ଟ ମଧ୍ୟ ଆସିଛି । 

ଯଦି କ୍ୟାଟ୍ରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, କ୍ୟାଟ୍ରିନାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ।  ଯେଉଁଥିରେ ସେ ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି । ଯାହା ଆସନ୍ତାବର୍ଷ ଏପ୍ରିଲ ୨୩ରେ ପରଦାକୁ ଆସିବ । ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହାବି ପଢନ୍ତୁ : Doctor G Movie : ପରଦକୁ ଆସିଲା ଫିଲ୍ମ Doctor G ,ଅଭିନେତ୍ରୀ ରକୁଲ ଟୁଇଟରେ ଦେଲେ ବଡ ବୟାନ୍

 

 
 
 
 

 
 
 
 
 
 
 
 
 
 
 

A post shared by Katrina Kaif (@katrinakaif)

 

ତେବେ ଏ ଭିଡିଓରେ ଫ୍ୟାନ୍ସଙ୍କ ଢେର ସାରା କମେଣ୍ଟସ ମଧ୍ୟ ଆସିଥିଲା।ଯେଉଁଥିରେ ଜଣେ ପ୍ରଂଶସକ ଲେଖିଛନ୍ତି ଯେ, " କ୍ୟାଟ୍ରିନା ତମେ ବହୁତ ସୁନ୍ଦର " । ସେହିପରି ଆଉ ଜଣେ ତାଙ୍କ କମେଣ୍ଟରେ ଲେଖିଛନ୍ତି ଯେ, କ୍ୟାଟ୍ରିନା ଆଇ ଲଭ ୟୁ ଲଟ୍ "। ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦ ମୋଷ୍ଟ ଆଡୋରେବୁଲ ହ୍ୟୁମାନବିଙ୍ଗ " । ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ସ୍କୁଲ ଅନ୍ୟ ସଦସ୍ୟଙ୍କ ସହ ଗୀତ Jolly O Gymkhanaରେ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ସୂଚନା ଅନୁସାରେ ନିକଟରେ କ୍ୟାଟ୍ରିନା ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାମିଲନାଡୁ ଯାଇଥିଲେ। ଯେଉଁଠି ସେ ସ୍କୁଲ ପିଲାଙ୍କ ସହ ମନଭରି ଡ୍ୟାନ୍ସ କରିଥିଲେ । ଗତ ବର୍ଷ ୯ ଡିସେମ୍ବରରେ ବଏଫ୍ରେଣ୍ତ ଭିକି କୈଶଲଙ୍କୁ ବିବାହ କରିଥିଲେ କ୍ୟାଟ୍ ।