The Dirty Picture:‘ଦ ଡାର୍ଟି ପିକଚର’ ଦେଖିବାକୁ କାହିଁକି ଭୟ କରନ୍ତି ସୈଫ୍, କରୀନା କଲେ ବଡ ଖୁଲାସା
Advertisement
Article Detail0/zeeodisha/odisha1527968

The Dirty Picture:‘ଦ ଡାର୍ଟି ପିକଚର’ ଦେଖିବାକୁ କାହିଁକି ଭୟ କରନ୍ତି ସୈଫ୍, କରୀନା କଲେ ବଡ ଖୁଲାସା

Saif Ali Khan don't want to watch The Dirty Picture: ବିଦ୍ୟା ବାଲାନଙ୍କ ସୁପରହିଟ୍ ଚଳଚ୍ଚିତ୍ର (The Dirty Picture) ‘ଦ ଡାର୍ଟି ପିକଚର’। ୨୦୧୧ ସମିହାର ସବୁଠାରୁ ହଟ ଫିଲ୍ମ ଥିଲା । ଏହି ଚଳଚ୍ଚିତ୍ରରେ ବିଦ୍ୟା ଦକ୍ଷିଣ ଅଭିନେତ୍ରୀ ସିଲ୍କ ସ୍ମିଥାଙ୍କ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରିଥିଲା। ଏବଂ ବିଦ୍ୟା ଏହି ଚଳଚ୍ଚିତ୍ର ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଥିଲେ ।  

The Dirty Picture:‘ଦ ଡାର୍ଟି ପିକଚର’ ଦେଖିବାକୁ କାହିଁକି ଭୟ କରନ୍ତି ସୈଫ୍, କରୀନା କଲେ ବଡ ଖୁଲାସା

Saif Ali Khan don't want to watch The Dirty Picture: ବିଦ୍ୟା ବାଲାନଙ୍କ ସୁପରହିଟ୍ ଚଳଚ୍ଚିତ୍ର (The Dirty Picture) ‘ଦ ଡାର୍ଟି ପିକଚର’। ୨୦୧୧ ସମିହାର ସବୁଠାରୁ ହଟ ଫିଲ୍ମ ଥିଲା । ଏହି ଚଳଚ୍ଚିତ୍ରରେ ବିଦ୍ୟା ଦକ୍ଷିଣ ଅଭିନେତ୍ରୀ ସିଲ୍କ ସ୍ମିଥାଙ୍କ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରିଥିଲା। ଏବଂ ବିଦ୍ୟା ଏହି ଚଳଚ୍ଚିତ୍ର ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଥିଲେ ।  କିନ୍ତୁ ଆପଣ ଜାଣନ୍ତି କି ଏହି ଫିଲ୍ମ ଦେଖିବା ପାଇଁ ସୈଫ୍ ଅଲ୍ଲୀ ଖାନ୍ ଆଜିବି ଡରନ୍ତି। ହଁ ଆଜ୍ଞା ଏକଥା ଆମେ କହୁନୁ । ଏହା ତାଙ୍କ ପତ୍ନୀ କରୀନା କପୁର ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ୨୦୧୨ରେ ଦିଆଯାଇଥିବା ଏକ ସାକ୍ଷାତକାରରେ କରୀନା କହିଥିଲେ ଯେ ସୈଫ ତାଙ୍କ ସହ ଏହି ଫିଲ୍ମ ଦେଖିବା ପାଇଁ ଭୟଭୀତ ଥିଲେ କାରଣ ତାଙ୍କ ମନର ଏହି ପ୍ରଶ୍ନ ଆସୁଥିଲା ଯେ, ଯଦି ମୁଁ ଏହି ଫିଲ୍ମ ତାଙ୍କ ସହ ମିଶି ଦେଖେ, ଏଭଳି ଫିଲ୍ମ କରିବା ପାଇଁ ମୁଁ କାଳେ ଜିଦ୍ କରିବି ବୋଲି ସୈଫ ଅନେକ ସମୟରେ ଭାବନ୍ତି । 

 

କରୀନା କହିଥିଲେ, ଯେ ବିଦ୍ୟାଙ୍କ ଏହି ଫିଲ୍ମ ୨୦୧୧ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଦ୍ୟା। ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା ।  ଯଦି ମୁଁ ବିଦ୍ୟାଙ୍କ ସ୍ଥାନର ଥାନ୍ତି ତେବେ,ହିରୋ ଭୂମିକାରେ ସଲମାନ କି ଶାହରୁଖ ଖାନଙ୍କୁ ନେଇଥାନ୍ତି । ଫିଲ୍ମଟି ଫ୍ଲପ ହୋଇଥିଲେ ମଧ୍ୟ କୌଣସି ଅସୁବିଧା ହୋଇ ନ ଥାନ୍ତା । କିନ୍ତୁ ଏ ପ୍ରସଙ୍ଗରେ ମୁଁ ସୈଫଙ୍କ ସହ କେବେ କଥା ହୋଇନାହିଁ । ସେ ଏପର୍ଯ୍ୟନ୍ତ ଏହି ଫିଲ୍ମ ଦେଖି ନାହାଁନ୍ତି। ଯେତେବେଳେ ମୁଁ ତାଙ୍କୁ ଏକାଠି ଫିଲ୍ମ ଦେଖିବା ପାଇଁ କୁହେ, ସେ କେବଳ ହଁ କହି ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖନ୍ତି । ବୋଧହୁଏ ସେ ଭୟ କରନ୍ତି ଯେ ମୁଁ ମଧ୍ୟ ଦ ଡର୍ଟି ପିକ୍ଚର୍ ଭଳି କୌଣସି ଫିଲ୍ମରେ କାମ କରିବାକୁ କାଳେ ଜିଦ୍ କରିବି । 

ଫିଲ୍ମର କାହାଣୀ ସାଉଥ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଉପରେ ଆଧାରିତ ଥିଲା:
ତେବେ,ଆମେ ଆପଣଙ୍କୁ କହି ରଖିବୁ ଯେ,ବିଦ୍ୟା ବାଲାନଙ୍କର ସବୁଠାରୁ ବୋଲ୍ଡ ଫିଲ୍ମ ହେଉଛି 'ଦି ଡର୍ଟି ପିକ୍ଚର୍ ' | ଏହି ଚଳଚ୍ଚିତ୍ରରେ ସିଲକ୍ ସ୍ମିଥାର ଭୂମିକାରେ ଅଭିନୟ କରିଥିଲେ ବିଦ୍ୟା। ବିଦ୍ୟା କହିଛନ୍ତି ଯେ ଲୋକମାନେ ଭାବୁଥିଲେ ଯେ ସିଲକ୍ ବୋଲ୍ଡ ଥିଲେ କାରଣ ତାଙ୍କ ପୋଷାକ ଓ ପୋଜ ଦେବାର ଅନ୍ଦାଜା ଭିନ୍ନ ଥିଲା,କିନ୍ତୁ ମୋ ମତରେ ସେ ସାହାସୀ ଥିଲେ। ସିଲ୍କ ୧୯୯୬ ମସିହାରେ ୩୩ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ।

Also Read : Sonu Sood: ଯବାନଙ୍କ ସହ ଠୁମକା ଲଗାଇଲେ ରିୟଲ ହିରୋ ସୋନୁ ସୁଦ, ଭିଡିଓ ଭାଇରାଲ

Also Read : Sonu Sood: ରିୟଲ ହିରୋ ସୋନୁ ସୁଦଙ୍କୁ ସରପ୍ରାଇଜ୍ ଦେଲା Indian Army

ଚଳଚ୍ଚିତ୍ର ‘ପରିଣୀତା’ରୁ କ୍ୟାରିୟର ଆରମ୍ଭ ବିଦ୍ୟା ତାଙ୍କ ଅଭିନୟରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି । ଅଭିନେତ୍ରୀ ବିଦ୍ୟା ବାଲାନ ‘ଲଗେ ରହୋ ମୁନ୍ନାଭାଇ’ରେ କରିଥିବା ରେଡିଓ ଜକି ଭୂମିକାରୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସଲାମ-ଏ-ଇସ୍କ, ଏକଲବ୍ୟ, ହେ ବେବି, ଭୁଲ ଭୁଲାୟା, କିସମତ କନେକସନ, ପା, ଇସ୍କିୟା, ନୋ ୱାନ କିଲ୍‌ଡ ଜେସିକା, ଦମ୍ ମାରୋ ଦମ୍ ଆଦି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଆସି ଦର୍ଶକଙ୍କ ମନ ଜିଣିଛନ୍ତି ବିଦ୍ୟା। ତେବେ ଜଣେ ସାଧାରଣ ଅଭିନେତ୍ରୀ ଭାବେ ଦର୍ଶକଙ୍କ ମନରେ ଘର କରିଥିବା ବିଦ୍ୟା ‘ଦ ଡାର୍ଟି ପିକଚର’ ଓ ‘କହାନୀ’ ପରି ଫିଲ୍ମରେ ଏମିତି ଅସାଧାରଣ ଅଭିନୟ କରିବେ ତାହା ମଧ୍ୟ ଅନେକଙ୍କୁ ଚକିତ କରିଥିଲା। କେବଳ ବଲିଉଡ୍ ନୁହେଁ ସେ ବଙ୍ଗଳା, ତେଲୁଗୁ, ତାମିଲ, ମାଲୟାଲମ୍ ଭାଷାର ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।