Kangana Ranaut: କାହାକୁ ଡରୁଛନ୍ତି କଙ୍ଗନା, ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ
Advertisement
Article Detail0/zeeodisha/odisha1486738

Kangana Ranaut: କାହାକୁ ଡରୁଛନ୍ତି କଙ୍ଗନା, ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ

Kangana Ranaut: କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରାଣାଓ୍ବାତ । ସବୁବେଳ ନିଜ ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ଥାନ୍ତି । ବୁଧବାର (ଡିସେମ୍ବର ୧୪) ରେ ଦିଲ୍ଲୀ ଦ୍ବାରକାରେ ହୋଇଥିବା ଏସିଡ୍ ଆଟାର୍କକୁ ନେଇ କଙ୍ଗନା ଭୟଭିତ ହୋଇଯାଇଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆୟା

Kangana Ranaut: କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରାଣାଓ୍ବାତ । ସବୁବେଳ ନିଜ ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ଥାନ୍ତି । ବୁଧବାର (ଡିସେମ୍ବର ୧୪) ରେ ଦିଲ୍ଲୀ ଦ୍ବାରକାରେ ହୋଇଥିବା ଏସିଡ୍ ଆଟାର୍କକୁ ନେଇ କଙ୍ଗନା ଭୟଭିତ ହୋଇଯାଇଛନ୍ତି । ଏବଂ ତାଙ୍କ ଭଉଣୀ ରଙ୍ଗୋଲି ସହ ଘଟିଥିବା ସମାନ ଘଟଣାକୁ ମନେ ପକାଇ ଭାବ ବିହ୍ବଳ ହୋଇ ପଡିଛନ୍ତି। ଏନେଇ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ମଧ୍ୟ କରିଛନ୍ତି । 

କଙ୍ଗନା ରାଣାଓ୍ବତ୍ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେହି ଦିନଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ଉପରେ ଏସିଡ୍ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ ସେ କେତେ ଭୟଭୀତ ହୋଇ ଯାଇଥିଲେ ସେ ତାଙ୍କ ପ୍ରଶଂସକଙ୍କୁ କହିଥିଲେ। କଙ୍ଗନା କହିଛନ୍ତି ଯେ, ସେହି ଦୁର୍ଘଟଣା ପରେ ଯେତେବେଳେ ବି କେହି ମୋ ପାଖ ଦେଇ ଯାଉଥିଲେ, ମୁଁ ମୋ ମୁହଁ ଘୋଡାଇ ଦେଉଥିଲି । ସେ ଆହୁରୀ ମଧ୍ୟ ଲେଖିଛନ୍ତି, 'ମୁଁ ଯେତେବେଳେ କିଶୋର ଥିଲି, କିଛି ରୋମିଓ ରାସ୍ତା କଡ଼ରେ ମୋ ଭଉଣୀ ରଙ୍ଗୋଲି ଚାନ୍ଦେଲ ଉପରେ ଏସିଡ୍ ଫିଙ୍ଗିଥିଲେ। ଯେଉଁଥି ପାଇଁ ରଙ୍ଗୋଲିଙ୍କୁ ୫୨ ଥର ଅସ୍ତ୍ରୋପଚାର କରିବାକୁ ପଡିଥିଲା। କେବଳ ଏତିକି ନୁହେଁ ତାଙ୍କୁ ମାନସିକ ଏବଂ ଶାରୀରିକ କଷ୍ଟର ମଧ୍ୟ ସାମ୍ନା କରିବାକୁ ପଡିଥିଲା ।  ସେହି ସମୟରେ ଆମର ପୁରା ପରିବାର ଭାଙ୍ଗିପଡିଥିଲା। ମୋତେ ମଧ୍ୟ ସେହି ସମୟରେ ବହୁତ ଡର ଲାଗୁଥିଲା। ମୁଁ ଏ-ସବୁରୁ ଦୂରେଇ ଯାଇଥିଲି, କିନ୍ତୁ ଏହି ଘଟଣା ବନ୍ଦ ହୋଇ ନ ଥିଲା। ଏହି ଅପରାଧ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଆମକୁ ଏସିଡ୍ ଆକ୍ରମଣକାରୀଙ୍କ ବିରୋଧରେ ବହୁତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି।  ଯଦିଓ ଆଜି ରଙ୍ଗୋଲି ଖୁସିରେ ତାଙ୍କ ବିବାହିତ ଜୀବନ ଅତିବାହିତ କରୁଛନ୍ତି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ବହୁତ ଡରି ଯାଇଥିଲେ । ଏସିଡ୍ ଆକ୍ରମଣ ପରେ ସେ ଘରୁ ବାହାରକୁ ଆସିବା ଏକ ପ୍ରକାର ବନ୍ଦ କରି ଦେଇଥିଲେ। ରଙ୍ଗୋଲିଙ୍କ ମୁହଁର ଅଧା ଜଳି ଯାଇଥିଲା।  ରଙ୍ଗୋଲି ଅଧିକାଂଶ ଇଭେଣ୍ଟରେ କଙ୍ଗନାଙ୍କ ସହ ନଜର ଆସନ୍ତି । ରଙ୍ଗୋଲିଙ୍କର ମଧ୍ୟ ୫ ବର୍ଷର ପୁଅଟିଏ ରହିଛି । 

 

ସୂଚନା ଅନୁସାରେ, ଦିଲ୍ଲୀର ଦ୍ୱାରକାରେ ଏପରି ଏକ ଜଘନ୍ୟ କାଣ୍ଡ ସାରା ଦେଶକୁ ପୁଣି ଥରେ ଦୋହଲାଇ ଦେଇଛି । ଜଣେ ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ ହୋଇଛି । ବାଇକରେ ୨ ଜଣ ଯୁବକ ଆସି ନାବାଳିକା ଉପରକୁ ଏସିଡ୍ ଫୋପାଡି ପଳାଇଥିଲେ । ଏସିଡ ଆଖିରେ ପଶିଯିବାରୁ ଛାତ୍ରୀ ଜଣକ ଗୁରୁତର ଅଛନ୍ତି । ତାଙ୍କ ବାପା ଦୁଇ ଜଣଙ୍କୁ ଚିହ୍ନଟ କରିବା ପରେ ଜଣକୁ ପୋଲିସ ଅଟକ ରଖି ଜେରା କରୁଛି । ଏହି ଜଘନ୍ୟକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଜଣଙ୍କୁ ଖୋଜୁଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଏହି ଘଟଣାକୁ ସାରା ଦେଶରେ କଡ଼ା ନିନ୍ଦା କରାଯାଉଛି ।